ପୁରୀରୁ ମିଳିଲା ପେଟ୍ରୋଲର ଓ ପ୍ରାକୃତିକ ଗ୍ୟାସ, ଗୋପ ଅଂଚଳରେ ନାହିଁ ନଥିବା ଖୁସି ! – ଦେଖନ୍ତୁ

ବିଶେଷ

ପୁରୀରେ ମିଳିଲା ପେଟ୍ରୋଲ । ସନ୍ଧାନ ମିଳିଥିବା ଜଣାପଡିବା ପରେ ଗୋପ ଅଂଚଳରେ ନାହିଁ ନଥିବା ଖୁସି ! ଜିଲ୍ଲାର ଗୋପ ତହସିଲର ୨ଟି ସ୍ଥାନରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ହୋଇଛି  । ତେବେ ବଡକଥା ହେଉଛି ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର  ୧୦ ଜଣିଆ ଟିମ୍ ପହଂଚି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ୧୦ କୋଟିରୁ ଅଧିକ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏନେଇ ଅଏଲ ଇଣ୍ଡିଆ ପକ୍ଷରୁ ସୁଚନା ଦିଆଯାଇଛି । ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା ।

 

ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡ଼ା ପଂଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଖୁବଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ କର୍ତୃପକ୍ଷ ।

ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୦୨୦ ନଭେମ୍ବର ୨୦ରେ ସର୍ଭେ ଆରମ୍ଭ ହୋଇଥିଲା ଓଡ଼ିଶା ଉପକୂଳବର୍ତୀ ୫ଟି ବ୍ଲକର ୩ ହଜାର ବର୍ଗକିମି ଅଂଚଳରେ ହୋଇଥିଲା ସେସମିକ ସର୍ବେକ୍ଷଣ କାର୍ଯ୍ୟ ରାଜ୍ୟର ୮ଟି ଜିଲ୍ଲା ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ହୋଇଥିଲା ସର୍ଭେ | ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧ ହଜାର ୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇଥିଲା ଓଡ଼ିଶାର ୫ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା

ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିବା ପରେ ଗୋପ ଅଂଚଳରେ ନାହିଁ ନଥିବା ଖୁସି । ତେଲ ପାଇଁ ଖନନ ହେଲେ ସ୍ଥାନୀୟ ଅଂଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଗୋପ ଅଂଚଳର ଯୁବକ, ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ସେହିପରି ଗୋପ ଅଂଚଳର ବ୍ୟାପକ ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି । ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବୈପ୍ଳବିକ ପରିବର୍ତନ ଆଣିପାରିବ । ଓଡିଶା ମଧ୍ୟ ଇନ୍ଧନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

 

Leave a Reply

Your email address will not be published.