ଫେମସ୍ ହେଉଛି ଟୁଙ୍ଗୁରୁ ହେଲେ ଜଳୁଛନ୍ତି ବର୍ଷା !! ଭାଉଜକୁ ଭଲ ପାଇବା ପରେ ଏବେ ଏମିତି କରୁଛନ୍ତି

ବିଶେଷ

କିଛି ଦିନ ହେବ ଓଡ଼ିଶାରେ ଚହଳ ପକାଇଥିବା ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଙ୍କ ବିଷୟରେ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବିବାହିତ ମହିଳା ଙ୍କୁ ପ୍ରେମ କରି ଏବେ ଫେମସ ହେଉଛି ଟୁଙ୍ଗୁରୁ। ଟୁଙ୍ଗୁରୁ ନାଁ ରେ ଏବେ ଅନେକ ଗୀତ ଆଲବମ୍। ହେଲେ ସେପଟେ ଟୁଙ୍ଗୁରୁଙ୍କୁ ଫେମସ ହେବାର ଦେଖି ଜଳୁଛନ୍ତି ବର୍ଷା।

ବର୍ଷା ଙ୍କ କହିବାକଥା, ଟୁଙ୍ଗୁରୁ ମୋ ପାଇଁ ଫେମସ୍ ହୋଇଛନ୍ତି। ଆଉ ଏବେ ମୁଁ ବି ଟିକେ ଷ୍ଟାର ହେବାକୁ ଚାହୁଁଚି। ଟୁଙ୍ଗୁରୁ ହିରୋ ହେଲେ ମୁଁ ହିରୋଇନ୍ ହେବି। ଆଗକୁ ଯାହାବି ଆଲବମ୍ ଆସିବ ସେଥିରେ ମୁଁ ଟୁଙ୍ଗୁରୁ ସହ ଅଭିନୟ କରିବି। ଏବେ ଏଭଳି କିଛି କଥା ବର୍ଷା କହୁଥିବା ବେଳେ ଟୁଙ୍ଗୁରୁ କିନ୍ତୁ ବ୍ୟସ୍ତମୟ ଲୋକ ପାଲଟି ଯାଇଛନ୍ତି।

ଭୁବନେଶ୍ୱର ରେ ଏବେ ଟୁଙ୍ଗୁରୁଙ୍କ ଚାହିଦା ବଢ଼ି ଯାଇଛି। ବିବାହିତ ମହିଳା ଙ୍କ ସହ ପ୍ରେମ ସମ୍ପର୍କ ଟୁଙ୍ଗୁରୁଙ୍କ ସାଧାରଣ ଜୀବନ ଶୈଳୀ କୁ ବଦଳାଇଦେଇଛି। ଘରୁ ବାହାରୁ ବାହାରୁ ଟୁଙ୍ଗୁରୁ ଙ୍କ ସହ ଏବେ ଲୋକମାନେ ସେଲ୍ଫି ନେଉଛନ୍ତି। ଆଖପାଖ ମାର୍କେଟ ରେ ଟୁଙ୍ଗୁରୁ ଏବେ ଚିହ୍ନା ପରିଚିତ ମୁଁହ ପାଲଟି ଯାଇଛନ୍ତି। ଆଉ ବର୍ଷା ଙ୍କ ସହ ତାଙ୍କ ପ୍ରେମ ଏତେ ଚହଳ ପଡ଼ିଲା ଯେ ଅଳ୍ପ ଦିନ ଭିତରେ ତାଙ୍କ ନାଁ ରେ ଗୀତ ବି ବାହାରି ଗଲା।

ଆଉ ଏବେ ଯାହା ଶୁଣିବାକୁ ମିଳୁଛି ଖୁବ୍ ଶୀଘ୍ର ଟୁଙ୍ଗୁରୁଙ୍କ ନାଁ ରେ ଏକ ଫିଲ୍ମ ବି ଆସିବାକୁ ଯାଉଛି। ଏହା ସହିତ ଆହୁରି ଅନେକ ଆଲବମ୍ ର ସୁଟିଂ ରେ ଏବେ ଟୁଙ୍ଗୁରୁ ପୁରା ପୁରି ବ୍ୟସ୍ତ। ଆଖ ପାଖ ଅଞ୍ଚଳରେ ଜଣେ ସାଧାରଣ ଅଟୋ ବାଲା ରୁ ଟୁଙ୍ଗୁରୁ ଏବେ ଷ୍ଟାର ପାଲଟି ଯାଇଛନ୍ତି।ସୋସିଆଲ ମିଡିଆରେ ଏବେ ଟୁଙ୍ଗୁରୁ ଖୁବ୍ ଭାଇରାଲ।ତାଙ୍କ ନାମରେ କେତେ କବିତା କେତେ ଗୀତ। ଆଉ ଏହି ସବୁ ଘଟଣା ପରେ ଟୁଙ୍ଗୁରୁଙ୍କ ଚାହିଦା ବଢିବାରେ ଲାଗିଛି। ତାଙ୍କ ପାଖକୁ ମ୍ୟୁଜିକ୍ ପ୍ରଦ୍ୟୁସର୍ ଓ ଡାଇରେକ୍ଟର ଙ୍କ ଧାଡ଼ି ଲାଗିଛି। ଗୋଟିଏ କି ଦୁଇଟି ନୁହେଁ ଏବେ ଟୁଙ୍ଗୁରୁ ଙ୍କ ହାତରେ ଅନେକ ଆଲବମ୍ ର ଅଫର ରହିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.