ବିଲ୍ ଗେଟ୍ସଙ୍କ ବଡ଼ ବୟାନ – କହିଲେ ଏବେ ଆଉ ଧନୀ ହେବିନି,ସବୁ ଧନ ବାଣ୍ଟିଦେବି !! ହେଲେ କଣ ପାଇଁ …

ବିଶେଷ

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ ର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାଁନ୍ତି। ଏମିତିକି ସେ ଧନୀ ତାଲିକାରେ ମଧ୍ୟ ଆଉ ରହିବାକୁ ଚାହୁଁ ନାହାନ୍ତି। କାରଣ ତାଙ୍କର ଧନୀ ହେବାର ମୋହ ଭାଙ୍ଗି ଯାଇଛି। ୨୦୦୦ କୋଟି ଡଲାର ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥରାଶି ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ଦିଆଯିବ।

କରୋନା ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧ ସହିତ ବିଶ୍ୱିକ ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ଫାଉଣ୍ଡେସନ ଏହାର ବାର୍ଷିକ ଖର୍ଚ୍ଚ ବଢ଼ାଇଛି। ଆମେରିକାର ବରିଷ୍ଠ ନିବେଶକ ୱାରେନ୍ ବଫେଟ ଗତ ମାସରେ ବିଲ ଗେଟ୍ସ ଫାଉଣ୍ଡେସନକୁ ୩.୧ ଆରବ ଡଲାର ଦାନ ଲାଗି ଘୋଷଣା କରିଛନ୍ତି। ଗେଟ୍ସ ଆଶା ରଖିଛନ୍ତି ଯେ, ଅନ୍ୟ ଧନୀ ବ୍ୟକ୍ତିମାନେ ମଧ୍ୟ ଏହି ଦାନରେ ସାମିଲ ହେବେ।

୨୦୨୬ ସୁଦ୍ଧା ବାର୍ଷିକ ବଜେଟ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଗେଟ୍ସ ଫାଉଣ୍ଡେସନ ଯୋଜନା କରିଛି। ଏହି ଅର୍ଥରାଶି ଶିକ୍ଷା ସୁବିଧା , ଗରିବ ମୁକ୍ତ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ବ୍ଯବହାର କରାଯିବ। ବିଲ୍ ଗେଟ୍ସ ଓ ତାଙ୍କର ପୂର୍ବତନ ପତ୍ନୀ ମିଲିଣ୍ଡା ୨୦ ବର୍ଷ ପୂର୍ବେ ଏହି ଫାଉଣ୍ଡେସନର ପ୍ରତିଷ୍ଠା କରିଥିଲେ।

ଉଭୟ ସେମାନଙ୍କର ସମ୍ପତ୍ତିର ଏକ ଏକ ଅଂଶ ଦାନ କରିଥିଲେ। ତେବେ ୨୦୨୧ ରେ ବିଲ୍ ଗେଟ୍ସ ଓ ମିଲିଣ୍ଡା ଙ୍କର ଛାଡ଼ପତ୍ର ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ୧୧୩ ଆରବ ଡ଼ଲାର ନେଟ୍ ୱର୍ଥ ସହ ବିଲ୍ ଗେଟ୍ସ ହେଉଛନ୍ତି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି। ହେଲେ ଏବେ ଧନୀ ବ୍ୟକ୍ତି ହେବାକୁ ତାଙ୍କର ଆଉ ଇଚ୍ଛା ନାହିଁ।


ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, “ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସିବାକୁ ମୁଁ ଚାହୁଁଚି ଓ ଶେଷରେ ଏହି ତାଲିକାରୁ ବାଦ୍ ପଡ଼ିବାକୁ ଯାଉଛି। ମୋ ଟଙ୍କାକୁ ସମାଜର ହିତରେ ଦାନ କରିବାକୁ ଚାହୁଁଛି। ଯେଉଁଥିରେ ଲୋକଙ୍କ ଜୀବନରେ ସୁଧାର ଆସିବ। ମୁଁ ଆଶା କରୁଛି, ଅନ୍ୟମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୁଅନ୍ତୁ”। ତେବେ ବିଲ୍ ଗେଟ୍ସ ଙ୍କର ଏହି ନିଷ୍ପତି କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published.