ଗୁମର ଖୋଲିଲେ ଅଭିନେତ୍ରୀ ଜିନା ସାମଲ(Zeena Samal) , କହିଲେ ଏହି କାରଣ ପାଇଁ ମୁଁ ମା ହୋଇ ପାରୁନାହିଁ … ଦେଖନ୍ତୁ

ବିଶେଷ

ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡ଼ିଶାରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଲିଉଡ ର ସେହିଭଳି ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଜିନା ସାମଲ। ଜିନା ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏକି ନିଜର ଦମଦାର ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି।

ପ୍ରଥମ କରି ଆଲବମ୍ ମାଧ୍ୟମରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିବା ଜିନା ଆଲବମ୍ ରେ ଅନେକ ସଫଳତା ପାଇବା ପରେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ ଆରମ୍ଭ କରିଥିଲେ। ଆଉ ଏହା ସହିତ ଜିନା କିଛି ରିଆଲିଟି ଶୋ ରେ ମଧ୍ୟ ନଜର ଆସିଛନ୍ତି। ତାଙ୍କର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ଥିଲା “ଜିନା ର ଜୀବନସାଥୀ”।

ଏହି ରିଆଲିଟି ଶୋ ଜରିଆରେ ହିଁ ସେ ନିଜର ଜୀବନସାଥୀ ବାଛି ତାଙ୍କୁ ବିବାହ କରିଥିଲେ। ଏହି ରିଆଲିଟି ଶୋ ର ବିଜେତା ହୋଇଥିଲେ ରୁଦ୍ର। ଯିଏକି ଓଲିଉଡ ର ଜଣେ କଳାକାର। ବିଜେତା ହେବାପରେ ଜିନା ତାଙ୍କୁ ବିବାହ କରିଥିଲେ। ଏହାକୁ ନେଇ ସେ ସମୟରେ ଖୁବ୍ ଚର୍ଚ୍ଚାରେ ଥିଲେ ଜିନା।

ତେବେ ଏହାରି ଭିତରେ ଜିନା ଙ୍କ ବିବାହକୁ ୫ ବର୍ଷ ପୁରିଲାଣି। ହେଲେ ସବୁଠୁ ବଡ କଥା ହେଉଛି ଏବେ ବି ଜିନା ମା ହୋଇ ନାହାଁନ୍ତି। ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ସବୁବେଳେ ଏ ନେଇ ପ୍ରଶ୍ନ କରି ଆସିଥିଲେ ବି ଜିନା ଏହାର କୌଣସି ଉତ୍ତର ଦେଉନଥିଲେ। ହେଲେ ପ୍ରଥମ ଥର ପାଇଁ ଏହି ବିଷୟରେ ଜିନା ନିଜର ମୁଁହ ଖୋଲିଛନ୍ତି।

ଜଣେ ଫ୍ୟାନ୍ ଜିନା ଙ୍କୁ ଯେତେବେଳେ ପ୍ରଶ୍ନ କରିଥିଲେ ଯେ, ଆପଣ କେବେ ମା ହେବେ? ଏହାର ଉତ୍ତରରେ ଜିନା କହିଥିଲେ ,’ ବର୍ତ୍ତମାନ କରୋନା ମହାମାରୀ ସମୟରେ ନିଜେ ତ ବଞ୍ଚିବା କଷ୍ଟ। ତେବେ ସେ କିଭଳି ଭାବରେ ଗୋଟିଏ ଛୋଟ ଛୁଆକୁ ବଞ୍ଚେଇବେ। ଏବେ ସେ ମା ହେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଯେବେ ମୁଁ ମା ହେବି ସେବେ ମୁଁ ସର୍ବ ପ୍ରଥମେ ମୋ ଫ୍ୟାନ୍ସ ମାନଙ୍କ ସହ ଏହି ଖବର ସେୟାର କରିବି।

Leave a Reply

Your email address will not be published.