ମନୁଷ୍ୟ ତାର କର୍ତ୍ତବ୍ୟ ପାଇଁ କେବେ କେବେ ଦେବତା ଭଳି ପୂଜା ପାଇଥାଏ ତ ଆଉ ପୁଣି କେବେ ପଶୁ ଭଳି ନୀଚ ସମ୍ମାନ ର ଯୋଗ୍ୟ ହୋଇଥାଏ | ତେବେ ମନୁଷ୍ୟ ଯେବେ ନିଷ୍ଠୁର ହୋଇ ଯାଏ ତେବେ ସେ ମଣିଷ ହୋଇକି ବି ପଶୁ ଭଳି କାମ କରିବାକୁ ପଛାଏ ନାହିଁ। ଆଜି ଆମେ ଏକ ଏପରି ଖବର ଆପଣ ମାନଙ୍କୁ ଜଣାଇବୁ ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏବଂ ଯାହା ମଧ୍ୟ ଏକ ସମ୍ପୂର୍ଣ ଭାବେ ନିଷ୍ଠୁରତା ର ପରିଚୟ ଅଟେ।
ନିକଟରେ ମହାରାଷ୍ଟ୍ରର ରାୟଗଡ଼ରେ ଏକ ଅଭାବନୀୟ ଏବଂ ନିନ୍ଦନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଏଠାରେ ତୈଫିକ୍ ବଶିର ମୁଜାଓ୍ବାର ନାମକ ଜଣେ ଫଳ ଦୋକାନୀ ପାର ହୋଇଗଲା ନିଷ୍ଠୁରତା ର ସବୁ ସୀମା ।ଗୋଟିଏ ଅମୃତଭଣ୍ଡାକୁ ଗାଇଟିଏ ଖାଇଦେବାରୁ ସେ ଯାହା କଲା ତାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।
ଆପଣ ବି ମଧ୍ୟ କହିବେ ଇଏ ମନୁଷ୍ୟ ନା ନରରାକ୍ଷସ। ଗାଈଟି ଦୋକାନରୁ ଅମୃତଭଣ୍ଡାଟିଏ ଖାଇଦେବାରୁ ଦୋକାନୀ ଗାଈର ପେଟକୁ ଛୁ- ରୀରେ ଚିରି ପକାଇଛି। ଦୋକାନୀ ଜଣଙ୍କ ରାଗରେ ଗାଈ ପେଟକୁଚିରି ଅମୃତଭଣ୍ଡାକୁ ବାହାର କରିଛି। ତେବେ ଗାଈଟିର ପେଟରୁ ଅମୃତଭଣ୍ଡା ବାହାର କରିବା ପରେ ନିଜ ଦୋକାନରେ କିଛି ନଜାଣିଲା ପରି ସେ ବସିଗଲା । ଗାଈଟିର ଶରୀରରୁ ବହୁତ ରକ୍ତ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ବହୁତର-କ୍ତ ଜୁ-ଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେଇଯାଇଥିଲେ । ଆଉ ଏବେ ଗାଈଟି ଚିକିଶ୍ଚିତ ଅବସ୍ଥାରେ ଅଛି।
ତେବେ ଏହି ଘଟଣା ପାଇଁ ଗାଈର ମାଲିକ ଦୋକାନୀ ର ନାଁ ରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଦୋକାନୀ ଟି ଉପରେ କାର୍ଯ୍ୟାନୁଷ୍ଠାନ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ ମଧ୍ୟ କରିଛି। କୋର୍ଟ ମାମଲାରେ ଶୁଣାଣି କରି ଦୋଷୀକୁ ବିଚାର ବିଭାଗୀୟ ହାଜତକୁ ଛାଡିସାରିଛି। ତେବେ ଦୋକାନୀଟିର ଏଭଳି କା ଣ୍ଡକୁ ଦେଖି ସମସ୍ତେ ଆଚମ୍ବିତ। ଏପଟେ ଗାଈର ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |