ମୁମ୍ବାଇ ବାହାରିଲେ ପ୍ରକୃତି ଓ ଯିବା ପୂର୍ବରୁ କିଛି ଏଭଳି ପୋଷ୍ଟ କଲେ ପ୍ରକୃତି ମିଶ୍ର (Prakruti Mishra) – ଦେଖନ୍ତୁ

ବିଶେଷ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କ ଘଟଣା ଙ୍କୁ । ତାଙ୍କ ନେଇ କିପରି ଭାବରେ ହାଇ ଡ୍ରାମା କରିଥିଲେ ବାବୁଶାନ୍ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଶତପଥୀ । ଏହି ଘଟଣା ଟି ଏବେ ବହୁ ଚର୍ଚ୍ଚିତ୍ ମଧ୍ୟ ହୋଇ ସାରିଛି । ଯେହେତୁ ଏମାନେ ସେଲିବ୍ରିଟି ଅଟନ୍ତି ତାଙ୍କ ନାଁ ରେ ଏମିତି ବହୁତ କିଛି ଭାଇରାଲ ହେଉଛି ଯାହା କି ଏକ ଲ-ଜ୍ୟା-କ-ର ଘଟଣା ତେବେ ଏ ସବୁ ଯେତେ ଶୀଘ୍ର ବନ୍ଦ ହେବ ଓ ଏହି ସମସ୍ୟା ର ସମାଧାନ ହେଇ ଯିବ ସେତେ ଭଲ ।

ବାବୁଶାନ ପ୍ରକୃତି,ତୃପ୍ତି ମାମଲାକୁ ୧୦ଦିନ ବିତିଯାଇଛି,ଇତି ମଧ୍ୟରେ ଦୁହେଁ ଦୁହିଙ୍କ ଉପରେ ମଧ୍ୟ ଅନ୍ୟାନ୍ୟ ଆରୋପ ପ୍ରତି ଆରୋପ ଲଗାଉଥିଲେ ଆଉ ଏବେ ଯାହା ଶୁଣିବାକୁ ମିଳୁଛି ଯେ ପ୍ରକୃତି ଏବେ ନିଜ କର୍ମ କ୍ଷେତ୍ରକୁ କିମ୍ବା ନିଜ ଫିଲ୍ମ କ୍ଷେତ୍ରକୁ ପୁଣି ଚାଲି ଯାଇଛନ୍ତି।

ଗତ କିଛି ଦିନ ହେବ ଷ୍ଟାର କଳି ସୋସିଆଲ ମିଡିଆ ରେ ଟ୍ରେଣ୍ଡ କରୁଛି । ବାବୁଶାନ୍ ତାଙ୍କ ଘରେ ରହି ଜନ୍ମଦିନ ପାଳୁଥିବା ବେଳେ ଏପଟେ ପ୍ରକୃତି ଘରେ ରହି ଘନ ଘନ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏବେ ଏବେ ସେ ତାଙ୍କ ନିଜ ବିଷୟର ସଫେଇ ଦବାକୁ ଯାଇ ଏମିତି କିଛି ଲେଖିଛନ୍ତି ଯାହା ସାଧାରଣ ଲୋକଙ୍କୁ ପ୍ରଶ୍ନବାଚୀ କରିବା । ସେ ଲେଖିଛନ୍ତି ବର୍ତ୍ତମାନ ମୁଁ ମୋର ସେକେଣ୍ଡ ଇନିଙ୍ଗ ଖେଳିବାକୁ ଯାଉଛି । ସଠିକ୍ ସମୟ ଆସିଲେ ମୁଁ ନ୍ୟାୟ ପାଇବି ବୋଲି ମଧ୍ୟ ଲେଖିଛନ୍ତି ।

ଷ୍ଟାର କଳି ପ୍ରତିକ୍ରିୟା ରଖି ମନ୍ମଥ ମିଶ୍ର ଆଜି  କହିଛନ୍ତି, ‘ଏ ବିବାଦ ହେବାର ନଥିଲା, ଘର ଭିତରେ ସମାଧାନ ହେବାର ଥିଲା। ପୂର୍ବରୁ ବାବୁସାନଙ୍କ ପରିବାର ମୋ ଘରକୁ ଆସିଥିଲେ, ମୁଁ ପ୍ରତିଶ୍ରୁତି ଦେଇଥିଲି। ପ୍ରକୃତିକୁ ସଚେତନ କରାଇଥିଲି, ବାବୁସାନ ସହ କଥା ହୋଇଥିଲି। ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା। ତୃପ୍ତିଙ୍କ ପ୍ରତି ମୋର ସମବେଦନା ରହିଛି। ତୃପ୍ତି ବହୁତ ସହିଛି ମଧ୍ୟ। ସେମାନେ ମାମଲା ପ୍ରତ୍ୟାହାର କଲେ ଆମେ ବି ପ୍ରତ୍ୟାହାର କରିବୁ। ଝଡ଼ ପରେ ଶାନ୍ତି ଫେରେ,ଏବେ ଶାନ୍ତି ଫେରିବ।’

Leave a Reply

Your email address will not be published.