ବ୍ରିଟିଶ ଶାସିତ ଭାରତରେ ମହାତ୍ମା ଗାନ୍ଧୀ ନିଜର ଅହିଂସା ନୀତି ବଳରେ ସ୍ବାଧୀନତାର ମଞ୍ଜି ବୁଣିଥିଲେ। ଲକ୍ଷ ଲକ୍ଷ ଲୋକଙ୍କୁ ଅହିଂସା ମହାମନ୍ତ୍ରରେ ଅନୁପ୍ରାଣିତ କରାଇ ସ୍ଵାଧୀନତା ସଂଗ୍ରାମରେ ଲିପ୍ତ କରାଇବା ହେଉଛି ମହାତ୍ମା ଗାନ୍ଧୀଙ୍କ ଚରିତ୍ରର ବୈଶିଷ୍ଟା। ଅହିଂସା ନୀତି ରେ ନିଜ ଜୀବନକୁ ସମର୍ପି ଦେଇଥିବା ଗାନ୍ଧିଜୀ ଙ୍କୁ ୩୦ ଜାନୁଆରୀ ୧୯୪୮ ମସିହାରେ ନଥୁରାମ ଗଡସେ ଗୁ-ଳି କ-ରି ହ-ତ୍ୟା କ-ରି-ଥି-ଲେ।
ଆମେ ମାନେ କେବଳ ଇତିହାସରୁ ଗାନ୍ଧିଜୀ ଙ୍କ ବିଷୟରେ ପଢ଼ିଚେ। ହେଲେ ଓଡ଼ିଶାରେ ଏବେ ବି ଏଭଳି ଜଣେ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ଯିଏ ଗାନ୍ଧିଜୀ ଙ୍କ ଶେଷ ସମୟରେ ତାଙ୍କ ପାଖରେ ଥିଲେ। ସେଦିନର ଲୋମଟାଙ୍କୁରା ଘଟଣାର ସେ ହେଉଛନ୍ତି ଓଡ଼ିଶାର ଏକ ମାତ୍ର ମୁକ ସାକ୍ଷୀ। ଏହି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଜଣକ ନାଁ ହେଉଛି ଶ୍ରୀଯୁକ୍ତ ହରେକୃଷ୍ଣ ମଲ୍ଲିକ। ଜଗତସିଂହପୁର ଜିଲ୍ଲା ବିରୁଡି ବ୍ଲକ ଅନ୍ତର୍ଗତ ବାଗଲପୁର ଗାଁ ରେ ତାଙ୍କ ଜନ୍ମ।
ମାଇନର ପାସ କରିବା ପରେ ସେ ଦିଲ୍ଲୀ ର ହରିଜନ ଉଦ୍ୟୋଗ ଶାଳରେ ରହି ଆସୁଥିଲେ।ଗାନ୍ଧିଜୀ ଙ୍କ ଶେଷ ମୁହୂର୍ତ୍ତର ଦୃଶ୍ୟକୁ ମନେ ପକାଇ ଶ୍ରୀଯୁକ୍ତ ହରେକୃଷ୍ଣ ମଲ୍ଲିକ କୁହନ୍ତି, ହରିଜନ ଉଦ୍ୟୋଗ ଶାଳରେ ଥିବା ସମୟରେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟା ରେ ଆମେ ସବୁ ଖାଇବାକୁ ଏକାଠି ବସିଥାଉ। ଠିକ୍ ଏହି ସମୟରେ ଜଣେ ଆସି କହିଥିଲେ ଯେ ପ୍ରାର୍ଥନା ସମୟରେ ଗାନ୍ଧିଜୀ କୁ କେହି ଜଣେ ଗୁଳି କରିଦେଲେ।
ଆମେ ସମସ୍ତେ ଦୌଡ଼ି ଯାଇ ଦେଖୁ ତ ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇଛନ୍ତି। ଗାନ୍ଧିଜୀ ର-କ୍ତା-କ୍ତ ଅ-ବ-ସ୍ଥା ରେ ତ-ଳେ ପଡିଯାଇଥିଲେ। କିଛି ବ୍ୟକ୍ତି ଗାନ୍ଧିଜୀଙ୍କୁ ଧରି ସେଠାରୁ ଆଣିଥିଲେ। ହେଲେ ସେଠାରେ ତାଙ୍କର ପ୍ରା-ଣ-ବା-ୟୁ ଉଡି ଯାଇଥିଲା। ସେଦିନ ସମଗ୍ର ଦିଲ୍ଲୀ ସହର ରେ ଲୋକଙ୍କ ଭିଡ ଜମିଥିଲା। ଗାନ୍ଧିଜୀ ଙ୍କ ଶେଷ ଯାତ୍ରାରେ ସାମିଲ ହେବାକୁ ଏତେ ମାତ୍ରାରେ ଜନ ଗହଳି ଥିଲା ଯେ ପିଇବା ପାଇଁ ସେଦିନ ଟିକେ ପାଣି ବି ମିଳିନଥିଲା।
ଗାନ୍ଧିଜୀ କୁ ଦେଖିବା ପାଇଁ ଆମେ ସମସ୍ତେ ଦିଲ୍ଲୀର ଗେଟ୍ ଉପରେ ଚଢ଼ି ଯାଇଥିଲୁ। ଦୀର୍ଘ ବାଟ ଧରି ଶେଷ ଯାତ୍ରା ପରେ ଦିଲ୍ଲୀ ରାଜଘାଟ ଠାରେ ଗାନ୍ଧିଜୀ ଙ୍କ ଶେଷକୃତ୍ୟ ହୋଇଥିଲା। ଶେଷରେ ସମସ୍ତେ ନିଜ ନିଜ ସ୍ଥାନକୁ ଫେରିଥିଲୁ ବୋଲି କୁହନ୍ତି ଶ୍ରୀଯୁକ୍ତ ହରେକୃଷ୍ଣ ମଲ୍ଲିକ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।