କଥା ଦେଇ କଥା ରଖିଲେ ସରପଞ୍ଚ , ପଞ୍ଚାୟତରେ ଆରମ୍ଭ କଲେ ନିଜସ୍ଵ ଆମ୍ବୁଲାନ୍ସ ସେବା .. ଦେଖନ୍ତୁ

ବିଶେଷ

ଯଦି ଆପଣଙ୍କ ଗାଆଁ ର ଜଣେ ମଣିଷ ହଠାତ୍ ଅସୁସ୍ଥ ହୋଇପଡିଲେ, ଆଉ ଆପଣ ଆମ୍ବୁଲାନ୍ସକୁ ଘନ ଘନ ଫୋନ୍ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପରିଲାନାହିଁ, ତେବେ ସେ ରୋଗି ମଣିଷର ଅବସ୍ଥା କଣ ହେବ? ଏବେ ଥରେ ଭାବନ୍ତୁ ଯଦି ଆପଣଙ୍କ ସରପଞ୍ଚ ପଞ୍ଚାୟତବାସୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବେ ଆଉ ଆମ୍ବୁଲାନ୍ସ ଗାଆଁ ରେ ରହିବ ତାହା ପୁଣି ବିନା ଟଙ୍କାରେ ଦିନ ରାତି ୨୪ ଘଣ୍ଟା ମାଗଣା ସେବା ଯୋଗାଇବ, ତେବେ ଆପଣ ନିଶ୍ଚିତ କହିବେ ଭଲ ହେବ।

ଯେତେବେଳେ ସରପଞ୍ଚ ହୃଦୟଙ୍ଗମ କଲେ ଗାଆଁ ଲୋକଙ୍କ ପାଇଁ ଗୋଟିଏ ଆମ୍ବୁଲାନ୍ସ ର ଆବଶ୍ୟକତା ରହିଛି ସେତେବେଳେ ଗାଆଁ ଲୋକଙ୍କ ସହାୟତାରେ ପଞ୍ଚାୟତବାସୀ ଙ୍କ ପାଇଁ ଏକ ଆମ୍ବୁଲାନ୍ସ କିଣିଛନ୍ତି। ଏହି ଆମ୍ବୁଲାନ୍ସ ଗାଆଁ ଲୋକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବ। କେବଳ କଥାରେ ନୁହେଁ ବରଂ ଏଭଳି ମହାନ୍ କାମ କରି ଦେଇଖାଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କୋଲଥି ଗ୍ରାମ ସରପଞ୍ଚ ଜଗମୋହନ ପତ୍ର।।

ନିର୍ବାଚନ ପୂର୍ବରୁ ସେ କଥା ଦେଇଥିଲେ ଯଦି ନିର୍ବାଚନରେ ବିଜୟ ହାସଲ କରନ୍ତି ତେବେ ପଞ୍ଚାୟତବାସୀ ଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବେ। ଆଉ ନିର୍ବାଚନର ୪ ମାସ ନପୁରୁଣୁ ସେ ନିଜର ପ୍ରତିଶ୍ରୁତି ରକ୍ଷା କରି ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

ପଞ୍ଚାୟତବାସୀ କେତେ ଅବ୍ୟବସ୍ଥା ଭିତରେ ଅଛନ୍ତି ତାହା ସେ ହୃଦୟଙ୍ଗମ କରିପାରିଥିଲେ। ଗାଆଁ ରେ କାହାର ଦେହ ଖରାପ ହେଲେ ଅଣଓସାରିଆ ରାସ୍ତା ଯୋଗୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରେନି। ଏଥିପାଇଁ ଗ୍ରାମବାସୀ ଅନେକ ହିନସ୍ଥା ହୁଅନ୍ତି। ଏ ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରପଞ୍ଚ ଗ୍ରାମର ହରିଓଁ ଗ୍ରୁପ ର ଯୁବକ ମାନଙ୍କ ସାହାଯ୍ୟରେ ଏହି ନୂଆ ସେବା ଆରମ୍ଭ କରିଛନ୍ତି।

ଏମିତି ଚିନ୍ତାଧାରା ରଖିଥିବା ଜନ ପ୍ରତିନିଧି ଖୁବ୍ କମ୍ ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଗମୋହନ ଜଣେ। ପଞ୍ଚାୟତବାସୀ ମାନେ ଏଭଳି ଜନ ପ୍ରତିନିଧି ଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିବାରୁ ନିଜକୁ ଧନ୍ୟମନେ କରୁଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.