ବାବୁସାନ ଲାଇଭ ରେ ଆସି କହିଲେ “ମୁଁ ଆଉ କୌଣସି ହିରୋଇନ୍ ସହ ଫିଲ୍ମ କରିବିନି !! ” , ଦେଖନ୍ତୁ …

ବିଶେଷ

ରାଜରାସ୍ତାରେ ସିନେ ତାରକା ଙ୍କ ଜୋରଦାର କଳି। ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ରାଜରାସ୍ତାରେ ମୁହାଁ ମୁହିଁ ହେଲେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ କୁ ନେଇ ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଗତ କାଲି ସକାଳ ପ୍ରାୟ ୬.୩୦ ସମୟରେ ସତ୍ୟ ନଗର ସ୍ଥିତ ଗେଷ୍ଟ ହାଉସ ସମ୍ମୁଖରେ ଦେଖିବାକୁ ମିଳିଥିଲା ହାଇ ଡ୍ରାମା। ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ରାସ୍ତା ଉପରେ ଗୋଟିଏ କାର ରେ ଥିବା ବେଳେ ହଠାତ୍‌ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇ ଭୋଲଟେଜ ଡ୍ରାମା ।

ବାବୁଶାନଙ୍କ ପତ୍ନୀ ତୃପ୍ତି କାର୍‌ ଡୋର୍ ଖୋଲି ତାଙ୍କ ସାର୍ଟକୁ ଟାଣି ତାଙ୍କୁ ତଳକୁ ଆସିବାକୁ କହୁଥିଲେ। ବାବୁଶାନ ଡ୍ରାଇଭର ସିଟ୍‌ରେ ବସିଥିବା ବେଳେ ପ୍ରକୃତି ମିଶ୍ର ପାଖ ସିଟ୍‌ରେ ବସିଥିଲେ। ପରେ ବାବୁଶାନଙ୍କ ପତ୍ନୀ କାର୍‌ ପଛ ଡୋର୍ ଖୋଲି ଭିତରକୁ ଯାଇ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ସେ ଜୋରରେ ପ୍ରକୃତିଙ୍କ ଚୁଟି ଟାଣିଥିଲେ। ପ୍ରକୃତି ଉପସ୍ଥିତ ଲୋକଙ୍କୁ ସାହାଯ୍ୟ ମାଗିଥିଲେ।

ପ୍ରକୃତି କୌଣସି ମତେ କାର୍‌ରୁ ଖସି ଦୌଡ଼ି ପଳାଉଥିବା ବେଳେ ବାବୁଶାନଙ୍କ ପତ୍ନୀ ତାଙ୍କୁ ଗୋଡ଼ାଇବା ସହ ଗାଳି କରୁଥିଲେ।
ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ପରେ ପ୍ରକୃତି ମିଶ୍ର ଙ୍କ ବାପା ଓ ମାଆ ଖାରବେଳ ନଗର ଥାନାରେ ତୃପ୍ତି ଓ ତାଙ୍କ ବାପା ଙ୍କ ନାଁ ରେ ଏତଲା ଦେଇଛନ୍ତି। ଅନ୍ୟପଟେ ତୃପ୍ତି ମଧ୍ୟ ନିଜ ଶାଶୁ ଅପରାଜିତା ଙ୍କ ସହ ପହଞ୍ଚି ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି।

ତେବେ ଗତକାଲିର ଘଟଣା ପରେ ବାବୁଶାନ୍ ମହାନ୍ତି ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି, “ମୁଁ ଚେନ୍ନାଇ ଆସୁଥିଲି ଉତ୍କଳ ଦିବସ ପାଳିବା ପାଇଁ ଓ ମୋ ଫିଲ୍ମ ର ପ୍ରମୋସନ ପାଇଁ। ଏହି କାର୍ଯ୍ୟକ୍ରମରେ ପ୍ରକୃତି ମିଶ୍ର ଙ୍କୁ ମଧ୍ୟ ଗେଷ୍ଟ ଭାବରେ ଡକା ଯାଇଥିଲା। ମୁଁ ଜାଣିନଥିଲି ଆମ ଘରେ ଏତେ ଅସୁବିଧା ଚାଲିଛି ବୋଲି। ଯଦି ଏତେ ଅସୁବିଧା ଅଛି ତେବେ ମୁଁ ପ୍ରକୃତି ମିଶ୍ର ଙ୍କ ସହ କୌଣସି ସିନେମା କରିବି ନାହିଁ କି ଦରକାର ପଡ଼ିଲେ ମୁଁ କୌଣସି ହିରୋଇନ୍ ଙ୍କ ସହ ବି ସିନେମା କରିବି ନାହିଁ”।

Leave a Reply

Your email address will not be published.