ଭୁଲରେ ବି ଅଜଣା ଲୋକଙ୍କୁ ଦିଅନ୍ତୁ ନାହିଁ ଲିଫ୍ଟ, ଧରାପଡ଼ିଲେ ଭୋଗିବେ ବଡ଼ ଜରିମାନା ….

ବିଶେଷ

ରାସ୍ତାରେ ଅଜଣା ଲୋକଙ୍କୁ ଲିଫ୍ଟ ଦେଉଛନ୍ତି କି? ହୋଇଯାନ୍ତୁ ସାବଧାନ। କାରଣ ଏଣିକି ଅଜଣା ଲୋକଙ୍କୁ ଲିଫ୍ଟ ଦେଲେ ହୋଇପାରେ ଜେଲ। ମୋଟର ହ୍ଵିକିଲ ନିୟମ ଅନୁଯାୟୀ, ଯଦି ଆପଣ ଗାଡ଼ିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ବେଆଇନ। ତେବେ କଣ ଏହି ନିୟମ , ଆସନ୍ତୁ ଏ ବିଷୟରେ ସମ୍ପର୍ଣ୍ଣ ଭାବରେ ଜାଣିବା।

ତେବେ ରାସ୍ତାରେ ଯିବା ସମୟରେ ଆପଣ ଅନେକ ଥର ଅଜଣା ଲୋକଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ। ଏମିିତି ସମୟରେ ମାନବିକତା ଦୃଷ୍ଟିରୁ ଲୋକମାନେ ସାହାଯ୍ୟ କରିବାକୁ ଯାଇ ସେହି ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବସାଇଥାନ୍ତି। କିନ୍ତୁ ଏହା କରିବା ଠିକ ନୁହେଁ। ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ। ତେବେ ନିଜର ଏହି ଅଭ୍ୟାସକୁ ବଦଳାନ୍ତୁ। ଏମିତିରେ ଆପଣ ବଡ଼ ଅସୁବିଧାରେ ପଡ଼ିପାରନ୍ତି।

ମୋଟର ହ୍ଵିକିଲ ନିୟମ ଅନୁଯାୟୀ ୬୬/୧୯୨ ଅନ୍ତର୍ଗତ ଆପଣ ନିଜ ଗାଡ଼ିରେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ସମ୍ପୂର୍ଣ୍ଣ ଭାବରେ ବେଆଇନ। ଏହାକୁ ନେଇ ନିକଟରେ ମୁମ୍ବାଇରେ ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବାରୁ ଗାଡି ଚାଳକଙ୍କୁ ଦୁଇ ହଜାର ଟଙ୍କାର ଚାଲାଣ ଭରିବାକୁ ପଡ଼ିଥିଲା।


ଘଟଣା କିଛି ଏଭଳି ଥିଲା ଯେ ବ୍ୟକ୍ତି ଜଣକ ନିଜ ଗାଡ଼ିରେ ଯିବା ସମୟରେ ରାସ୍ତାରେ ଜଣେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ। ପରେ ତାଙ୍କର ଚେକିଂ ବେଳେ ସେ ଧରା ପଡ଼ିଲେ। ଏହାପରେ ତାଙ୍କ ଉପରେ ୬୬/୧୯୨ ଧାରା ଲାଗୁ ହେଲା। ଯାହା ଫଳରେ ସେହି ବ୍ୟକ୍ତି ଙ୍କୁ ଦୁଇ ହଜାର ଟଙ୍କା ଦେବାକୁ ପଡ଼ିଲା।

ମୋଟର ହ୍ଵିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ କେବଳ କମର୍ସିଆଲ ଗାଡ଼ିକୁ ହିଁ ଏହି ଅନୁମତି ମିଳିଛି। ତାଙ୍କ ପାଖରେ ଏହି ପରିମିଟ ଅଛି। ସେମାନେ ଅନ୍ୟ ଲୋକଙ୍କୁ କମର୍ସିଆଲ ପର୍ପୋଜରେ ଲିଫ୍ଟ ଦେଇପାରିବେ। ପ୍ରାଇଭେଟ ଗାଡ଼ି ବାଲାଙ୍କୁ ଏହି ଅନୁମତି ମିଳିନି। ସହଜ ଭାଷାରେ କହିଲେ ଆପଣ ଏହାକୁ କମର୍ସିଆଲ ରୂପେ ବ୍ୟବହାର କରିପାରିବେ ନାହିଁ। ଏମିତିରେ ଦଣ୍ଡ ଭୋଗିବା ବାଧ୍ୟ।

Leave a Reply

Your email address will not be published.