କମେଣ୍ଟ ମରାକୁ ନେଇ ଜୀବନ ହାରିଦେଲେ ଯୁବତୀ। ଗାଆଁ ର କିଛି ଯୁବକ କମେଣ୍ଟ୍ ମରିବା କାରଣରୁ ନିଜକୁ ଅସହାୟ ମନେ କରି ଜଣେ ଯୁବତୀ ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହମୁଦା ଗ୍ରାମର। ଆ-ତ୍ମ-ହ-ତ୍ୟା କରିଥିବା ଯୁବତୀ ଜଣକ ହେଉଛନ୍ତି ଏହି ଗ୍ରାମର ୨୨ ବର୍ଷୀୟା ଯୁବତୀ ପିଙ୍କି।
ସୂଚନା ଅନୁଯାୟୀ, ପିଙ୍କି ନିଜର ପଢା ସରିବା ପରେ ଟେଲରିଂ କାମ କରୁଥିଲେ। ବାପା ମା ଙ୍କୁ ନେଇ ଖୁବ୍ ହସ ଖୁସିରେ ଚାଲିଥିଲା ପରିବାର। ଆଗକୁ ଯାଇ ପିଙ୍କି ଶାଶୁ ଘରକୁ ଯାଇଥାନ୍ତେ। ସେଠି ନିଜ ସୁନାର ସଂସାର ଗଢ଼ିଥାନ୍ତେ। ହେଲେ ମୁହୂର୍ତ୍ତକରେ ପରିବାର ଲୋକଙ୍କ ସବୁ ସ୍ବପ୍ନ ଧ-ଳି-ସା-ତ ହୋଇଗଲା। ଏବେ ଆଉ ପିଙ୍କି ଏ ଦୁନିଆରେ ନାହାଁନ୍ତି। ସମସ୍ତଙ୍କୁ ଛାଡ଼ି ସେ ଆରପାରିକୁ ଚାଲିଯାଇଛନ୍ତି।
ପିଙ୍କି ଙ୍କ ମା ଙ୍କ କହିବାନୁଯାୟୀ, ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଗାଁ ସରପଞ୍ଚ ଓ ତାଙ୍କର ସମର୍ଥକ ମାନେ ପିଙ୍କି ଙ୍କୁ କମେଣ୍ଟ ମାରି ଆସୁଥିଲେ। ପିଙ୍କି ଙ୍କୁ ରାସ୍ତା ଘାଟ ଯେଉଁଠି ଦେଖିଲେ ବି ସେମାନେ ଟାହି ଟାପରା କରୁଥିଲେ। ପିଙ୍କି ଙ୍କୁ ରାସ୍ତାରେ ଚଲେଇ ଦେଉନଥିଲେ। ଏ ନେଇ ପିଙ୍କି ଓ ତାଙ୍କ ପରିବାର ପାଟକୁରା ଥାନାରେ ଏକ ମାସ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ବି ପଦକ୍ଷେପ ନେଇନଥିଲେ।
ଶେଷରେ ଆଉ ତାଙ୍କ କମେଣ୍ଟ ମରା ସହିନପାରି ଆଉ ନିଜକୁ ଅସହାୟ ମନେ କରି ପିଙ୍କି ଆ-ତ୍ମ–ହ-ତ୍ୟା ଭଳି ଚ-ର-ମ- ନିଷ୍ପତି ନେଇଗଲେ। ପିଙ୍କି ଙ୍କ ଆତ୍ମହତ୍ୟା ପରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ମା ର ବୁକୁଫଟା କାନ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ।
ଯଦି ମାସେ ପୂର୍ବରୁ ଅଭିଯୋଗକୁ ଭିତ୍ତି କରି ଚୁପ୍ ନରହି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତାହାଲେ ଆଜି ପିଙ୍କି ଏଭଳି ନିଷ୍ପତି ନେଇ ନଥାନ୍ତା ବୋଲି କହିଛନ୍ତି ପିଙ୍କି ଙ୍କ ମା। ନିଜ ଝିଅର ମୃତ୍ୟୁ ପାଇଁ ସେ ସରପଞ୍ଚ , ତାଙ୍କ ସମର୍ଥକ ଓ ପୋଲିସ ଅଧିକାରୀ ମାନଙ୍କୁ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।