ଏଠି ପ୍ରତି ୩୦ ବର୍ଷରେ ଥରେ ଅଣ୍ଡା ଦିଏ ପଥର !! ଶୁଣିଲେ ଆଶ୍ଚର୍ଯ ଲାଗୁଥିବ ହେଲେ କଥାଟି ସତ – ଦେଖନ୍ତୁ

ବିଶେଷ

ଏ ବିଚିତ୍ର ଦୁନିଆରେ ଏଭଳି ଅନେକ ଘଟଣା ଘଟେ ଯାହାକୁ। ଦେଖି ଲୋକମାନେ ଭାବି ପାରନ୍ତି ନାହିଁ କି ଏପରି ଘଟଣା ଘଟିପାରେ ବୋଲି। କୁହାଯାଏ ପ୍ରକୃତି ଏହି ଜିନିଷ ଗୁଡ଼ିକୁ ଘଟାଇଥାଏ। ଯାହାକୁ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ। ବୈଜ୍ଞାନିକ ମାନେ ମଧ୍ୟ ବହୁ ବର୍ଷ ଧରି ଗବେଷଣା କରିବା ପରେ କୌଣସି ବିଶେଷ ସଫଳତା ହା ସଲ କରିପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ରହସ୍ୟମୟ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଚୀନ୍ ର ଗିଜୋ ପ୍ରଦେଶରେ ଏଭଳି ଏକ ପଥର ରହିଛି ଯାହାକି ପ୍ରତି ୩୦ ବର୍ଷରେ ଅଣ୍ଡା ଦେଇଥାଏ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆଜି ଯାଏଁ ଆପଣ ମନେ କୁକୁଡ଼ା ବା ପକ୍ଷୀ ମାନେ ଅଣ୍ଡା ଦେବା କଥା ଶୁଣିଥିବେ ହେଲେ ଏବେ ଚାଇନାର ଏହି ପଥର ମଧ୍ୟ ଅଣ୍ଡା ଦେଇଥାଏ , ତାହା ପୁଣି ପ୍ରତି ୩୦ ବର୍ଷରେ ଥରେ।

ଏହି ପଥର ଟି ଅଣ୍ଡାକୁ ୩୦ ବର୍ଷ ପର୍ଯ୍ୟନ୍ତ ରଖି ଇନ୍‌କ୍ୟୁବେଟ୍‌ କରେ। । ପରେ ଯେତେବେଳେ ୩୦ ବର୍ଷ ବୟସ ହୁଏ ସେତେବେଳେ ଅଣ୍ଡା ଗୁଡ଼ିକ ଆପେ ଆପେ ପଥରରୁ ଅଲଗା ହୋଇଥାଏ। ପଥରର ଉଚ୍ଚତା ପ୍ରାୟ ୧୯ ଫୁଟ ଓ ଲମ୍ବ ପ୍ରାୟ ୬୫ ଫୁଟ। ଅଣ୍ଡା ପଥର ଭିତରୁ ହିଁ ଜନ୍ମ ନିଏ ଓ ୩୦ ବର୍ଷ ପରେ ନିଜେ ଖସିଯାଏ। ଚାଇନାର ଏହି ରହସ୍ୟମୟ ପଥର ‘ଚାନ ଡାନ୍‌ ୟା’ ନାମରେ ଜଣାଶୁଣା।

ଏହି ପୂରା ପଥରଟି କଳା ରଙ୍ଗର ହୋଇଥାଏ। ଏପରି ପରିସ୍ଥିତିରେ, ଏହି ପଥରଟି ଯେଉଁ ଅଣ୍ଡା ଦେଇଥାଏ, ତାହା ମଧ୍ୟ କଳା ରଙ୍ଗର ହୋଇଥାଏ। ପଥରଗୁଡ଼ିକ ଅଣ୍ଡା ଆକୃତିର, ଯାହା ବାହ୍ୟରୁ ଚିକ୍କଣ। ସେମାନେ ନିଜେ ପଥର ପୃଷ୍ଠରୁ ବାହାରିବା ଆରମ୍ଭ କରନ୍ତି। ଏହି ପଥରଟି ପୂରା ତିରିଶ ବର୍ଷକୁ ଅନ୍ତର୍ଭୁକ୍ତ କରେ। ପରେ ଆପଣାଛାଏଁ ଏହାକୁ ଛାଡିଦିଏ।

ଚୀନ୍ ଲୋକମାନେ ଏହି ପଥରରୁ ବାହାରୁଥିବା ଅଣ୍ଡାକୁ ସୁଖର ପ୍ରତୀକ ଭାବରେ ବିବେଚନା କରନ୍ତି। ଏହି କାରଣରୁ, ଅଣ୍ଡା ଭୂମିରେ ପଡ଼ିବା ମାତ୍ରେ ଲୋକମାନେ ସେଗୁଡ଼ିକୁ ନେଇ ପଳାଇଥାନ୍ତି। ଏହି ଅଣ୍ଡାଗୁଡ଼ିକ କଳା ଏବଂ ଥଣ୍ଡା। ଅଣ୍ଡାର ଏହି ରହସ୍ୟର ସମାଧାନ ପାଇଁ ବୈଜ୍ଞାନିକମାନେ ମଧ୍ୟ ବର୍ଷ ବର୍ଷ ଧରି ଗବେଷଣା ଚଳାଇ ଆସିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାର କରିପାରିନାହାନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.