ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ। କଳି ଯୁଗର ସେ ଚଳନ୍ତି ଠାକୁର। ଜୀବନରେ ଥରୁଟିଏ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରସାଦ ଭିତରେ ସର୍ବୋତ୍ତମ ହେଉଛି ମହାପ୍ରସାଦ, ଆତ୍ମତୃପ୍ତି ରେ ସମସ୍ତଙ୍କ ମନ କିଣିଥାଏ। ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଦେଖିବାକୁ ଆସୁଥିବା ପ୍ରତିଟି ଭକ୍ତ ମନରେ ଥାଏ ମହାପ୍ରସାଦ ଟିକେ ପାଇବାର ଇଚ୍ଛା ଓ ଅଭିଳାଷା।
ନାଁ ଭକ୍ତର ଆବଶ୍ୟକ ଥାଏ କୌଣସି ହୋଟେଲ ନାଁ ଆବଶ୍ୟକତା ଥାଏ କୌଣସି ଖାଦ୍ୟର ଲାଳସା। ବିନା ତେଲ ମସଲାରେ ପ୍ରସ୍ତୁତ ମହାପ୍ରସାଦ ଟିକକ ପାଇବା ପାଇଁ ଭକ୍ତ ମନରେ ଥାଏ ଅକୁଣ୍ଠ ଇଚ୍ଛା। କାଳିଆ ଠାକୁର ଙ୍କ ପ୍ରସାଦ ଭାବରେ ପରିଚିତ ମହାପ୍ରସାଦର ମହକ କାହିଁ କେଉଁ ଦୂର ଦୁରାନ୍ତରୁ ଭକ୍ତ ମାନଙ୍କୁ ଶ୍ରୀକ୍ଷେତ୍ର ଟାଣି ଆଣେ।
ବିଦେଶୀ ଭକ୍ତ ମାନଙ୍କୁ ମନ୍ଦିର ଯିବାକୁ ହୁଏତ କଟକଣା ଥାଇପାରେ ହେଲେ ମହାପ୍ରସାଦ ଖାଇବାରେ କୌଣସି କଟକଣା ନାହିଁ। ଗତକାଲି ପୁରୀ ବଡ଼ଦାଣ୍ଡ ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ପ୍ରମାଣ କରିଥିଲା ଗୋଟିଏ ଭକ୍ତ ପାଇଁ ତାର ଭଗବାନ କେତେ ଗୁରୁତର।
କାଳିଆ ଡୋରି ରେ ବାନ୍ଧି ହୋଇ ସେ ଚକାନୟନ କୁ ଟିକେ ଦେଖିବା ପାଇଁ ବିଦେଶରୁ ଛୁଟି ଆସିଥିଲେ ବିଦେଶୀ ଭକ୍ତ। ଦେଶ ବିଦେଶ ବୁଲୁଥିବା ଏହି ବିଦେଶୀ ଭକ୍ତ ଙ୍କୁ ବାନ୍ଧି ରଖି ପାରିନଥିଲା ସୁସ୍ୱାଦୁ ତେଲ ମସଲା ଯୁକ୍ତ ଖାଦ୍ୟ। କାଳିଆ ପ୍ରତି ଥିବା ଭକ୍ତି ପାଇଁ ସେ ପୁରୀ ଆସିଥିଲେ ଆଉ ଭଙ୍ଗା କୁଡ଼ିଆରେ ବାହାରେ ବସି ଅତି ଆନନ୍ଦର ସହ ଖାଉଥିଲେ ମହାପ୍ରସାଦ।
ଖାଦ୍ୟ ଲାଳସା ଏମାନଙ୍କୁ ଆକୃଷ୍ଟ କରିନଥିଲା ବରଂ ମହାପ୍ରଭୁ ଙ୍କ ପ୍ରସାଦ ହିଁ ସବୁ ଖାଦ୍ୟ ଉପରେ ସର୍ବୋତ୍ତମ ବୋଲି ସନ୍ଦେଶ ଦେଇଛି। ଜାତି ଧର୍ମ ବର୍ଣ୍ଣ ନର୍ବିଶେଷରେ ଜଗନ୍ନାଥ ଙ୍କ ଅମୃତତୁଲ୍ୟ ପ୍ରସାଦ ଭାଗ୍ୟରେ ଥିଲେ ହିଁ ମିଳେ ବୋଲି ଏହି ବିଦେଶୀ ଦମ୍ପତି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ