ବାବୁଶାନ୍ ଓ ପ୍ରକୃତି ବିବାଦକୁ ନେଇ ଏମିତି କହିଲେ ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତି … ଦେଖନ୍ତୁ

ବିଶେଷ

ଦାଣ୍ଡରେ ପଡ଼ିଛି ଷ୍ଟାର କଳି। ଷ୍ଟାର ଅଭିନେତା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଥମୁନଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ଏହି ବହୁ ଚର୍ଚ୍ଚିତ ମାମଲାରେ ବିଭିନ୍ନ ଲୋକ ଗଣମାଧ୍ୟମ ଆଗରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଏହି ବହୁ ଚର୍ଚ୍ଚିତ ମାମଲାରେ ନିଜ ମୁଁହ ଖୋଲିଛନ୍ତି ଓଲିଉଡ ର ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି।

ସେ କହିଛନ୍ତି, ‘ଦୀର୍ଘ ଅଢେଇ ବର୍ଷ ହେଲା ମୁଁ ଓଡ଼ିଶାରେ ନଥିଲି। ବାହାରେ କାମ କରୁଥିଲି। ଏହି ଖବର ଜାଣିଲା ପରେ ମୁଁ କାଲି ହିଁ ଆସି ପହଞ୍ଚିଛି। ଏହା ଗୋଟିଏ ପାରିବାରିକ ସମସ୍ୟା। ବାବୁସାନ୍ କାଲି ଆସି ପହଂଚିଛନ୍ତି। ଯେହେତୁ ସେଦିନ ରାତିରେ ଫ୍ଲାଇଟ୍ କ୍ୟାନସଲ ହେଇଗଲା ତେଣୁ ରାତି ଅନିଦ୍ରା ଯୋଗୁଁ ବାବୁଶାନ୍ ଶାରୀରିକ ଭାବରେ ସାମାନ୍ୟ ଠିକ୍ ନାହାଁନ୍ତି।’

‘ତାଙ୍କ ବାପା ମା ଙ୍କ ଦେହ ମଧ୍ୟ ଭଲ ନାହିଁ। ସେ ଶାରୀରିକ ଭାବରେ ଠିକ୍ ହୋଇଗଲେ ସମସ୍ତଙ୍କର ସବୁ ପ୍ରଶ୍ନର ଉତ୍ତର ଦେବ। ମିଡିଆ କୁ ନିମନ୍ତ୍ରଣ କରି ସେ ସବୁ କଥା କହିବ। ଆମର ଆଜି ଏହି କଥା ଆଲୋଚନା ମଧ୍ୟ ହୋଇଛି। ଦୁଇ ଦିନ ଭିତରେ ବାବୁଶାନ୍ ମିଡିଆ ଆଗରେ ସବୁ ପ୍ରଶ୍ନର ଉତ୍ତର ଦେବେ।’


ଏହି ଘଟଣା କିଛି ବିରାଟ କଥା ନୁହେଁ। କିଛି ପାରିବାରିକ ସମସ୍ୟା ଥିଲା। ଏବେ ବାବୁଶାନ୍ ଫେରି ଆସିଛି। ସବୁ ସମସ୍ୟାର ଜଲଦି ସମାଧାନ ହୋଇଯିବ। ବାବୁଶାନ୍ ତୃପ୍ତି ଙ୍କ ପାଖରୁ ଯାଇନି। ସବୁବେଳ ପାଇଁ ସେ ତୃପ୍ତିଙ୍କ ପାଖରେ ଅଛି। ବେଳେ ବେଳେ ଜୀବନ ରେ ସେମିତି ହୋଇଯାଏ। ବାବୁସାନ୍ ଜଣେ ଭଲ ପିଲା। କଣ ହୋଇଛି ତା ସହ ସେ ପରିସ୍ଥିତି ଆମେ ଜାଣିବା ଦରକାର। ହୁଏତ ଭୁଲ ସେପଟ ରୁ ଥାଇପାରେ। ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ।

ବାବୁସାନ୍ ଆଗକୁ ଫିଲ୍ମ କରିବେ କି ନାହିଁ ସେ କଥା ପଚରାଯିବାରୁ ଅଶୋକ ପତି କହିଥିଲେ, ‘ବାବୁ ନିଶ୍ଚୟ ଆଗକୁ ଫିଲ୍ମ କରିବ। ଆମର କଥା ହେଇଛି। ଖୁବ୍ ଶୀଘ୍ର ମୁଁ ବାବୁସାନ୍ କୁ ନେଇ ଫିଲ୍ମ କରିବି। ଆଗରୁ ଦର୍ଶକ ମାନଙ୍କୁ ଯେଉଁଭଳି ହିଟ୍ ଫିଲ୍ମ ଦେଇଚି ଆଗକୁ ସେହିଭଳି ଆହୁରି ହିଟ୍ ଫିଲ୍ମ ଦେବି।’

Leave a Reply

Your email address will not be published.