କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଜ୍ଵର ହୋଇଥାଏ ! ଏହା ପଛରେ ରହିଛି ଏହି କାରଣ ? ଦେଖନ୍ତୁ ….

ବିଶେଷ

ଆପଣମାନେ ଜାଣିଥିବେ ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ପନ୍ଦର ଦିନ ଧରି ଜ୍ୱର ହୋଇଥାଏ।ଜ୍ୱର ଭଲ ହେବା ପାଇଁ ତାଙ୍କୁ କିଛି ଔସଧ ଦିଆଯାଇଥାଏ।ଆଉ କିଛି ହାଲୁକା ଖାଦ୍ୟ ଦିଆ ଯାଇଥାଏ।ସେବକ ମାନେ ତାଙ୍କର ସେବା କରିଥାନ୍ତି ଓ ପନ୍ଦର ଦିନ ପରେ ମହାପ୍ରଭୁ ସୁସ୍ଥ ହୋଇଯାଆନ୍ତି। ତାପରେ ମହାପ୍ରଭୂ ଙ୍କ ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହୋଇଥାଏ। କଣ ଆପଣମାନେ ଜାଣିଛନ୍ତି ଯେ ପନ୍ଦର ଦିନ ଧରି ମହାପ୍ରଭୂ ଙ୍କୁ କାହିଁକି ଜ୍ୱର ହୋଇଥାଏ।ତାକୁ ନେଇ ଏକ ସୁନ୍ଦର କଥା ଅଛି।

ଏହା ହେଉଛି ଭକ୍ତ ମାଧବ ଦାସ ଆଉ ମହାପ୍ରଭୂ ଙ୍କ ଭିତରେ ଥିବା କଥା।ଆଜି ଆମେ ଆପଣମାନଙ୍କୁ ସେହି ସୁନ୍ଦର୍ କଥା କହିବାକୁ ଯାଉଛୁ। ମହାପ୍ରଭୁ ଙ୍କ ର ଜଣେ ବଡ଼ ଭକ୍ତ ହେଉଛନ୍ତି ମାଧବ ଦାସ।ଥରେ ମାଧବ ଦାସ ଙ୍କୁ ଜ୍ୱର ହେଲା ।ତାଙ୍କ ଦେହ ଦିନକୁ ଦିନ ବହୁତ୍ ଖରାପ ହେବାରେ ଲାଗିଲା।ତାଙ୍କୁ ଯଦି କେହି ସାହାଯ୍ୟ କରିବାକୁ ଆସୁଥିଲେ ସେ ମନା କରିଦେଉଥିଲେ।ତାଙ୍କ ଦେହ ଏତେ ଖରାପ ହୋଇଗଲା ଯେ ସେ ପିନ୍ଧିଥିବା ବସ୍ତ୍ର ରେ ମଳ ମୂତ୍ର ତ୍ୟାଗ କଲେ।ଶଯ୍ୟା ରୁ ଉଠୀ ପାରିଲେନାହିଁ।

ମହାପ୍ରଭୂ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତ ବତ୍ସଳ।ସେ ତାଙ୍କ ଭକ୍ତ ର ଦୁଃଖ ଦେଖିପାରିଲେ ନାହିଁ।ତାଙ୍କର ସେବା କରିବାକୁ ଆସିଲେ।ତାଙ୍କର ବହୁତ୍ ଯତ୍ନ ନେଲେ ଭଗଵାନ ହୋଇ ମଧ୍ୟ ସେ ଭକ୍ତ ର ଲୁଗା ସଫା କଲେ।ଯେତେବେଳେ ମାଧବ ଦାସ ଜାଣିଲେ ଏସବୁ ସେ ବହୁତ୍ ମନ ଦୁଃଖ କଲେ ।କହିଲେ ହେ ପ୍ରଭୁ ଆପଣ ତ ଭଗଵାନ ଆପଣ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ମୋ ଜ୍ୱର ଭଲ କରିଦେଇଥାନ୍ତେ।ହେଲେ ମୋ ପାଇଁ ଏତେ କଷ୍ଟ କାହିଁକି କଲେ ।ମହାପ୍ରଭୁ କହିଲେ ମୁଁ ଭଗବାନ୍ ହେଲେ ମଧ୍ୟ ନୀୟତିର ଅବମାନନା କରିପାରିବି ନାହିଁ।ସେଥିପାଇଁ ମୋତେ ତୁମର ସେବା କରିବାକୁ ପଡିଲା ।

ହେଲେ ଏବେ ତୁମେ ପୂର୍ଣ୍ଣ ରୁପରେ ସୁସ୍ଥ ହୋଇନାହଁ।ତୁମ ଜ୍ୱର ଭଲ ହେବାକୁ ଆହୁରି ପନ୍ଦର ଦିନ ଲାଗିବ।ହେଲେ ମୁଁ ମୋର ଭକ୍ତ କୁ ଏତେ କଷ୍ଟରେ ଦେଖିପାରିବି ନାହିଁ।ତୁମର ଏ ପନ୍ଦର ଦିନର ଜ୍ୱର କୁ ମୁଁ ନେଇଯାଉଛି।ସେହି ଦିନ ଠାରୁ ମହାପ୍ରଭୂ ଙ୍କୁ ପନ୍ଦର ଦିନ ଧରି ଜ୍ୱର ହେଉଛି।ଭକ୍ତ ମାନଙ୍କ ପାଇଁ ଭଗଵାନ ସବୁବେଳେ ଆପଣାର ହୋଇଥାନ୍ତି।।

Leave a Reply

Your email address will not be published.