ଭାଇରାଲ ହେଉଛି ରାଇମୋହନ(Raimohan) ପରିଡାଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ପରିବାର ସହ ଏମିତି … ଦେଖନ୍ତୁ

ବିଶେଷ ମନୋରଞ୍ଜନ

ରାଇମୋହନ ନା ଶୁଣିଲେ ସିନେ ପ୍ରେମୀଙ୍କ ମନରେ ଗୋଟେ ଦୁର୍ଦ୍ଦାନ୍ତ ଖଳନାୟକର ଚରିତ୍ର ଉଙ୍କିମାରେ। ଖଳନାୟକ ଭୂମିକାରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଫିଲ୍ମର ଶେଷ ଦୃଶ୍ୟ ପର୍ଯ୍ୟନ୍ତ ବାନ୍ଧି ରଖେ। ରାଇମୋହନଙ୍କ ନେଗେଟିଭ୍‌ ଚରିତ୍ରର ମୃତ୍ୟୁ ଦେଖିଲେ ଦର୍ଶକର ଛା-ତି- ଥ-ରି ଉଠେ।

ଲୋକେ କହନ୍ତି ଖଳନାୟକ ହେବ ତ ରାଇ ଭାଇଙ୍କ ଭଳି। ଆଜି ସେହି ଲୋକପ୍ରିୟ ଅଭିନେତା ଆମ ଗହଣରେ ନାହାନ୍ତି। ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି। ବୟସ ଆଗରୁ ତାଙ୍କ ଆୟୁଷ ସରିଯାଇଛି। ତାଙ୍କ ବିୟୋଗରେ ଓଲିଉଡ ଠାରୁ ଜଲିଉଡ୍ ସବୁଠି ଦୁଃଖର କଳା ବାଦଲ ଖେଳି ଯାଇଛି।

ଗତକାଲି ପୂର୍ବାହ୍ନ ୧୧ଟା ୪୫ ମିନିଟ ସମୟରେ ରାଇମୋହନ ପରିଡା ଙ୍କ ଆ-ତ୍ମ-ହ-ତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ବାସଭବନ ରୁ ଝୁଲନ୍ତା ଅବସ୍ଥାରେ ତା-ଙ୍କ ମୃ-ତ ଦେ-ହ ଉଦ୍ଧାର କରାଯାଇଥିଲା। ଏହି ଖବରକୁ କେହି ବି ସହଜରେ ବିଶ୍ୱାସ କରିପାରିନଥିଲେ।

ଆତ୍ମହତ୍ୟାକୁ ଘୃଣା କରୁଥିବା ବ୍ୟକ୍ତି କିପରି ଆତ୍ମହତ୍ୟା କରିବ ଏହାକୁ କେହି ବି ସହଜରେ ବିଶ୍ବାସ କରିପାରିନଥିଲେ । ମାତ୍ର ବାସ୍ତବରେ ସମସ୍ତଙ୍କୁ ବିଦାୟ ଦେଇଥିଲେ ରାଇ । ପାରିବାରିକ ଅସନ୍ତୋଷ କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା।

ରାଇମୋହନ ଙ୍କ ମୃତ୍ୟୁ ପରେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ସେ ନିଜ ପ୍ରାଚୀ ବିହାର ସ୍ଥିତ ବାସଭବନ କୁ ବୁଲାଇ ଦେଖାଉଛନ୍ତି। କେବଳ ଏତିକି ନୁହେଁ, ଏହି ଭିଡିଓ ଦେଖିଲେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ସେ ନିଜ ପରିବାର ଓ ସ୍ତ୍ରୀ ଙ୍କୁ କେତେ ମାତ୍ରା ରେ ଭଲ ପାଉଥିଲେ।

ତେବେ ପରିବାରକୁ ଏତେ ମାତ୍ରାରେ ଭଲ ପାଉଥିବା ମଣିଷ ଟିଏ କିଭଳି ଯେ ପାରିବାରିକ ଅସାନ୍ତି କୁ ନେଇ ଆ-ତ୍ମ-ହ-ତ୍ୟା କରିବ ତାହା ଏବେ ବି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.