କମେଡିଆନ ଗୁଳୁଆ (Mr Gulua) : ଓଡ଼ିଆ ଫିଲ୍ମ ଡିରେକ୍ଟର ମାନେ ଖାଲି କପି କରୁଛନ୍ତି ..ଆଗେ ଯାଇକି ଶିଖିକି ଆସନ୍ତୁ … ଏମିତି କହିଲେ

ବିଶେଷ

ଆମ ଓଡ଼ିଶାରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ମିଷ୍ଟର ଗୁଲୁଆ। ଗୁଲୁଆ ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ଓଡ଼ିଶାର ସେ ଜଣେ ଅତି ପରିଚିତ ଚେହେରା।

ନିଜର ଜବରଦସ୍ତ ଅଭିନୟ ଓ କମେଡି ଦ୍ଵାରା ଗୁଲୁଆ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ଗୁଲୁଆ ଙ୍କର ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଆଁ ହେଉଛି ମିଷ୍ଟର ଗୁଲୁଆ କମେଡି। ଏହି ଚ୍ୟାନେଲ୍ ରେ ଗୁଲୁଆ ଅନେକ ମଜାଳିଆ ଭିଡିଓ କରି ପୋଷ୍ଟ କରିଥାନ୍ତି। ଯାହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁବ୍ ଭଲ ପାଇବା ଦିଅନ୍ତି।

ବର୍ତ୍ତମାନ ଏହି ୟୁଟ୍ୟୁବ ଚ୍ୟାନେଲକୁ ୧ ମିଲିୟନରୁ ଅଧିକ ଲୋକ ସସ୍କ୍ରାଇବ କରିଛନ୍ତି। ଏହି ୟୁ ଟ୍ୟୁବ୍ ଜରିଆରେ ହିଁ ଗୁଲୁଆ ଲୋକ ମାନଙ୍କ ମଧ୍ୟରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଏତଦ୍ ବ୍ୟତୀତ ଗୁଲୁଆ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ମଧ୍ୟ କାମ କରିସାରିଛନ୍ତି।

ତେବେ ନିକଟରେ ଗୁଳୁଆ ଏକ ଗଣମାଧ୍ୟମ କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ, “ବର୍ତ୍ତମାନ ଓଡିଶାରେ ଓଡିଆ ସିନେମା ଆଉ ଚାଲୁନାହିଁ, ଓଡ଼ିଆ ସିନେମାରେ ଏଭଳି କଣ ଅସୁବିଧା ରହିଯାଉଛି ?, ଏଥିରେ ଆପଣ କଣ ମତ ଦେବେ” ।

ଏହାର ଉତ୍ତରରେ ଗୁଲୁଆ କହିଥିଲେ, “ଓଡ଼ିଶାରେ ଯେଉଁମାନେ ବି ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଅଛନ୍ତି ସେମାନେ କିଛି ନୂଆ କରିବାକୁ ଚେଷ୍ଟା କରୁନାହାଁନ୍ତି। ବରଂ ଅନ୍ୟ ସିନେମା ଠାରୁ କପି କରୁଛନ୍ତି। ସେଭଳି ଫିଲ୍ମ ଦେଖିବା ପରେ ଲୋକ ମାନଙ୍କର ଓଡ଼ିଆ ଫିଲ୍ମ ପ୍ରତି ଆଗ୍ରହ କମିଯାଉଛି। ଏହା ଏକ ମୁଖ୍ୟ କାରଣ ଓଡ଼ିଆ ଫିଲ୍ମ ନ ଚାଲିବାର”।

ଗୁଲୁୁଆ ଆହୁରି ମଧ୍ୟ କହିଥିଲେ, “ଓଡ଼ିଆ ଡାଇରେକ୍ଟର ମାନେ ଆଗ ତେଲୁଗୁ ବା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଯାଇ ସେଠାରେ ଫିଲ୍ମ ତିଆରି ଶିଖି ଆସିବା ଦରକାର। ତା ପରେ ଯାଇ ଓଡ଼ିଆ ଫିଲ୍ମ ଆଗେଇବ। ଆଜିକାଲିର କିଛି ଯୁବ ଡାଇରେକ୍ଟର ମାନେ ଧୀରେ ଧିରେ ଭଲ ମେକିଂ କରୁଛନ୍ତି। ଏଭଳି ଭଲ ମେକିଂ କରିଲେ ନିଶ୍ଚୟ ଫିଲ୍ମ ଚାଲିବ”।

Leave a Reply

Your email address will not be published.