ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳା ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆ-ତ୍ମ-ହ-ତ୍ୟା ଘଟଣାକୁ ଏହାରି ଭିତରେ ତିନି ଦିନ ବିତିଛି। ହେଲେ ପୋଲିସ ଅଭିଯୁକ୍ତ ୩ ସିନିୟର୍ ଛାତ୍ରୀ ଙ୍କ ସୁରାକ ପାଇନାହିଁ। ରୁଚିକା ଙ୍କ ସୁ-ଇ-ସା-ଇ-ଡ୍ ନୋଟ୍ ଆଧାରରେ ସେହି ୩ ସିନିୟର୍ କିଏ ତାଙ୍କୁ ଖୋଜୁଛି ପୋଲିସ। ହେଲେ କିଏ ସେହି ସିନିୟର୍ ଜଣାନଥିବାରୁ ତାଙ୍କ ନିକଟରେ ପହଁଚିବା ପାଇଁ ରୁଚିକା ରହୁଥିବା ହଷ୍ଟେଲ କୁ ପୋଲିସ ପକ୍ଷରୁ ସିଲ କରାଯାଇଛି।
ତଦନ୍ତ ନ ସରିବା ପର୍ଯ୍ୟନ୍ତ ଛାତ୍ରୀ ନିବାସରେ ରହୁଥିବା କୌଣସି ଛାତ୍ରୀ ହଷ୍ଟେଲ ଛାଡି ନ ଯିବାକୁ କୁହାଯାଇଛି।ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୋଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ୧୩୪ ଜଣ ଅନ୍ତେଃବାସୀ ଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬୦ ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍। ଏଥିସହ ବିଜେବି କଲେଜ୍ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି।
ଅନ୍ୟପଟେ, କଲେଜ୍ ସମ୍ମୁଖରେ ରୁଚିକା ଙ୍କ ପରିବାର ପକ୍ଷରୁ ଧାରଣା ଦିଆଯାଇଛି। ତାଙ୍କୁ ସମର୍ଥନ କରି ତାଙ୍କ ଗ୍ରାମବାସୀ ମାନେ ବି ଧାରଣାରେ ସାମିଲ ହୋଇଛନ୍ତି। ସେହିଭଳି ରୁଚିକା ଙ୍କ ପରିବାରକୁ ସମର୍ଥନ କରି ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି।
ସୂଚନାନୁସାରେ, କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଗତ ୨ ତାରିଖ ପୂର୍ବାହ୍ନରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଥିଲେ।
ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ରେ ଆତ୍ମହତ୍ୟାର କାରଣ ଲେଖିଯାଇଥିଲେ। ୩ ସିନିୟରଙ୍କ ରାଗିଂ ଯୋଗୁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ରୁଚିକା। ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି