ଏବେ ବି ଦେଶର ଏହି ଜାଗା ଅଛି ସତ୍ୟଯୁଗର ଗାଁ – ଦେଖନ୍ତୁ ଭିଡିଓ

ବିଶେଷ

ଗାଁ ରେ ବୈଦିକ ଜୀବନ ବିତାଉଛନ୍ତି ଲୋକେ । ବିଦ୍ୟୁତ ନାହିଁ କି କୌଣସି ଜୋଗାଜୋଗ୍ ର ବି ସୁବିଧା ନାହିଁ । କୃଷ୍ଣ ଙ୍କ ଭକ୍ତି ରେ ନିଜକୁ କରି ଦେଇ ଛନ୍ତି ଉତ୍ସର୍ଗ । ଏହା ଗାଁ ବିଷୟ ରେ କେହି ଜାଣି ନଥିବେ । ଯିଏ କି 5G ଯୁଗ ରେ ବିଦ୍ୟୁତ ମଧ୍ୟ ନାହିଁ । ଇଣ୍ଟର୍ନେଟ କୁ ତ ଛାଡ଼ ଏଠି କେହି ସାଧାରଣ ମୋବାଇଲ ବି ବ୍ୟବହାର କରନ୍ତି ନାହିଁ ।

ରୋଷେଇ ଘର ଠାରୁ ଆରମ୍ଭ କରି ସୟନ କକ୍ଷ ପର୍ଯ୍ୟନ୍ତ କୌଣସି ଥରେ ଆଧୁନିକ ଜିନିଷ ନାହିଁ । ଏଠାରେ କେହି LPG ଗ୍ୟାସ ବି ବ୍ୟବହାର କରୁ ନାହାନ୍ତି । ଆଉ ଏଇଠି ମନୋରଞ୍ଜନ କରିବା ପାଇଁ ମଧ୍ୟ କୌଣସି ମାଧ୍ୟମ ନାହିଁ । ସମ୍ପୁର୍ଣ୍ଣ ଗାଁ ରେ କେବଳ ଗୋଟିଏ ଲ୍ୟାଣ୍ଡଲାଇନ ଅଛି ।

ଏ ସବୁ ଜାଣିବା ପରେ ଆପଣ ମାନେ ଭାବୁ ଥିବେ କି ତାଙ୍କ ର ପାଖ ରେ ଅର୍ଥ ନଥିବ ସେଥି ପାଇଁ ସେ କିଛି ବି ବ୍ୟବହାରୀ ଜିନିଷ କିଣୁ ନାହାନ୍ତି । କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ ଏମାନେ ଅର୍ଥ ପାଇଁ ନୁହଁ ବରଂ ଏମାନେ ସବୁ ଆଧୁନିକତା କୁ ତ୍ୟାଗ କରିଛନ୍ତି । ଏଠାରେ କୌଣସି ସାରିରିକ ସୁବିଧା ନାହିଁ ବାସ ଏଠାରେ ସରଳ ଜୀବନ ଜାପନ ର ହିଁ ସୁବିଧା ।

ଏହି ଗାଁ ରେ 14 ଟି ପରିବାର ବସ ବାସ କରନ୍ତି । ଯେଉଁ ମାନେ ଭଗବାନ କୃଷ୍ଣ ଙ୍କ ଭକ୍ତ ଭାବରେ ନିଜ ଜୀବନ କୁ ଉତ୍ସର୍ଗ କରି ଦେଇଛନ୍ତି । ଏହି ଗାଁ ର ନା ହେଉଛି କୁର୍ମା ଗ୍ରାମ । ଏହା ଆନ୍ଧ୍ରପ୍ରଦେଶ ର ସିକାକୁଲମ ଠାରେ ଅବସ୍ଥିତ । ସହର ଠାରୁ ମାତ୍ର 6 କିମି ଦୂର ରେ ଏହା ଅବସ୍ଥିତ ।


ଏହି ଗାଁ ବିଦେଶି ମାନଙ୍କ ପାଇଁ ଏକ ପ୍ରଦର୍ଶନ ସ୍ଥାନ ଭଳି । ଏଠାରେ ଲୋକ ମାନେ ସକାଳ 3:30 ରୁ ଉଠି ନିଜ ର ନିତ୍ୟକ୍ରମ ସାରି ଥାନ୍ତି । ସେ ସସ୍ୟ ସବୁ ନିଜେ ଚାଷ୍ କରନ୍ତି । ଚାଷ କରିବା ପାଇଁ ସେ ଗାଈ ପୋଷନ୍ତି ଆଉ ଗାଈ ର କ୍ଷୀର୍ ତାଙ୍କ ପାଇଁ ପ୍ରମୁଖ୍ ଖାଦ୍ୟ । ଗାଈ ଗୋବର ରେ ଘଷି ତିଆରି କରି ଚୁଲି ଜାଳ ଭାବରେ ବ୍ୟବହାର କରନ୍ତି । ସେତିକି ନୁହଁ ସେମାନେ ଯେଉଁ ପୋଷାକ ପିନ୍ଧନ୍ତି ତାହା ମଧ୍ୟ ସେ ନିଜେ ବୁଣନ୍ତି ।।

Leave a Reply

Your email address will not be published.