କିଛି ଦିନ ହେବ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଓଡ଼ିଆ ଷ୍ଟାର ଙ୍କ ଘରର କଳି। ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଏକାଠି ଦେଖି ହଙ୍ଗାମା କରିଛନ୍ତି ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ୍ ଓ ପ୍ରକୃତି ଙ୍କ ସହ ଝଗଡା କରିବା ସହ ତାଙ୍କୁ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସାରା ରାଜ୍ୟରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ଏହାରି ଭିତରେ ଅନ୍ୟ ଏକ ବଡ ଖବର ଯାହା ସାମ୍ନାକୁ ଆସିଛି , ଏହି ଘଟଣା ଯେଉଁଦିନ ଘଟିଲା ଅର୍ଥାତ୍ ଯେଉଁଦିନ ରାଜରାସ୍ତାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍ ଙ୍କୁ ତୃପ୍ତି ମାଡ ମାରିଥିଲେ ସେଦିନ ପ୍ରକୃତି ଓ ବାବୁଶାନ୍ ଦୁହେଁ ଏହି ଘଟଣା ପରେ ଚେନ୍ନାଇ ପଳାଇଛନ୍ତି। ଆଉ ତାହା ପୁଣି ଗୋଟିଏ ଫ୍ଲାଇଟ୍ ରେ। ବାବୁଶାନ୍ ଓ ପ୍ରକୃତି ଙ୍କୁ ଏକା ସାଙ୍ଗରେ ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଏଭଳି କିଛି ସୂଚନା ଦେଇଛନ୍ତି।
୮.୫୫ ମିନିଟ ସମୟରେ ଭୁବନେଶ୍ୱର ଏୟାରପୋର୍ଟ ରୁ ଉଡ଼ାଣ ଭରିଥିବା ଫ୍ଲାଇଟ୍ ୧୦.୫୫ ମିନିଟ ସମୟରେ ଚେନ୍ନାଇ ଏୟାରପୋର୍ଟ ରେ ପହଞ୍ଚିଥିଲା। ସମସ୍ତ ଯାତ୍ରୀ ଙ୍କ ଠାରୁ ଶେଷରେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଆସି ପହଞ୍ଚିଥିଲେ। ଆଉ ସବୁଠୁ ବଡ଼ କଥା ହେଉଛି ବାବୁଶାନ୍ କୌଣସି କାରଣରୁ ଚାଲି ପାରୁନଥିଲେ। ତାଙ୍କୁ ପ୍ରକୃତି ଧରି ଧରି ନେଉଥିଲେ।
ଆଉ ଏହି ଦୁଇ କଳାକାର ଙ୍କ ସମେତ ଆଉ ଜଣେ ମଧ୍ୟ ଥିଲେ। ଆଉ ଫ୍ଲାଇଟ୍ ର ଶେଷ ସିଟ୍ ରେ ବସିଥିଲେ ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ଚେନ୍ନାଇ ରେ ପହଞ୍ଚିବା ପରେ ଏୟାରପୋର୍ଟ ରେ ଉପସ୍ଥିତ କିଛି ଓଡ଼ିଆ ତାଙ୍କ ସହ ସେଲ୍ଫି ନେବା ପାଇଁ ଚାହିଁଥିଲେ। ହେଲେ ଏଥିରେ ଏମାନେ ରାଜି ହୋଇନଥିଲେ।
କେବଳ ଏତିକି ନୁହେଁ, ଏହି ସମୟରେ ଯେତେବେଳେ ଜଣେ ବ୍ୟକ୍ତି ତାଙ୍କର ଭିଡିଓ ନେବାକୁ ଚେଷ୍ଟା କରିଥିଲେ ସେ ସମୟରେ ତାଙ୍କୁ ରାଗିକରି ଅନାଇଥିଲେ ବାବୁଶାନ୍। ଏହି ସମସ୍ତ ଘଟଣା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେଦିନର ଘଟଣା ପରେ ପରେ ଦୁହେଁ ଏକା ସାଙ୍ଗରେ ଚେନ୍ନାଇ ଚାଲି ଯାଇଛନ୍ତି।