ବହୁ ବର୍ଷ ବିବାଦ ର ଘଟିଲା ଅନ୍ତ ,ବୈଜ୍ଞାନିକ ସ୍ୱୀକାର ବି କଲେ ପୃଥିବୀ ତଳେ ଅଛି ନର୍କ !! …

ବିଶେଷ

କେବେ ନା କେବେ ସମସ୍ତଙ୍କ ମନକୁ ଏହି ପ୍ରଶ୍ନ ଆସିଥାଏ ଯେ ପୃଥିବୀ ମଝିରେ କଣ ଥାଏ? ଆମେ ଯେଉଁ ମାଟିରେ ଚାଲୁଛେ ଯଦି ଏହାକୁ ବଡ ଆକାରରେ ଖୋଳାଯାଏ ତେବେ କଣ ବାହାରିବ? ହେଲେ ଏଭଳି ଗାତ ଖୋଳିବା ଅସମ୍ଭବ। ଅବଶ୍ୟ ଏଭଳି ଏକ ଗାତ ଖୋଳିବାକୁ ଚେଷ୍ଟା କରାଯାଇଛି ହେଲେ ଏଥିରେ ସଫଳତା ମିଳିନାହିଁ। ଓଲଟା ଏଥିରୁ ଯାହା ବାହାରିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଦୁନିଆର ସବୁଠୁ ବଡ଼ ଗାତ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏହା ବିଷୟରେ ଜାଣିବା ପରେ ଏହା ଭିତରକୁ ଯିବାକୁ ଆପଣ କେବେବି ଭାବିପାରିବେ ନାହିଁ। ଦୁନିଆର ସବୁଠୁ ବଡ ଗାତ ରହିଛି ଋଷ ଠାରେ। ଯାହାର ନାଁ ହେଉଛି “ଓଲା ସୁପରଡିପ ଗୋଲ ହୋଲ “। ଏହା ମାଟି ତଳକୁ ୧୨କିଲୋମିଟରରୁ ଅଧିକ ଖୋଳା ଯାଇଥିବା ଗାତ। ଏହି ଗାତକୁ ୧୯୭୦ ମସିହାରୁ ୧୯୯୪ ମସିହା ପର୍ଯ୍ୟନ୍ତ ଖୋଳାଚାଲିଥିଲା।

ହେଲେ ଯେତେବେଳେ ତଳେ ୧୮୦° ସେଲସିୟସ ତାପମାତ୍ରା ମିଳିଲା ସେତିକି ବେଳେ ଏହି ଗାତକୁ ଖୋଳିବା ବନ୍ଦ କରିଦିଆଗଲା। ଏହା ମଣିଷ ଦ୍ଵାରା ତିଆରି କରାଯାଇଥିବା ଏକ କୃତିମ ଗାତ ଅଟେ। ୧୯୭୦ ମସିହାରେ ଋଷ ର ବୈଜ୍ଞାନିକ ମାନେ ମାଟିର କେତେଟା ଆସ୍ତରଣ ରହିଛି ତାହା ଜାଣିବାକୁ ଇଚ୍ଛା କରି ଏକ ବଡ ଗାତ ଖୋଳିବାକୁ ପ୍ରୟାସ ଆରମ୍ଭ କରିଥିଲେ।

୨୪ ମଇ ୧୯୭୦ ମସିହାରେ ଋଷ ମାଟିରେ ଏହି ଗାତ ଖୋଲାଯିବାର ପ୍ରୟାସ ଆରମ୍ଭ କରାଗଲା। ୨୪ ବର୍ଷ ଧରି ଏହି ଗାତ ଖୋଳା ଯାଇଥିଲା। ହେଲେ ବୈଜ୍ଞାନିକ ମାନଙ୍କୁ ସେଭଳି କିଛି ବିଶେଷ ତଥ୍ୟ ମିଳିନଥିଲା ଯାହାପାଇଁ ସେ ଏହି ପ୍ରୟାସ ଆରମ୍ଭ କରିଥିଲେ। ଶେଷରେ ୧୯୯୪ ମସିହାରେ ଏହାର ଖନନ କାର୍ଯ୍ୟ କୁ ବନ୍ଦ କରିଦିଆଗଲା। ଏବେ ଏହି ବିଶାଳ ଗର୍ତ୍ତ ର ଉପର ପାର୍ଶ୍ୱକୁ ବନ୍ଦ କରିଦିଆଯାଇଛି।

ଏହି ଗାତ ଭିତରେ ବୈଜ୍ଞାନିକ ମାନଙ୍କୁ ୩ ଟି ଜିନିଷ ମିଳିଥିଲା। ଗୋଟିଏ ଥିଲା ପାଣି। ୬୭୦୦ କିଲୋମିଟର ଖୋଳିବା ପରେ ବୈଜ୍ଞାନିକ ମାନଙ୍କୁ କିଛି ସୂକ୍ଷ୍ମ ଜୀବ ବି ମିଳିଥିଲେ। ଯାହା ଏ ଗାତ ଭିତରର ସବୁଠୁ ହଇରାଣ କରିଦେବା ଭଳି ଖୋଜ ଥିଲା।କାରଣ ମାଟିର ଏତେ ଭିତରେ ଗୋଟିଏ ଜୀବ ବଞ୍ଚି ରହିବା କଷ୍ଟକର। ଏହି ଜୀବ ମାନେ କୋଟି କୋଟି ବର୍ଷ ପୁରୁଣା ବୋଲି ବୈଜ୍ଞାନିକ ମାନେ ଜାଣିବାକୁ ପାଇଲେ।


ମାଟି ତଳର ତାପମାତ୍ରା ୧୮୦ ରୁ ୧୯୯ ଡିଗ୍ରୀ ସେଲସିୟସ୍ ହୋଇଥିବା କାରଣରୁ ବାଧ୍ୟ ହୋଇ ବୈଜ୍ଞାନିକ ମାନେ ଏହାର ଖନନ କାର୍ଯ୍ୟ ବନ୍ଦ କରିଥିଲେ। କାରଣ ସେମାନେ ଜାଣିଥିଲେ ଆଉ ୧୫ କିଲୋମିଟର ଭିତରକୁ ଗଲେ ତାପମାତ୍ରା ୩୦୦ଡିଗ୍ରୀ ସେଲସିୟସ୍ ରେ ପହଞ୍ଚିଯିବ। ଯାହା ପରେ ଖନନ କାର୍ଯ୍ୟ କରିବା ଅସମ୍ଭବ। ଏହି ଘଟଣା ପରେ ବୈଜ୍ଞାନିକ ମାନେ ମାନି ଯାଇଛନ୍ତି ଯେ ପୃଥିବୀ ତଳେ ନର୍କ ଅଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *