ଡାକ୍ତର ଙ୍କ କାରନାମା !! ମହିଳାଙ୍କ ବାଥରୁମ୍ ରେ ଲଗାଇଲେ ହିଡେନ୍ କ୍ୟାମେରା …. ତାପରେ ଯାହା ହେଲା …

Uncategorized

ଘଟଣା ଟି ଘଟିଛି ମହାରାଷ୍ଟ୍ର ର ପୁଣେ ରେ ସେଠାରେ ଜଣେ ପୁରୁଷ ଡାକ୍ତର ଜଣେ ମହିଳା ଡାକ୍ତର ଙ୍କ କ୍ଵାର୍ଟର ରେ ବାଥରୁମ ଠାରୁ ଆରମ୍ଭ କରି ବେଡ ରୁମ ପର୍ଯ୍ୟନ୍ତ ସବୁଠାରେ ଚୋରା କ୍ଯାମେରା ଲଗାଇଦେଇଥିଲେ | ସମ୍ପୂର୍ଣ ସୂଚନାମୁତାବକ, ମହିଳା ଡାକ୍ତର ଜଣକ ଭାରତୀୟ ବିଦ୍ୟାପୀଠ ହସ୍ପିଟାଲ ରେ କାର୍ଯ୍ୟ କରୁଥିଲେ | ଏବଂ ତାଙ୍କୁ ମଧ୍ୟ ପୁଣେ ର ଏକ ହସ୍ପିଟାଲ ର ପରିସର ମଧ୍ୟରେ କ୍ଵାର୍ଟର ଆଲର୍ଟ କରାଯାଇଥିଲା |

ତେବେ ଗତ ୬ ତାରିଖରେ ଏହି ମହିଳା ଡାକ୍ତର ଙ୍କ କ୍ଵାର୍ଟର କୁ ଜଣେ ଅଜଣା ବ୍ୟକ୍ତି ଡୁପ୍ଲିକେଟ ଚାବିରେ ତାଲା ଫିଟାଇ ଘର ଭିତରେ ପଶି ବାଥରୂମ ଠାରୁ ଆରମ୍ଭ କରି ବେଡରୂମ ପର୍ଯ୍ୟନ୍ତ ସମସ୍ତ ଜାଗାରେ ଚୋରା କ୍ଯାମେରା ଲଗାଇଦେଇଥିଲା | ତେବେ ଯେତେବେଳେ ମହିଳା ଜଣକ କ୍ଵାର୍ଟର କୁ ଫେରି ଘର ଲାଇଟ ଲଗାଇଥିଲେ ଏବଂ ତାହା ଜଳି ନଥିଲା |

ତେବେ ମହିଳା ଜଣକ ଏକ ଇଲେକଟ୍ରିଶିୟାନ ଙ୍କୁ କ୍ଵାର୍ଟରକୁ ଡ଼ାକିଥିଲେ ମରାମତି କରାଇଦେବା ପାଇଁ ତେବେ ମରାମତି କରିବା ସମୟରେ ସେ ବାଥରୂମ ଠାରୁ ଆରମ୍ଭ କରି ବେଡ ରୁମ ପର୍ଯ୍ୟନ୍ତ ସବୁ ଜାଗାରେ ଚୋରା କ୍ଯାମେରା ଲଗାଯାଇଥିବାର ଦେଖି ବାକୁ ପାଇଥିଲେ | ଯାହା ତାଙ୍କ ଅଜାଣତ ରେ ଘଟିଥିଲା |ଏହା ପରେ ସେ ଅତ୍ୟନ୍ତ ଚିନ୍ତିତ ହୋଇଯାଇଥିଲେ ଏବଂ ପରେ ସେ ପୁଲିସ ରେ ଅଭିଯୋଗ କରିଥିଲେ |

ତେବେ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ଏବଂ ପରି ଏହା ଜଣା ପଡିଥିଲା ଯେ ଏଥିରେ ଡାକ୍ତର ସୁଜିତ ଜଗତାପ ଙ୍କ ସମପୃକ୍ତି ରହିଛି | ତେବେ ପୋଲିସ ମଧ୍ୟ ଡାକ୍ତର ସୁଜିତ ଙ୍କୁ ଅନେକ ପଚରାଉଚରା କରିଥିଲା | ପ୍ରଥମେ ସେ ମନା କରିଦେଉଥିଲେ | ହେଲେ ସତ ବେଶୀ ଦିନ ଲୁଚି ରହେନା | ପରେ ସେ ସ୍ଵୀକାର କରିଥିଲେ ଯେ ସେ ହିଁ ତାଙ୍କ କ୍ଵାର୍ଟର ରେ ବାଥରୂମ ଠାରୁ ଆରମ୍ଭ କରି ବେଡରୁମ ପର୍ଯ୍ୟନ୍ତ ଚୋରା କ୍ଯାମେରା ଲଗାଇଛନ୍ତି |

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଡାକ୍ତର ସୁଜିତ ଏବଂ ସେହି ମହିଳା ଡାକ୍ତର ଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ?, ସେ କଣ ପାଇଁ ଏପରି ଚୋରା କ୍ଯାମରା ମହିଳା ଙ୍କ କ୍ଵାର୍ଟର ରେ ଲଗାଇଥିଲେ ? ତେବେ ଏହି ଘଟଣା ରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି |

Leave a Reply

Your email address will not be published.