“ବାବୁସାନ ସ୍ତ୍ରୀଙ୍କ ପ୍ରବଳ ଭୁଲ ! ଜଣେ ଝିଅ ର କଲର ଧରି ମାରିବା ଠିକ୍ ନୁହେଁ ” …. ଦେଖନ୍ତୁ ଭିଡିଓ

ବିଶେଷ

ରାଜଧାନୀର ରାଜରାସ୍ତାରେ ସିନେ ତାରକା ଙ୍କ ଜୋରଦାର କଳି। କିଛି ଦିନ ହେବ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଘରର କଳି। ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଏକାଠି ପାଇ ହଙ୍ଗାମା କରିଛନ୍ତି ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ୍ ଓ ପ୍ରକୃତି ଙ୍କ ସହ ଝଗଡା କରିବା ସହ ତାଙ୍କୁ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସାରା ରାଜ୍ୟରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ଘଟଣାକୁ ନେଇ ସମସ୍ତେ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖିବାକୁ ମିଳିଛି। ଏମିତିକି ଗୋଟିଏ ପଟେ ତୃପ୍ତି ଓ ତାଙ୍କ ଶାଶୂଘର ଲୋକେ ତାଙ୍କ ସଂସାର ଭାଙ୍ଗିବା ପଛରେ ପ୍ରକୃତି ଙ୍କୁ ଦାୟୀ କରୁଥିବା ବେଳେ ପ୍ରକୃତି କିନ୍ତୁ ଭିନ୍ନ କଥା କହିଛନ୍ତି। ଏମିତିକି ଖୋଦ ବାବୁସାନ୍ ମଧ୍ୟ ପରିବାର ବିପକ୍ଷରେ ଯାଇ ପ୍ରକୃତିଙ୍କ ଉପରେ ଲଗାଯାଇଥିବା ଆରୋପକୁ ମିଥ୍ୟା ବୋଲି କହିଛନ୍ତି।

ବାବୁଶାନ୍ ପ୍ରକୃତି ମିଶ୍ର ଙ୍କୁ ନେଇ ଏବେ ଯୋଇ ବିବାଦ ଦେଖା ଦେଇଛି ତିନିଜଣ ମିଶି ଏହାକୁ ସମାଧାନ କାଟିବା ଉଚିତ । ମୁଁ ତା କହିବି ବାବୁଶାନ୍ ଙ୍କ ସ୍ତ୍ରୀ ଙ୍କ ସମ୍ପୂର୍ଣ୍ଣ ଭୁଲ । ଏମିତି ରାସ୍ତା ଉପରେ ଜଣେ ଝିଅ ର କଲର ଧରି ମାରିବା ଠିକ୍ ନୁହେଁ . କଥା ରେ ଅଛି ଗୋଟେ ହାତରେ ତାଳି ବଜେନି ବାବୁଶାନ୍ ଓ ପ୍ରକୃତି ଙ୍କ ଦୁହିଁ ଙ୍କ ଭୁଲ ରହିଛି । କିନ୍ତୁ ଆପୋଷ ସମାଧାନ କରିବାର ଥିଲେ ।ଏମିତି ରାସ୍ତାରେ ମାଡ଼ ମାରିବା ଠିକ୍ ନୁହେଁ । ଏଇଟା ପୁରା ପୁରୀ ନିନ୍ଦନୀୟ ! ନିଶ୍ଚିତ ଭାବରେ ବାବୁଶାନ୍ ଆଗକୁ ଫିଲ୍ମ କରନ୍ତୁ ।

ତେବେ ଚେନ୍ନାଇରୁ ଫେରିବା ପରେ ବାବୁଶାନ୍ ବର୍ତ୍ତମାନ ନିଜ ଘରେ ବିଶ୍ରାମ ନେଉଛନ୍ତି। ଯଦିଓ ବାବୁସାନ ଗଣମାଧ୍ୟମ ଆଗରେ କିଛି କହି ନାହାଁନ୍ତି ହେଲେ ତାଙ୍କ ମାଆ ଅପରାଜିତାଙ୍କ ପ୍ରତିକ୍ରିୟା ଆସିଛି। ବାବୁସାନ୍ ଖୁବ୍ ଶୀଘ୍ର ମିଡିଆ ଆଗରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅପରାଜିତା ମହାନ୍ତି। ତେବେ ଏହି ବହୁ ଚର୍ଚ୍ଚିତ ମାମଲା କୁ ନେଇ ବାବୁଶାନ୍ ଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ଦେଖିବା ବାକି ରହିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.