ଜଣେ ମୋ ବଏଫ୍ରେଣ୍ଡ ଆଉ ଜଣେ ମୋ ହଜବ୍ୟାଣ୍ଡ ଦୁହିଁଙ୍କ ମଧ୍ୟରୁ କାହାକୁ ବି ଛାଡି ରହିପାରିବିନି Anchor Joly – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଆଙ୍କର୍ ଜଲି ଙ୍କୁ ତ ନିଶ୍ଚୟ ଜାଣିଥିବେ।ଜଲି ହେଉଛନ୍ତି ପଶ୍ଚିମ ଓଡ଼ିଶା ର ଫେମସ ଷ୍ଟେଜ ଆଙ୍କର୍। ତାଙ୍କର ଭଲ ନାଁ ହେଉଛି ରଶ୍ମିତା ନାୟକ।ସେ ଅତି ସୁନ୍ଦର୍ ଆଙ୍କରିଙ୍ଗ କରିପାରନ୍ତି। ଆଙ୍କରିଂ କରିବା କୁ ସେ ବହୁତ୍ ଭଲ ପାଆନ୍ତି।ଖାଲି ଆଙ୍କରିଂ ନୁହେଁ ସେ ବହୁତ୍ ସୁନ୍ଦର୍ ଆକ୍ଟିଙ୍ଗ ମଧ୍ୟ କରିପାରନ୍ତି। ଷ୍ଟେଜ ସୋ ହେଉ କି ଯାତ୍ରା ହେଉ କି ସିରିଏଲ୍ ହେଉ ସବୁ ଜାଗାରେ ଦର୍ଶକ ମାନେ ତାଙ୍କର ପ୍ରଶଂସା କରିଥାନ୍ତି।

ଦର୍ଶକ ମାନେ ତାଙ୍କୁ ବହୁତ୍ ଭଲ ପାଇବା ଦେଇଛନ୍ତି।ସେ କୁହନ୍ତି ଯେ ଯଦି ଆଙ୍କରିଂ ତାଙ୍କର ବଏ ଫ୍ରେଣ୍ଡ୍ ହୁଏ ତେବେ ଆକ୍ଟିଙ୍ଗ ହେଉଛି ତାଙ୍କର ହଜବାଣ୍ଡ।ସେ ସେହି ଦୁଇ ଜନକୁ ଛାଡ଼ି ରହି ପାରିବେନି। ଜଲି ଙ୍କ ର ପରିବାର ରେ ସମସ୍ତେ ଆକଟିଂ ଲାଇନ୍ ସହିତ ଜଡ଼ିତ ଅଛନ୍ତି।ଛୋଟ ବେଳୁ ତାଙ୍କ ମାମା ତାଙ୍କୁ ଆକ୍ଟିଙ୍ଗ ଲାଇନ୍ କୁ ଆଣିବାକୁ ଚାହିଁଥିଲେ। ଏବଂ ତାଙ୍କୁ ସବୁବେଳେ ଆଙ୍କରିଂ ଶିଖାଉଥିଲେ।

ଜଲି ପଞ୍ଚମ କ୍ଲାସ୍ ରେ ପାଠ ପଢିବା ସମୟରେ ସ୍କୁଲ୍ ପୂଜା ରେ ପ୍ରଥମେ ଆଙ୍କରୀଙ୍କ କରିଥିଲେ। ତା ପରେ ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।ବଡ଼ ହେବା ପରେ ଧିରେ ଧିରେ ସେ ଅନେକ ଷ୍ଟେଜ ସୋ ରେ ପ୍ରୋଗ୍ରାମ କଲେ ।ଯାତ୍ରା ରେ ମଧ୍ୟ ତାଙ୍କର ନାଁ ରହିଛି। ତା ପରେ ଦର୍ଶକ ମାନେ ତାଙ୍କୁ ବହୁତ୍ ମାତ୍ରା ରେ ଭଲ ପାଇବା ଦେଇଛନ୍ତି।

ଜଲି ଶ୍ରୀମନ୍ଦିର ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡିସନ୍ ଦେବା ପାଇଁ ତାଙ୍କ ମାମା ଙ୍କ ସହିତ ଆସିଥିଲେ। ସେ ସେଠୀ ଅଡିସନ୍ ଦେଇଥିଲେ। ତା ର ଏକ ମାସ ପରେ ଚ୍ୟାନେଲ ତରଫରୁ ଜଲି ଙ୍କୁ ଫୋନ୍ କରୀକି ଜଣେଇଥିଲେ ଯେ ସେ ସିଲେକ୍ଟ ହୋଇଛନ୍ତି। ତା ପରେ ଜଲି ପ୍ରଥମେ ଶ୍ରୀମନ୍ଦିର ଧାରାବାହିକ ରେ ଅଭିନୟ କରିଥିଲେ।

ସେଥିରେ ତାଙ୍କୁ ଅଳ୍ପ ଦିନ ପାଇଁ ଛୋଟିଆ ଚରିତ୍ର ଦିଆ ଯାଇଥିଲା।ପରେ ସେ ମଞ୍ଜରୀ ଟିଭି ତରଫରୁ ଏକ ଧାରାବାହିକ ରେ ନଜର ଆସିଥିଲେ।
ଧାରାବାହିକ ର ନାଁ ହେଉଛି ‘ ନଣନ୍ଦ ପୁଟୁଳି ‘। ସେଥିରେ ମଧ୍ୟ ସେ ଅଳ୍ପ ଦିନ ପାଇଁ ଅଭିନୟ କରିଥିଲେ।ତାପରେ ତାଙ୍କୁ ତରଙ୍ଗ ଚ୍ୟାନେଲ ରୁ ଅଫର ଆସିଥିଲା । ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ’ ମାୟା ‘ରେ ସେ ଅଭିନୟ କରିଥିଲେ ।

ମାୟା ଧାରାବାହିକ ରେ ଜଲି ନାଗ ମାତା ଚରିତ୍ର ରେ ଅଭିନୟ କରିଥିଲେ।ସେଥିରେ ସେ ଅତି ଚମତ୍କାର ଅଭିନୟ କରିଥିଲେ।ସେହି ଧାରାବାହିକ ତାଙ୍କୁ ଏକ ନୂଆ ପରିଚୟ ଦେଇ ଥିଲା ।ସେ ଚରିତ୍ର କୁ ଓଡ଼ିଆ ଦର୍ଶକ ମାନେ ପସନ୍ଦ କରିଥିଲେ।ଏବଂ ଜଲି ଜଣେ ସୁନ୍ଦର୍ ଅଭିନେତ୍ରୀ ହିସାବ ରେ ପରିଚିତ ହୋଇ ପାରିଥିଲେ।।

Leave a Reply

Your email address will not be published.