“ବାଥ୍ ରୁମ୍ ରେ ସୁସୁ ନ କରି ସେ ଫ୍ରିଜ୍ ଖୋଲି ସୁସୁ କରିବା ପିଲା ବାବୁସାନ(Babusaan)” – କାହିଁକି ଏମିତି କହିଲେ ଅଭିନେତ୍ରୀ ରାକ୍ଷୀ – ଦେଖନ୍ତୁ

ବିଶେଷ

ଷ୍ଟାର ଅଭିନେତା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଥମୁନଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ଏହି ବହୁ ଚର୍ଚ୍ଚିତ ମାମଲାରେ ବିଭିନ୍ନ ଲୋକ ଗଣମାଧ୍ୟମ ଆଗରେ ନିଜ ନିଜର ମତ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଏହି ବହୁ ଚର୍ଚ୍ଚିତ ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ଦାସ।

ସେ କହିଛନ୍ତି, ‘ଏହି ବିବାଦର ଅନ୍ତ ଘଟିବା ନିହାତି ଦରକାର। ଏହା ସେଭଳି କିଛି ଗୋଟେ ଖାସ୍ କଥା ନୁହେଁ। ମୁମ୍ବାଇ ହୋଇଥିଲେ ବୋଧହୁଏ କେହି ଜାଣି ନଥାନ୍ତେ ଯେହେତୁ ଏଇଟା ଓଡ଼ିଆ ଇଣ୍ଡଷ୍ଟ୍ରି ସେଥିପାଇଁ କଥା ଟା ଏତେ ହାଇଲାଇଟ ହେଲା। ମୁଁ ମିଡିଆ ବାଲା ଙ୍କୁ ଦୋଷ ଦେବି କାରଣ ସେମାନେ ଏହି କଥାକୁ ବଢାଇଲେ।’

‘ଯାହା ହେବାର କଥା ହେଇଗଲାଣି। ପ୍ରକୃତି ମୁମ୍ବାଇ ପଳାଇଲେ ଏଇଟା ଗୋଟେ ଭଲ କଥା। ସେଠାରେ ଯାଇ ସେ ବହୁତ୍ କାମ କରନ୍ତୁ। ଆଉ ବାକି ରହିଲା ବାବୁଶାନ୍ ଓ ତୃପ୍ତି କଥା। ସେମାନେ କେବେ ବି ଅଲଗା ହୋଇନାହାନ୍ତି। ସେମାନେ ଏକାଠି ଅଛନ୍ତି। ବାବୁ ଗୋଟେ ଭଲ ମଣିଷ। ହେଲେ ସେ ଟିକେ ଦୁଷ୍ଟାମୀ କରେ ପିଲାବେଳୁ ମୁଁ ଜାଣିଚି।ବାଥ୍ ରୁମ୍ ରେ ସୁସୁ ନ କରି ସେ ଫ୍ରିଜ୍ ଖୋଲି ସୁସୁ କରିବା ପିଲା।’

‘ଏଇଟା ବି ସେମିତି ଗୋଟେ ତାର ଦୁଷ୍ଟାମୀ ବୋଲି ମୁଁ ଭାବୁଛି। ତେଣୁ ମୁଁ ବି ମାଉସୀ ହିସାବରେ ତାକୁ କହିବାକୁ ଚାହୁଁଚି ଯେ, ବାବୁ ଖରାପ ପ୍ରକୃତି କୁ ଛାଡ଼ି ଉତ୍ତମ ବୁଦ୍ଧି କର, ଦେଖିବ ଜୀବନରେ ଅପରାଜିତ ରହିବ ଆଉ ବହୁ ତୃପ୍ତି ମିଳିବ। ଏଇଟା ତୋ ମାଉସିର କଥା।’


‘ଘରର ସବୁକିଛି ଏବେ ଠିକ୍ ହୋଇଗଲାଣି। ମିଡିଆବାଲା ଏବେ ତାଙ୍କୁ ଏକା ଛାଡ଼ିଦେବା କଥା। କାରଣ ମାନସିକ ସ୍ଥିତି ସବୁବେଳେ ସମସ୍ତଙ୍କର ସମାନ ନୁହେଁ। ସମସ୍ତେ ସବୁ ଜିନିଷ କୁ ଏକା ପ୍ରକାର ସହି ପାରନ୍ତି ନାହିଁ। ତେଣୁ ଯଦି କିଛି ଅଘଟଣ ଘଟିଗଲା ପ୍ରତ୍ୟେକ ମିଡିଆ ବାଲା ନିଜକୁ ଦୋଷୀ ଭାବିବେ। ତେଣୁ ତାଙ୍କ ପରିବାରକୁ ବର୍ତ୍ତମାନ ଏକା ଛାଡ଼ି ଦିଅନ୍ତୁ।’

Leave a Reply

Your email address will not be published.