ବାହାଘର ଘରେ ଶାଶୁଘରେ ମିଳିଲା ନି-ର୍ଯା-ତ-ନା। ନିଜର ୭ ବର୍ଷର ଝିଅକୁ ନେଇ ବାପା ମା ଙ୍କ ପାଖରେ ରୁହନ୍ତି ଶିବାଙ୍ଗୀ । କୋର୍ଟ ରେ ଚାଲିଛି ସ୍ବାମୀଙ୍କ ସହ ଛାଡ଼ପତ୍ର ର ଲଢେଇ। ହେଲେ ଜୀବନର ଏଭଳି ସଂଘର୍ଷ ଭିତରେ ସେ ଆଜି ସିଭିଲ ସର୍ଭିସରେ ସଫଳ। ଆଉ ବନିଗଲେ ଆଇଏଏସ ଅଫିସର।
ଆପଣମାନେ ସିନେମା ବା କାହାଣୀ ରେ ଏଭଳି ସଂଘର୍ଷ ପରେ ସଫଳତାର କାହାଣୀ ଦେଖିଥିବେ। ହେଲେ ଏଭଳି ଜଣେ ବାସ୍ତବିକ କାହାଣୀର ଚରିତ୍ର ହେଉଛନ୍ତି ଶିବାଙ୍ଗୀ ଗୋଏଲ। ଯିଏକି ଛାଡ଼ପତ୍ର ଲଢେଇ ସତ୍ତ୍ବେ ବି ସିଭିଲ ସର୍ଭିସରେ ସଫଳତା ପାଇଛନ୍ତି। ସିଭିଲ ସର୍ଭିସ ଫଳ ତାଲିକାରେ ସେ ୧୭୭ ନମ୍ୱର୍ ସ୍ଥାନ ରେ ଅଛନ୍ତି।
ଶିବାଙ୍ଗୀଙ୍କ କାହାଣୀ ଯେତିକି ସଙ୍ଘର୍ଷ ପୂର୍ଣ୍ଣ ସେତିକି କଷ୍ଟ ଦାୟକ। ଶିବାଙ୍ଗୀ ବିବାହିତା। ତାଙ୍କର ଗୋଟିଏ ୭ ବର୍ଷର ଝିଅ ମଧ୍ୟ ଅଛି। ବିବାହ ପରେ ଶିବାଙ୍ଗୀଙ୍କ ଶାଶୁଘର ଲୋକ ତାଙ୍କୁ ନାନା ନି-ର୍ଯା-ତ-ନା ଦେଲେ। ନିର୍ଯାତନା ସହି ନ ପାରି ସେ ଆସି ନିଜ ବାପା ମା ଙ୍କ ପାଖରେ ରହିଲେ। ତାଙ୍କ ଛାଡ଼ପତ୍ର ମାମଲା ଏବେ ବି କୋର୍ଟ ରେ ବିଚରାଧୀନ ଅଛି।
ପାଠ ପଢିବା ସମୟରୁ ହିଁ ଶିବାଙ୍ଗୀ ଆଇଏଏସ ହେବାକୁ ଲକ୍ଷ ରଖିଥିଲେ। ବିବାହ ପୂର୍ବରୁ ସେ ଦୁଇ ଥର ୟୁପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଶାଶୁଘର ଛାଡ଼ି ଚାଲି ଆସିବା ପରେ ପୁନର୍ବାର ୟୁପିଏସସି ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲେ। ଦୃଢ଼ ସଂକଳ୍ପ ସହିତ ଦୃଢ ପ୍ରସ୍ତୁତି କରି ସେ ଆଜି ସଫଳତା ପାଇଛନ୍ତି।
ଶିବାଙ୍ଗୀ ନିଜ ସଫଳତା ପାଇଁ ନିଜ ବାପା , ମା ଓ ଝିଅକୁ ଶ୍ରେୟ ଦେଇଛନ୍ତି। ଆମ ସମାଜରେ ଆଜିକା ସମୟରେ ବି ଅନେକ ଏଭଳି ମହିଳା ଅଛନ୍ତି ଯେଉଁମାନେ ଶାଶୁଘରେ ନାନା ନି-ର୍ଯା-ତ-ନା ପାଇ ବି ପ୍ରତିବାଦ କରିପାରିନାହାନ୍ତି। ସେହିଭଳି ମହିଳା ମାନଙ୍କ ପାଇଁ ଶିବାଙ୍ଗୀଙ୍କ କାହାଣୀ ଏକ ପ୍ରେରଣା ସାଜିବ।