ଓଲିଉଡ ର ଜଣାଶୁଣା ଅଭିନେତ୍ରୀ ପୁନମ ମିଶ୍ର ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ପୁନମ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ପୁନମ ମିଶ୍ର। ତେବେ କଣ ରହିଛି ଏହା ପଛର ପ୍ରକୃତ ଖବର ଆସନ୍ତୁ ଜାଣିବା।
ତେବେ ଆପଣ ମାନେ ପୁନମ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଦୀର୍ଘ ଦିନ ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି। ପ୍ରଥମେ ଆଲବମ୍ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଏହି ଅଭିନେତ୍ରୀ ଜଣକ ଏବେ ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ।
ତେବେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୁନମ୍ ଙ୍କର କିଛି ଫଟୋ। ଯେଉଁଥିରେ ସେ ମେଡିକାଲ ବେଡ୍ ରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ କୁ ନେଇ ଏବେ ଲୋକ ମାନଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ ବିଦ୍ୱନ୍ଦ ଦେଖିବାକୁ ମିଳୁଛି।
ତେବେ କହିରଖୁଚୁ, ଏହା ପୁନମ ଙ୍କର ଆଗାମୀ ଫିଲ୍ମ ର ଏକ ଦୃଶ୍ୟ। ଆଗକୁ ପୁନମ ଙ୍କର ଏକ ଓଡ଼ିଆ ଫିଲ୍ମ ଆସିବାକୁ ଯାଉଛି। ଯାହାର ସୁଟିଂ ରେ ଏବେ ସେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ର ସୁଟିଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି। ତେବେ ଏହି ଫିଲ୍ମ ର ଏକ ସିନ୍ ରେ ଦର୍ଶକ ମାନେ ପୁନମ ଙ୍କୁ ହସ୍ପିଟାଲ୍ ରେ ଦେଖିବାକୁ ପାଇବେ।
ଏହି ଫିଲ୍ମ ର ଲିଡ୍ ଅଭିନେତା ଭୂମିକାରେ ନଜର ଆସିବେ ଓଲିଉଡ଼ ର ଜଣାଶୁଣା ଅଭିନେତା ସୁଭାଶିଷ ମିଶ୍ର। ଏମାନଙ୍କ ବ୍ୟତୀତ ଓଲିଉଡ ର ଅନ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ସିନିୟର୍ କଳାକାର ଶ୍ରୀତମ ଦାସ ଙ୍କୁ ମଧ୍ୟ ଦର୍ଶକ ମାନେ ଏହି ଫିଲ୍ମ ରେ ଦେଖିବାକୁ ପାଇବେ। ତେବେ ଆସନ୍ତା ଦଶହରା ସମୟରେ ଏହି ଫିଲ୍ମ ଟି ରିଲିଜ୍ ହେବ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ