ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ( ୨୫ ସଂକେତ ) – ଆଜି ଠାରୁ ଜାଣି ରଖନ୍ତୁ …

ବିଶେଷ

ଭାରତ ବର୍ଷ ରେ ଜନ୍ମ ହୋଇଥିବା କାରଣରୁ ପୁରାଣ ଶାସ୍ତ୍ର ଉପରେ ଆମର ଯଥେଷ୍ଟ ଭରସା ଓ ବିଶ୍ୱାସ ରହିଛି। ପୁରାଣ ଶାସ୍ତ୍ର ରେ ଅନେଗୁଡିଏ ସଂକେତ ବିଷୟରେ ବର୍ଣ୍ଣନା କରାଯାଇଛି।ଆଜି ଆମେ ଆପଣମାନଙ୍କୁ ସେମିତି କିଛି ସୁ ସଙ୍କେତ ବିଷୟରେ କହିବାକୁ ଯାଉଛୁ।ଆପଣମାନଙ୍କ ବ୍ୟକ୍ତିଗତ ଜୀବନ ଭିତରେ ଯଦି ଏହି ସଂକେତ ଗୁଡ଼ିକ ମଧ୍ୟରୁ କିଛି ସଂକେତ ମିଳୁଛି ତାହେଲେ ଆପଣମାନେ ବୁଝିଯିବେ ଯେ ଅଳ୍ପ ଦିନ ମଧ୍ୟ ରେ ଆପଣ ଧନବାନ୍ ହେବାକୁ ଯାଉଛନ୍ତି।ଆପଣଙ୍କର ସମୟ ଭଲ ହେବାକୁ ଯାଉଛି।ପରିଶ୍ରମ କରିବା ଦ୍ୱାରା ଆମକୁ ଧନ ମିଳିଥାଏ ହେଲେ ଭାଗ୍ୟ ବଳବାନ ହେବା କାରଣରୁ ମଧ୍ୟ ଧନ ମିଳିବା କଥା ପୁରାଣ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି।

ପ୍ରଥମ ଟି ହେଉଛି ଶୁଭ ଦିନରେ ପଇସା ଆସିବା, ଯଦି ଆପଣମାନଙ୍କୁ ଭଲ ଦିନରେ କିଛି ପଇସା ମିଳୁଛି ତାହେଲେ ଆପଣ ବୁଝିଜିବେ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ରହିଛି। ଆଗାମୀ ଦିନ ମାନଙ୍କରେ ଆପଣଙ୍କ ଜୀବନରେ ଅଧିକ ଧନ ଆସିବା ର ସମ୍ଭାବନା ରହିଛି। ଦ୍ଵିତୀୟ ରେ ହେଲା ମଧୁର ସଙ୍ଗୀତ ର ଶବ୍ଦ, ଯଦି ଆପଣ ସକାଳୁ ଉଠିବା ସମୟରେ ଘଣ୍ଟି ର ଶବ୍ଦ ଶଙ୍ଖ ର ଶବ୍ଦ କିମ୍ବା ଭଜନ ଗୀତ ଶୁଣନ୍ତି ତେବେ ଏହା ଶାସ୍ତ୍ର ରେ ଆଗକୁ ଆସିବାକୁ ଯାଉଥିବା ଭଲ ମାର୍ଗ ବିଷୟରେ କୁହାଯାଇଛି।

ତୃତୀୟ ରେ ହେଲା ଝିଣ୍ଟିକା, ଯଦି ଆପଣ ଝିଣ୍ଟିକା ଦେଖନ୍ତି ଆଉ ତାର ଶବ୍ଦ ଶୁଣନ୍ତି ତେବେ ବୁଖିଯିବେ ଯେ ଆପଣ ଙ୍କ ର ଆଗକୁ କିଛି ଭଲ ହେବାକୁ ଯାଉଛି।
ଘୁଷୁରୀ – ଘୁଷୁରୀ କୁ ଶୁଭ ପଶୁ ହିସାବ ରେ ଶାସ୍ତ୍ର ରେ ଉଲ୍ଲେଖ ଅଛି। ତାକୁ ଦେଖିଲେ ଶୁଭ ହୋଇଥାଏ।
ଡଲଫିନ – ଡଲଫିନ କୁ ମଣିଷ ର ଜଣେ ଭଲ ବନ୍ଧୁ କୁହାଯାଏ।ଏହାକୁ ଦେଖିବା ମାତ୍ରେ ଶୁଭ ହେବା କଥା ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି।
କଇଁଛ – ପୁରାଣ ରେ ଲେଖା ଅଛି ଭଗବାନ୍ ନାରାୟଣ କଚ୍ଛପ ରୂପ ଧାରଣ କରିଥିଲେ।ତେଣୁ କଇଁଛ ଶୁଭ ହୋଇଥାଏ ବୋଲି ପୁରାଣ ରେ ଲେଖା ହୋଇଛି।

 

ହାତ କୁଣ୍ଡାଇ ହେବା – ଯଦି ଆପଣଙ୍କ ହାତ କୁଣ୍ଡାଇ ହେଉଛି ତେବେ ଏହି ସଙ୍କେତ ରୁ ଜଣାପଡୁଛି କି ଆପଣଙ୍କୁ ଏକ ମାସ ମଧ୍ୟରେ ଧନ ପ୍ରାପ୍ତି ହେବ।
ବର୍ଷା ରେ ସୂର୍ଯ୍ୟ ଚମକିବା – ବର୍ଷା ରେ ଭିଯିବା ସମୟରେ ଯଦି ଆପଣଙ୍କୁ ଭଗବାନ୍ ସୂର୍ଯ୍ୟ ନାରାୟଣ ଚମକି ବାର ଦୃଶ୍ୟମାନ ହେଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ।ଆପଣ ଙ୍କ ଜୀବନରେ ଭଲ ଦିନ ଆସିବାକୁ ଯାଉଛି ।

ମୋତି – ମୋତି କୁ ଗହଣା ହିସାବ ରେ ପରିଧାନ କରାଯାଇଥାଏ।ଏହା ଶାମୁକା ଭିତରେ ରହିଥାଏ।ଶାସ୍ତ୍ର ରେ ମୋତି କୁ ଶୁଭ ମାନା ଯାଇଛି।
ବଗିଚାରେ ପ୍ରାକୃତିକ ଶବ୍ଦ ଶୁଣିବା – ଯଦି ଆପଣ ବର୍ଷା ପରେ ବଗିଚାରେ ବେଙ୍ଗ ବୋବାଇ ବାର ଶବ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

କୁକୁର ଘରକୁ ଆସିବା – ଯଦି କେହି କୁକୁର ଆପଣଙ୍କ ଘରକୁ ଆସେ ତେବେ ଏହା ଆଗକୁ ଧନ ଆସିବାର ସଂକେତ ବୋଲି ଶାସ୍ତ୍ର ରେ ଲେଖା ହୋଇଛି।
କିଛି ବସ୍ତୁ ମିଳିବା – ଯଦି ଆପଣଙ୍କୁ କଏନ ମିଳୁଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆଉ ଯଦି ଆପଣ ଚାରି ପତ୍ରୀୟା ଘାସ ଦେଖୁଛନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ।
ଭୁଲ୍ ରେ ପୋଷାକ ଓଲଟା ପିନ୍ଧିବା – ଯଦି ଆପଣ ତର୍ ତର ରେ ପୋଷାକ ଓଲଟା ପିନ୍ଧିଦେଇଛନ୍ତି ତେବେ ବିରକ୍ତ ହୁଅନ୍ତୁ ନାହିଁ ଏହା ଆପଣଙ୍କ ଜୀବନରେ ଆଗକୁ କିଛି ଭଲ ହେବାର ସଂକେତ ଦେଇଥାଏ।
ଭାଙ୍ଗିଥିବା ତାରା – ଆକାଶରେ ଭାଙ୍ଗିଥିବା ତାରା କୁ ଯଦି ଆପଣ ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ ।ଦେଖିବା ମାତ୍ରେ ଯାହା ଇଚ୍ଛା ରଖିବେ ତେବେ ତାହା ନିଶ୍ଚୟ ପୂରଣ ହେବ।

ବୁଢିଆଣୀ ଜାଲ – ଶାସ୍ତ୍ର ରେ ବୁଢିଆଣୀ ଜାଲ କୁ ଶୁଭ ମାନାଯାଇଛି।ଯଦି ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର ଟି ଭଳି ବୁଢିଆଣୀ ଜାଲ ଦେଖାଯାଏ ତେବେ ଆପଣ ବୁଝିଜୀବେ ଯେ ଆପଣଙ୍କ ଜୀବନ ରେ କିଛି ଭଲ ହେବାକୁ ଯାଉଛି।
ଚଢ଼େଇ ଙ୍କ ଝାଡ଼ା କରିବା – ବେଳେ ବେଳେ ଆମ ଉପରେ ଚଢ଼େଇ ଝାଡ଼ା କରି ଦେଇଥାନ୍ତି।ବହୁତ୍ ବିରକ୍ତ ଲାଗେ।ହେଲେ ଏହା ଶୁଭ ସଂକେତ ବୋଲି ଶାସ୍ତ୍ର ରେ ଉଲ୍ଲେଖ ଅଛି।
ବାଦୁଡ଼ି ର ଘର କରିବା – ଯଦି ବାଦୁଡି ଆପଣ ଙ୍କ ଘରେ ଆସି ତାର ଘର ତିଆରି କରି ରହେ ତେବେ ଏହା ଆପଣଙ୍କ ପାଇଁ ଓ ଆପଣଙ୍କ ଘର ପାଇଁ ବହୁତ୍ ଶୁଭ ହୋଇଥାଏ।
ନୂଆ ବିବାହିତା ଙ୍କୁ ଦେଖିବା – ଯଦି ଆପଣ ବାଟରେ ସୋଳ ଶ୍ରୀଙ୍ଗାର କରିଥିବା ନବ ବିବାହିତା ଙ୍କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଆଖୁ – ଆଖୁ କୁ ଶୁଭ ଫଳ ଭାବରେ ଶାସ୍ତ୍ର ରେ ଲେଖାଯାଇଛି।
କ୍ଷୀର – ଯଦି ସକାଳୁ ଆପଣ କ୍ଷୀର କିମ୍ବା ଦହି ଦେଖୁଛନ୍ତି ତେବେ ଆପଣଙ୍କୁ କିଛି ଶୁଭ ଫଳ ମିଳିବାର ସମ୍ଭାବନା ରହିଛି।
ନଡ଼ିଆ – ନଡ଼ିଆ ଏକ ଶୁଭ ଫଳ ବୋଲି ଶାସ୍ତ୍ର ରେ ଉଲ୍ଲେଖ ରହିଛି।

ଧଳା ଗାଈ – ଯଦି ଗୋଟିଏ ଧଳା ଗାଈ ଆପଣଙ୍କ ଘରକୁ ଆସୁଛି ତେବେ ଜାଣିବେ ଯେ ଧନ ର ଆଗମନ ହେବାକୁ ଯାଉଛି ।ମା ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି।
ଯାତ୍ରା କଲା ବେଳେ ବାଟରେ ଯଦି ଆପଣ କୁକୁର ସାପ ଓ ମାଙ୍କଡ ଦେଖୁଛନ୍ତି ତେବେ ଜନିଯିବେ ଆପଣ ଙ୍କ ର ଯାତ୍ରା ସଫଳ ହେବାକୁ ଯାଉଛି।
ଯଦି ସ୍ବପ୍ନ ରେ ଆପଣ ଧଳା ସାପ , ସୁନା ର ସାପ ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ।ଆପଣ ଖୁବ୍ କମ୍ ଦିନ ମଧ୍ୟରେ ଧନବାନ୍ ହେବାକୁ ଯାଉଛନ୍ତି ।।

Leave a Reply

Your email address will not be published.