ବାବୁଶାନ୍ ଙ୍କୁ ଦେଖା କରିବାକୁ ବ୍ରହ୍ମପୁରରୁ ଆସି ପହଁଚିଲେ ବାବୁଶାନ୍ ଙ୍କ ସୁପର ଫ୍ୟାନ … ଦେଖନ୍ତୁ

ବିଶେଷ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ । ଅଭିନୟରେ ମଧ୍ୟ ବେଶ୍ ପାରଙ୍ଗମ। ସିନେମାରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଲୋକ ମାନଙ୍କ ହୃଦୟରେ ଏକ ନିଆରା ସ୍ଥାନ ଦେଇଛି। ରାଜ୍ୟରେ ବାବୁଶାନ୍ ଙ୍କର ଖୁବ୍ ଫ୍ୟାନ ଫାଲୋଇଙ୍ଗ ରହିଛି। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡିର ଅଭିନେତା।

ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍ ଙ୍କୁ ନେଇ ଉପୁଜିଥିବା ବିବାଦ ପରେ ମଧ୍ୟ ବାବୁଶାନ୍ ଙ୍କର ଲୋକପ୍ରିୟତା କମି ନାହିଁ। ଯେଉଁମାନେ ତାଙ୍କର ଫ୍ୟାନ୍ସ୍ ଅଛନ୍ତି ସେମାନଙ୍କର ଏବେ ବି ବାବୁଶାନ୍ ଙ୍କ ପ୍ରତି ସମାନ ଭଲ ପାଇବା ରହିଛି। ସବୁ କିଛି ପୁଣି ଥରେ ଠିକ୍ ହେଇଯାଉ। ପୂର୍ବଭଳି ପୁଣିଥରେ ବାବୁଶାନ୍ ସବୁ କିଛି ଭୁଲି ଅଭିନୟ ଆରମ୍ଭ କରନ୍ତୁ ବୋଲି ତାଙ୍କ ଫ୍ୟାନ୍ସ୍ ମାନେ ଚାହିଁ ରହିଛନ୍ତି।

ଲାଗିରହିଥିବା ବିବାଦ ଭିତରେ ଗତକାଲି ରାତିରେ ବାବୁଶାନ୍ ଙ୍କ ଘର ଆଗରେ ଆସି ପହଂଚିଥିଲେ ତାଙ୍କର ଜଣେ ସୁପର ଫ୍ୟାନ। ବୟସ କମ୍ ହେଲେ ବାବୁଶାନ୍ ଙ୍କ ପାଇଁ ତାଙ୍କ ମନରେ ଅନେକ ଭଲ ପାଇବା। ବାବୁଶାନ୍ ଙ୍କ ଏହି ଫ୍ୟାନ ଜଣକ ନାଁ ହେଉଛି ଓମସାନ ପାତ୍ର। ଘର ବ୍ରହ୍ମପୁର ସହରରେ। ବାବୁଶାନ୍ ଙ୍କୁ ଭେଟିବା ପାଇଁ ସେ କାଲି ରାତିରେ ଆସି ତାଙ୍କ ଘର ଆଗରେ ପହଞ୍ଚିଥିଲେ।


ହେଲେ ବାବୁଶାନ୍ ରେଷ୍ଟ୍ କରୁଥିବାରୁ ସେ ତାଙ୍କ ସହ ଦେଖା ହୋଇପାରିନଥିଲେ। ବାବୁଶାନ୍ ଙ୍କ ପରିସ୍ଥିତି କୁ ବୁଝି ପାରିଥିଲେ ତାଙ୍କ ଫ୍ୟାନ। ମିଡିଆ ଆଗରେ ସେ କହିଥିଲେ, ‘ମୁଁ ବାବୁ ଭାଇ ଙ୍କୁ ଭେଟ କରିବାକୁ ଆସିଥିଲି। ହେଲେ ସେ ତ ଭାଇରାଲ ଭିଡିଓ ଯୋଗୁଁ ଟେନସନ୍ ଅଛନ୍ତି। ଘର ଭିତରେ ରେଷ୍ଟ୍ ନେଉଛନ୍ତି। ମୁଁ ତାଙ୍କୁ ଦେଖା କରିନି।’

ପୂର୍ବରୁ ଜୁଲାଇ ୧ ତାରିଖରେ ଅଭିନେତ୍ରୀ ଶିବାନୀ ଓ ଅଭିନେତା ବାବୁଶାନ୍ ଯେତେବେଳେ ବିଦ୍ୟାରାଣ ଫିଲ୍ମ ର ପ୍ରୀମିୟର୍ ରେ ମହାରାଜା ହଲ କୁ ଯାଇଥିଲେ ସେତେବେଳେ ଓମସାନ ବାବୁଶାନ୍ ଙ୍କୁ ଭେଟିଥିଲେ ବୋଲି କହିଛନ୍ତି। ତାଙ୍କୁ ଭେଟି ସେ ବେଶ୍ ଖୁସି ଥିଲେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published.