ବାସି ମୁହଁରେ ହାଲୁକା ଉଷୁମ ପାଣି ପିଇଲେ କଣ ହୁଏ ? ଶରୀର ପାଇଁ ହୋଇଥାଏ …

ବିଶେଷ

ଜଳ ବିନା ଜୀବନ ଅସମ୍ଭବ।ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ସମସ୍ତେ ଥଣ୍ଡା ପାଣି ପିଇ ବାକୁ ପସନ୍ଦ କରନ୍ତି।ହେଲେ ଉଷୁମ୍ ପାଣି ଆମ ଶରୀର ପାଇଁ ବହୁତ୍ ଉପଯୋଗୀ ହୋଇଥାଏ।ଆଜି ଆମେ ଆପଣମାନଙ୍କୁ ହାଲ୍କା ଉଷୁମ୍ ପାଣି ର ଚମତ୍କାରିତା ବିଷୟରେ କହିବାକୁ ଯାଉଛୁ।ରାତିରେ ଶୋଇବା ସମୟରେ ଆମ ପାଟି ର ଲାଳ ଆମ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ବନିଯାଏ ।ତେଣୁ ସକାଳୁ ଉଠି ବ୍ରସ୍ କରନ୍ତୁ ନାହିଁ ।ମୁହଁ ଧୋଇବା ପରେ କିଛି ଉଷୁମ୍ ପାଣି ପିଅନ୍ତୁ।ପାଣି ସହିତ ପାଟି ର ଲାଳ ଅଂଶ ପିଇବା ଦ୍ୱାରା ଆମ ଶରୀର ପାଇଁ ଭଲ ହୋଇଥାଏ।

ଯଦି ମୁହଁରେ ବ୍ରଣ ହୋଇଥାଏ ତେବେ ସକାଳୁ ଉଠିବା ପରେ ବାସି ଲାଳ କୁ ବ୍ରଣରେ ଲଗେଇଲେ ବ୍ରଣ ଦାଗ ଚାଲିଯାଏ।ଜିଭର ଲାଳ ଅଂଶ ରେ ରୋଗ ପ୍ରତିରୋଧକ ଶକ୍ତି ରହିଛି।ଖଣ୍ଡିଆ ଜାଗାରେ ବସି ଲାଳ କୁ ଲଗେଇବା ଦ୍ୱାରା ଖଣ୍ଡିଆ ଜଲଦି ଭଲ ହୋଇଥାଏ।ସେଥିପାଇଁ ପଶୁ ମାନଙ୍କ ର ଖଣ୍ଡିଆ ହୋଇଗଲେ ସେମାନେ ସେ ଜାଗାକୁ ଜିଭରେ ଚାଟନ୍ତି ।ଚାଟିବା ଦ୍ୱାରା ତାଙ୍କର ଘା ଜଲଦି ଶୁଖିଯାଇଥାଏ। ଆଉ ଅଳ୍ପ ଦିନରେ ଭଲ ହୋଇଯାଏ।

ଉଷୁମ୍ ପାଣି ଆମ ଶରୀର ପାଇଁ ବହୁତ୍ ଜରୁରୀ ହୋଇଥାଏ। ଉଷୁମ୍ ପାଣି ପିଇବା ଦ୍ୱାରା ମୁହଁ ସତେଜ ହୋଇଥାଏ।ଶରୀର ସୁନ୍ଦର୍ ଦେଖାଯାଏ। ଆଜି ର ଯୁଗରେ ମୋଟା ପଣ ଏକ ବହୁତ୍ ବଡ଼ ସମସ୍ୟା। ମୋଟା ପଣ କମେଇବାକୁ ଆମେ ବହୁତ୍ କିଛି କରିଥାଉ।ଅନେକ ଡାକ୍ତରୀ ଚିକିତ୍ସା ମଧ୍ୟ କରିଥାଉ।ହେଲେ ଏହା ପାଇଁ ଏକ ସହଜ ଉପାୟ ରହିଛି।ସକାଳୁ ଉଠି ଉଷୁମ୍ ପାଣି ପିଇବା ଦ୍ୱାରା ଶରୀର ରେ ଥିବା ଚର୍ବି ଅଂଶ ହ୍ରାସ ପାଇଥାଏ।

ଖାଦ୍ୟ ଖାଇସାରିବା ର କିଛି ସମୟ ପରେ ପାଣି ପିଇବା ଉଚିତ୍। ଆଉ ପାଣି କୁ ଧୀରେ ଧୀରେ ପିଇବା ଉଚିତ୍।ଆଜିର ଦୁନିଆ ରେ ଗ୍ୟାସ୍ ର ସମସ୍ୟା ଅଧିକ ମାତ୍ରାରେ ଦେଖାଦେଉଛି ।ଗ୍ୟାସ୍ ର ମୂଳ କାରଣ ହେଉଛି ଏସିଡିଟି ।ଖାଦ୍ୟ ଭଲ ଭାବରେ ହଜମ ନ ହେବା କାରଣରୁ ଏପରି ହେଉଛି ।ଏହି କାରଣ ରୁ ଅନେକ ରୋଗ ଜାତ ହେଉଛି। ଡାଇବେଟିସ ରକ୍ତ ଚାପ ଭଳି ଅନେକ ରୋଗ ଦେଖାଦେଉଛି।ତେଣୁ କରି ଖାଦ୍ୟ ଖାଇବା ର କିଛି ସମୟ ପରେ ଉଷୁମ୍ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ। ଅନେଗୁଡିଏ ସମସ୍ୟା ର ସମାଧାନ ହୋଇଥାଏ।।

Leave a Reply

Your email address will not be published.