ଭାରତର ସବୁଠାରୁ ରହସ୍ୟମୟୀ ମନ୍ଦିର। କବାଟ ଖୋଲିଲେ ଆସିବ ମହାପ୍ରଳୟ!! …..

ବିଶେଷ

ଆମ ଭାରତ ବର୍ଷରେ ରହିଛି ଅନେକ ଗୁଡ଼ିଏ ପ୍ରାଚୀନ ମନ୍ଦିର। ତା ମଧ୍ୟରୁ ଅନେକ ଗୁଡ଼ିଏ ମନ୍ଦିର ଏଭଳି ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ। ସେହିଭଳି ରହସ୍ୟମୟି ମନ୍ଦିର ମାନଙ୍କ ମଧ୍ୟରୁ ଏକ ମନ୍ଦିର ହେଉଛି କେରଳ ଠାରେ ଥିବା ଥିରୁଅନନ୍ତପୁରମର ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି ମଧ୍ୟ କୁହାଯାଏ। ଏହି ମନ୍ଦିର ନିଜ ଭିତରେ ଅନେକ ରହସ୍ୟ ଜାବୁଡ଼ି ଧରିଛି।

 

କୁହାଯାଏ ୧୬୦୦ ଶତାବ୍ଦୀରେ ରାଜା ମାନଙ୍କ ଦ୍ଵାରା ନିର୍ମିତ ହୋଇଥିବା ଏହି ମନ୍ଦିରରେ ଥିବା ଗୁପ୍ତ କୋଠରିରେ ରାଜା ବିପୁଳ ପରିମାଣର ଧନ ଲୁଚାଇ ରଖିଛନ୍ତି। ୨୦୧୧ ମସିହାରେ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମନ୍ଦିରରେ ଥିବା ୬ ଟି ରହସ୍ୟମୟ ଦ୍ଵାରକୁ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତି ରେ ପ୍ରଥମେ ଗୋଟେ ଗୋଟେ କରି ମନ୍ଦିରର ପାଞ୍ଚୋଟି ଦ୍ଵାରକୁ ଖୋଲା ଯାଇଥିଲା । ଅନେକ ବର୍ଷ ଧରି ବନ୍ଦ ରଖାଯାଇଥିବା ସେହି କୋଠରୀ ମଧ୍ୟରୁ ସିନ୍ଧୁକ ସିନ୍ଧୁକ ସୁନା ଓ ହୀରା ଅଳଙ୍କାର ମାନ ମିଳିଥିଲା।

ତେବେ ୫ ଟି ଗୁପ୍ତ କୋଠରୀ ଖୋଲାଯାଇଥିଲା ମଧ୍ୟ ୬ ତମ ବା ଶେଷ କୋଠରୀକୁ ଖୋଲିବାରେ ସମସ୍ତେ ବିଫଳ ହୋଇଥିଲେ। ମନ୍ଦିରର ଏହି କବାଟର ଦୁଇ ପାର୍ଶ୍ଵରେ ରହିଛି ଦୁଇଟି ସାପଙ୍କ ଚିତ୍ର। ହେଲେ ସବୁଠୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହି କବାଟରେ କୌଣସି ପ୍ରକାର ତାଲା ଦେଖିବାକୁ ମିଳେନାହିଁ। ତାଲା ନଥାଇ ମଧ୍ୟ କଣ ପାଇଁ ଏହି ଦ୍ଵାରକୁ ଖୋଲିବାରେ କେହି ସମର୍ଥ ହେଉନାହାନ୍ତି ତାହା ସମସ୍ତଙ୍କୁ ଅଜଣା।

କୁହାଯାଏ, ଏକ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯିବା ସହିତ ଏକ ସ୍ଵତନ୍ତ୍ର ମନ୍ତ୍ରର ଉଚ୍ଚାରଣ ଦ୍ୱାରାହିଁ ଏହି ମନ୍ଦିରର ଦ୍ଵାରକୁ ଖୋଲାଯାଇପାରିବ। ବିଶ୍ୱାସ ରହିଛି, ଆଜି ପର୍ଯ୍ୟନ୍ତ ସେପରି କେହି ବ୍ୟକ୍ତି ଜନ୍ମ ନେଇ ନାହାନ୍ତି ଯିଏକି ସେ ରହସ୍ୟମୟ ଦ୍ଵାରକୁ ଖୋଲିପାରିବେ। ଏହି ଦ୍ଵାରକୁ ଜୋରଜବରଦସ୍ତ ଖୋଲିବାକୁ ଚେଷ୍ଟା କଲେ ମୃତ୍ୟୁ ବି ଆସିପାରେ ବୋଲି ଲୋକମାନେ କୁହନ୍ତି। ଏହି ରହସ୍ୟମୟ କୋଠରୀ ମଧ୍ୟରେ କଣ ରହିଛି ତାହା କେହି ବି ଜାଣିନାହାନ୍ତି।

ପୁର୍ବରୁ ୨୦୦୮ ମସିହାରେ ଏହି ରହସ୍ୟମୟ କବାଟକୁ ଖୋଲିବାକୁ ଚେଷ୍ଟା କରଯାଇଥିଲା ।ହେଲେ ସେହି ସମୟରେ ଅନେକ ଗୁଡ଼ିଏ ନାଗ ସାପ ଦେଖିବାକୁ ମିଳିଥିଲା। ଯାହା ଫଳରେ ଏହି କବାଟକୁ ଖୋଲିବାକୁ ଆଉ କେହି ଚେଷ୍ଟା ବି କରିନଥିଲେ। ସେହିଭଳି ୧୯୩୧ ମସିହାରେ ମଧ୍ୟ ଏହି କବାଟକୁ ଖୋଲିବାକୁ ଚେଷ୍ଟା କରଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା।

ଲୋକମାନଙ୍କ କହିବାନୁଯାୟୀ, ଏଠାରେ ଯାହାବି କିଛି ରହିଛି ସେଥିରେ କୌଣସି ଲୋକ ହାତ ମାରିବା ଉଚିତ୍ ନୁହଁ। ସ୍ଥାନୀୟ ପ୍ରଶାସନ ଏହି ଦ୍ଵାରକୁ ଖୋଲିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶ୍ରଦ୍ଧାଳୁ ମାନେ ଏହାକୁ ବିରୋଧ କରିଛନ୍ତି। କେହି ବି ଚାହୁନାହାଁନ୍ତି ଏହି ୬ ନମ୍ବର କୋଠରୀକୁ କେହି ବି ଜୋର ଜବରଦସ୍ତ ଖୋଲନ୍ତୁ ବୋଲି। କାରଣ ବିଶ୍ୱାସ କରାଯାଏ ଏହି କୋଠରୀ ଖୋଲିବା ଦ୍ବାରା ପ୍ରଳୟ ହୋଇପାରେ। ତେବେ ଆଜି ପର୍ଯ୍ୟନ୍ତ ଏନେଇ ବାସ୍ତବରେ ସ୍ପଷ୍ଟ ହୋଇନାହିଁ। ଏହା ଲୋକବିଶ୍ୱାସ ବୋଲି କୁହାଯାଏ।

Leave a Reply

Your email address will not be published.