ଏହିପରି ମହିଳା ମାନଙ୍କୁ କେବେ ବି କରନ୍ତୁ ନାହିଁ ବିବାହ . . .

Uncategorized

ନମସ୍କାର ବନ୍ଧୁଗଣ, ବର୍ତମାନ ଆପଣମାନେ ଯାହାକୁ ବିହାର ର ପାଟଣା ନାମରେ ଜାଣିଛନ୍ତି ଅତୀତ ରେ ତାହା ମଗଧ ନାମକ ଏକ ଶକ୍ତିଶାଳୀ ରାଜ୍ୟ ର ରାଜଧାନୀ ଥିଲା। ଯେଉଁଠାରେ ଆଚାର୍ଯ୍ୟ ଚାଣକ୍ୟ ନିଜ ପ୍ରୟାସ ଓ ନୀତି ର ଆଧାରରେ ଏକ ସାମାନ୍ଯ ବାଳକ ଚନ୍ଦ୍ରଗୁପ୍ତ କୁ ଭାରତ ର ସମ୍ରାଟ କରିଥିଲେ । ଯିଏ ଆଗାମୀ ଦିନରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମରେ ପ୍ରିସିଦ୍ଧି ଲାଭ କରିଥିଲେ । ଏବଂ ଏକ ବିଶାଳ ଅଖଣ୍ଡ ଭାରତ ର ନିର୍ମାଣ କରିଥିଲେ ।

ଆଚାର୍ଯ୍ୟ ଚାଣକ୍ୟ ଏକ ଏପରି ମହାନ ବୁଦ୍ଧିମାନ ବ୍ୟକ୍ତି ଥିଲେ ଯିଏ ନିଜର ବୁଦ୍ଧି ବିଦ୍ଵତା ଓ ନିଜ କ୍ଷମତା ବଳରେ ଭାରତ ର ଇତିହାସ ଧାରାକୁ ବଦଳାଇ ଦେଇଥିଲେ ।ଏହି ଚାଣକ୍ୟ ନୀତି ରେ କୁହାଯାଉଥିବା ଅନେକ ନୀତି ଯାହା ସେ ସମୟ ରେ ଯେତିକି ଆବଶ୍ୟକ ଥିଲା | ତାହା ଏବେ ମଧ୍ୟ ସେତିକି ଦରକାରୀ ଏବଂ ବହୁତ ଗୁରୁତ୍ଵପୂର୍ଣ ମଧ୍ୟ ଅଟେ|


ଯେପରିକି ଆପଣ ମାନେ ଜାଣିଥିବେ ଯେ, ହିନ୍ଦୁଧର୍ମ ରେ ବିବାହ କୁ ୧୬ ସଂସ୍କାର ମଧ୍ୟରୁ ଏକ ବିଚାର କରାଯାଏ । ସ୍ତ୍ରୀ ମାନଙ୍କର କିଛି ଲକ୍ଷଣ ବ୍ୟତୀତ କିଛି ଏପରି କଥା ଅଛି ଯାହା ସେମାନଙ୍କୁ ବିବାହ ଉପଯୋଗୀ କରିନଥାଏ । କିଛି ଏପରି ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀ ର ସୁନ୍ଦରତା ସବୁ କିଛି ହୋଇନଥାଏ ।

ଯଦି କୌଣସି ପୁରୁଷ କୌଣସି ସ୍ତ୍ରୀ ର କେବଳ ସୁନ୍ଦରତା ଦେଖି ତାକୁ ପରଖି ଥାଏ ଓ ସେହି ଆଧାରରେ ତାକୁ ପସନ୍ଦ କରି ବିବାହ କରିଥାଏ ତେବେ ତାହା ଠାରୁ ବଡ ମୂର୍ଖ ଏହି ସଂସାର ରେ ଆଉ କେହି ନାହାନ୍ତି । ଅତ୍ୟଧିକ ସୁନ୍ଦରତା କାରଣରୁ ସୀତା ଙ୍କର ହରଣ ହୋଇଥିଲା । ଅତ୍ୟଧିକ ଅହଂକାର କାରଣରୁ ରାବଣ ର ଅନ୍ତ ହୋଇଥିଲା, ଅତ୍ୟଧିକ ଦାନ ଦେବା କାରଣରୁ ରାଜା ବଳି ଙ୍କୁ ବନ୍ଧନ ରେ ବାନ୍ଧି ହେବାକୁ ପଡିଥିଲା ।


ବିବାହ ପାଇଁ ସ୍ତ୍ରୀ ଙ୍କ ସଂସ୍କାର, ସ୍ଵଭାବ, ଲକ୍ଷଣ ତାଙ୍କର ଗୁଣ ଓ ଅବଗୁଣ ବିଷୟରେ ଠିକ ଭାବରେ ଜାଣି ନେବା ଆବଶ୍ୟକ ହୋଇଥାଏ । ଏହି ସବୁ କଥା ଉପରେ ବିଚାର କରି ବିବାହ ପାଇଁ ସ୍ତ୍ରୀ ଙ୍କର ଚୟନ କରିବା ଉଚିତ ଅଟେ । କିନ୍ତୁ ସୁନ୍ଦରତା ଆଧାରରେ ଭୁଲ ନିର୍ଣୟ କରାଯାଏ ତେବେ ବୈବାହିକ ଜୀବନ ସୁଖରେ କଟୀନଥାଏ ।


ଏଠାରେ ଆଚାର୍ଯ୍ୟ ଚାଣକ୍ୟ ସଂସ୍କାର କୁ ଅଧିକ ମହତ୍ଵ ଦେଇଛନ୍ତି । ତାଙ୍କ ଅନୁସାରେ ଭଲ ସଂସ୍କାର ଥିବା ସ୍ତ୍ରୀ ଘରକୁ ସ୍ଵର୍ଗ କରି ଦେଇଥାଏ । ସେ ସ୍ଵାମୀ ଓ ସମ୍ପୂର୍ଣ ପରିବାର ର ଠିକ ଭାବରେ ଧ୍ୟାନ ରଖିଥାଏ । ପରନ୍ତୁ ଖରାପ ସଂସ୍କାର ଥିବା ସ୍ତ୍ରୀ ସବୁ କିଛି ନଷ୍ଟ ଭ୍ରଷ୍ଟ କରିଦେଇଥାଏ । ଯେଉଁ ସ୍ତ୍ରୀ ଅଧାର୍ମିକ ହୋଇଥାଏ ସେ ସମ୍ପର୍କ କୁ ଅଧିକ ଗୁରୁତ୍ଵ ଦେଇନଥାଏ ଓ ସେ ପ୍ରତି କ୍ଷଣ ପରିବାର ସମ୍ପର୍କ କୁ ଭାଙ୍ଗିବାକୁ ଚେଷ୍ଟା କରିଥାଏ । ଏହିପରି ସ୍ତ୍ରୀ କେବଳ ବୈବାହିକ ସମ୍ପର୍କ କୁ ନଷ୍ଟ କରିନଥାଏ ଏବଂ ସମ୍ପୂର୍ଣ କୁଳର ନାସ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *