ମହାପ୍ରଭୁ ଦେଲେ ଆଶୀର୍ବାଦ ଓ ଜନ୍ମ ହେଲା ପୁଅ , ସେହି ପୁଅ ଆଜି ଯାଏଁ କରୁଛନ୍ତି ଜଗତ ନାଥ ଙ୍କ ସେବା … ଦେଖନ୍ତୁ

ବିଶେଷ

ମାଳିକା ରେ ମହାପୁରୁଷ ପଞ୍ଚସଖା ମାନେ ଏଭଳି ଏଭଳି ତଥ୍ୟ ସବୁ ଲେଖି ଯାଇଛନ୍ତି ଯାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ ହେଉଛି। ମହାପୁରୁଷ ଅଚ୍ୟୁତନନ୍ଦ ସେହିଭଳି କିଛି ଲେଖି ଯାଇଥିଲେ ସିଦ୍ଧ ପୁରୁଷ ବାବା ବୈକୁଣ୍ଠନାଥ ଙ୍କ ବିଷୟରେ। ଯାହାଙ୍କ ସମାଧି ଏବେ ବି ମଣି ନାଗ ଗୁମ୍ଫା ପାର୍ଶ୍ଵ ଜଳୋକା ଆନନ୍ଦ ଧାମ ମଠରେ ରହିଛି।

ବାବା ବୈକୁଣ୍ଠନାଥଙ୍କ ପ୍ରକୃତ ନାମ ଥିଲା ବଟକୃଷ୍ଣ। ଟାଙ୍ଗୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଦିନ କେଇଟାରେ ମାତୃହରା ହେବା ପରେ ୫ ବର୍ଷା ବୟସରେ ତାଙ୍କ ପିତା ବି ଆରପାରିକୁ ଚାଲି ଯାଇଥିଲେ। ଏହାପରେ ଅନ୍ୟ ଜଣେ ଦମ୍ପତିଙ୍କ ପାଖରେ ରହି ସେ ବଡ ହୋଇଥିଲେ। ବାବା ବୈକୁଣ୍ଠନାଥ ବାଲ୍ୟ ବ୍ରହ୍ମଚାରୀ ଥିଲେ।

ପ୍ରତି ମୁହୂର୍ତ୍ତ ରେ ଏକ ଅଲୌକିକ ପଥରେ ତାଙ୍କ ପାଦ ଆଗକୁ ଆଗକୁ ବଢୁଥିଲା। ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ ପରେ ସେ ଆସି ପହଞ୍ଚି ଥିଲେ ନିଜ ଜନ୍ମମାଟି ନିକଟରେ ଥିବା ଜଳୋକା ପାହାଡ଼ର ପାଦ ଦେଶରେ।ସେଠାରେ ସେ ନିଜ ଗୁରୁଙ୍କ ନୀତି ଗ୍ରହଣ କରି ପାଲଟିଥିଲେ ବଟକୃଷ୍ଣରୁ ବାବା ବୈକୁଣ୍ଠନାଥ। ପାହାଡ଼ର ଗୁମ୍ଫାରେ ରାତି ରାତି ଧରି ତପସ୍ୟା ପରେ ସେ ସିଦ୍ଧି ପ୍ରାପ୍ତ କରିଥିଲେ

ଏଭଳି ଜଣେ ସିଦ୍ଧ ମହା ପୁରୁଷ ଏହି ଗୁମ୍ଫାରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ କରିବେ ବୋଲି ବହୁ ଆଗରୁ ମହାପୁରୁଷ ଅଚ୍ୟୁତାନନ୍ଦ ନିଜ ଭବିଷ୍ୟ ମାଳିକା ରେ ଲେଖି ଯାଇଥିଲେ। ବାବା ବୈକୁଣ୍ଠନାଥ ଙ୍କ ମହିମା ବିଷୟରେ ଚାରିଆଡ଼େ ଅବଗତ। ଭବିଷ୍ୟତରେ କଣ ଘଟିବାକୁ ଯାଉଛି ତାହା ବାବା ଆଗରୁ ଜାଣିପାରୁଥିଲେ।ବାବା ଙ୍କ ଅଲୌକିକତା ବିଷୟରେ ଅବଗତ ହେବା ପରେ ବାବାଙ୍କୁ ସ୍ଵୟଂ ଗଜପତି ଓ ମୁଖ୍ୟମନ୍ତ୍ରୀ ଆସି ପ୍ରଣାମ କରିଥିଲେ।


ତେବେ ବୈକୁଣ୍ଠନାଥ ବାବାଙ୍କ ଅନୁଗାମୀ ଙ୍କ କହିବାନୁଯାୟୀ, ବାବା ଯେଉଁ ଜାଗାରେ ବସି ରହୁଥିଲେ ତାଙ୍କ ପାଖରେ ଏକ ମାଛି ବି ବସୁଥିନଲା। ଏଭଳି ଥିଲା ବୈକୁଣ୍ଠନାଥ ବାବା ଙ୍କ ମହିମା। ଏବେ ତାଙ୍କର ଅନେକ ଶିଷ୍ୟ ବା ଅନୁଗାମୀ ସେହି ମଠରେ ରହି ତାଙ୍କ ମୂର୍ତ୍ତି ର ପୂଜାର୍ଚ୍ଚନା କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.