ଦୌପଦୀ ମୂର୍ମୁ ଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମିତି ଭାବରେ କିଛି ଲେଖିଲେ … ଦେଖନ୍ତୁ

ବିଶେଷ

ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ , ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ଏହା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ପଲଟିଯାଇଛି।

ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଥିଲେ । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଥିଲା । ଯାହା ଫଳରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ରିଟର୍ଣ୍ଣିଂ ଅଫିସର ଏବଂ ରାଜ୍ୟସଭାର ମହାସଚିବ ପିସି ମୋଦୀ କହିଛନ୍ତି, ମତଦାନରେ ମୋଟ ୪,୭୫୪ ଭୋଟ ପଡିଥିଲା। ଏଥିରେୁ ଦ୍ରୌପଦୀ ମୁର୍ମୁଙ୍କୁ ୨,୮୨୪ ଭୋଟ ମିଳିଛି ଯାହାର ମୂଲ୍ୟ ୬,୭୬,୮୦୩ । ସେହିପରି ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩,୮୦,୧୭୭ ମୂଲ୍ୟର ଭୋଟ ମିଳିଛି।

ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମଧ୍ୟ ମର୍ଯ୍ୟାଦା ଲାଭ କରିଛନ୍ତି। ଜୁଲାଇ ୨୫ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ଏବେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୫ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ତନୁ ଶୁଭେଚ୍ଛା ଜଣାଇଛନ୍ତି ମୂଖ୍ୟମନ୍ତ୍ରୀ। ନିଜ ଟୁଇଟ ଜରିଆରେ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ନବୀନ। ଓଡ଼ିଶାରେ ମହିଳା ସଶକ୍ତିକରଣ ର ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ନବୀନ।

Leave a Reply

Your email address will not be published.