“ଏବେ ଅମର ହୋଇଯିବ ମଣିଷ “, ବୈଜ୍ଞାନିକ ମାନେ ଆଣିଲେ ଅମିତି ମେସିନ ,ଖର୍ଚ କରିବାକୁ ପଡିବ ମାତ୍ର

ବିଶେଷ

ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ। ଏ ଦୁନିଆରେ ଯିଏ ବି ଜନ୍ମ ନେଇଛି ସେ ଦିନେ ନାଁ ଦିନେ ନିଶ୍ଚୟ ମରିବ। ସେଥିପାଇଁ କଥାରେ ଅଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ଅର୍ଥାତ୍ ସେ ସ୍ଵଂୟ ଭଗବାନ ବି ହୁଅନ୍ତୁ ନାଁ କାହିଁକି। ଏ ସଂସାରରେ ସେ ଯେବେ ଯେବେ ମଣିଷ ଭାବରେ ଅବତାର ନେଇଛନ୍ତି ସେବେ ସେବେ ତାଙ୍କର ମୃତ୍ୟୁ ହୋଇଛି।

ଆମେ ପୁରାଣ ଆଦିରେ ଶୁଣିଛେ ପୌରାଣିକ ଯୁଗରେ ଏଭଳି କିଛି ବ୍ୟକ୍ତି ଥିଲେ ଯିଏ କି ଅମର ଥିଲେ। ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ର ବିଜ୍ଞାନ ଯୁଗରେ ମଣିଷ ବି ଅମର ହୋଇପାରିବ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଣିକି ମୃତ୍ୟୁ କୁ ମାତ୍ ଦେବା ପାଇଁ ଜାରି ରହିଛି ଗବେଷଣା। କିନ୍ତୁ ଏଭଳି ଏକ ସମୟରେ ଗୋଟିଏ କମ୍ପାନୀ ଦାବି କରିଛି କି ମଣିଷ କୁ ଅମର ରଖିବାର ଔଷଧ ମିଳିସାରିଛି। ହେଲେ ଏଥିପାଇଁ ଖର୍ଚ୍ଚ କରିବାକୁ ପଡିବ ଟଙ୍କା।

ଡେଲି ଷ୍ଟାର ର ଏକ ରିପୋର୍ଟ ଅନୁଯାୟୀ, ସ୍କଟଟେଲ ଆରିଜୋନା ସ୍ଥିତ ଫର୍ମ ଏଲକୋର୍ କ୍ଲାନିକ୍ସ ଦାବି କରିଛି କି ମଣିଷର ମୃତ୍ୟୁ ପରେ ତାର ଶରୀରକୁ ଏକ ସ୍ବତନ୍ତ୍ର ଫ୍ରିଜ ରେ ରଖିବା ପରେ ପୁଣି ଥରେ ପୁନଃ ଜୀବିତ କରାଯାଇପାରିବ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ! ମୃ-ତ ଦେ-ହ-କୁ ଫ୍ରିଜର ରେ ରଖିଦେଲେ ଏହା ମଣିଷକୁ ଅମର କରିଦେବ। ହେଲେ ନାଁ ସେମିତି ନୁହେଁ, ଏଥିପାଇଁ କିଛି ଚିକିତ୍ସା ଆପଣାଇବାକୁ ପଡ଼ିବ।


ମୃ-ତ ଶ-ରୀ-ର ଓ ମସ୍ତିଷ୍କ କୁ ତରଳ ନାଇଟ୍ରୋଜେନ୍ ରେ ରଖି ପୁଣି ଥରେ ଜୀବନ୍ତ କରି ସୁସ୍ଥ କରିପାରିବାର ଉପାୟ ଖୋଜି ବାହାର କରିଛି ଏହି କମ୍ପାନୀ। ତେବେ ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିପାଇଁ ପାଖା ପାଖି ୧ କୋଟି ୪୯ ଲକ୍ଷ ୯୯ ହଜାର ୯୬୦ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ ମର ଶରୀରକୁ ସଂରକ୍ଷଣ କରି ରଖିବା ପାଇଁ।

ସେହିଭଳି ବ୍ୟକ୍ତିର ମୃତ୍ୟୁ ପରେ ବାର୍ଷିକ ୭୦୫ ଡଲାର ଅର୍ଥାତ୍ ୫୨, ୮୭୪ ଟଙ୍କା ଖର୍ଚ୍ଚ ହେବ। ସେହିଭଳି ନ୍ୟୁରୋ ରୋଗୀ ମାନଙ୍କ ପାଇଁ ୫୯ ଲକ୍ଷ ୯୯ ହଜାର ୯୬୦ ଟଙ୍କା ଚର୍ଚ୍ଚ ହେବ। ତେବେ କମ୍ପାନୀର ମୁଖ୍ୟ କହିଛନ୍ତି ବହୁ ଲୋକ ଏବେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିପାରନ୍ତି। ହେଲେ ଯେତେବେଳେ ଏହା ଫଳପ୍ରଦ ହେବ ଜାଣିବେ ସେତେବେଳେ ଅନେକ ଲୋକ ଟଙ୍କା ଖର୍ଚ୍ଚ କରି ଅମର ହେବାକୁ ଚାହିଁବେ। ତେବେ କମ୍ପାନୀ ନିଜ ଦାବିକୁ କେତେ ଦୂର ପ୍ରମାଣିତ କରିପାରୁଛି ତାହା ଦେଖିବା ବାକି ରହିଛି।

Leave a Reply

Your email address will not be published. Required fields are marked *