“ଏକାଥରେ ୧୦୦ ଜଣକୁ ମାଡି ବସିବି ” – ବାବୁଶାନ୍ ଙ୍କ ପାଇଁ ବାହୁବଳୀ ବଡିଗାର୍ଡ – ଦେଖନ୍ତୁ

ବିଶେଷ

ବେଶ୍ କିଛି ଦିନ ହେବ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ଷ୍ଟାର ଘର ବିବାଦ ବିଷୟରେ ଆପଣ ମାନେ ଜାଣିଥିବେ। ତେବେ ଆଜି ସକାଳ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଂଚିଛନ୍ତି ଅଭିନେତା ବାବୁଶାନ୍।ଯଦିଓ ଗତକାଲି ତାଙ୍କର ଚେନ୍ନାଇ ରୁ ଫେରିବାର ଥିଲା ହେଲେ ସେ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ତେବେ ବାବୁଶାନ୍ ଭୁବନେଶ୍ୱରକୁ ଫେରିବା ପରେ ଏବେ ତାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ତାଙ୍କ ଘରେ ନିୟୋଜିତ ହୋଇଛନ୍ତି ବାହୁବଳୀ ବଡିଗାର୍ଡ। ଏହି ବଡିଗାର୍ଡଙ୍କୁ ଭେଦ କରି କେହି ବି ବାବୁଶାନ୍ ଙ୍କ ଘରକୁ ଯାଇପାରିବେ ନାହିଁ। ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ବାବୁଶାନ୍ ଙ୍କ ସୁରକ୍ଷା ପାଇଁ ବାହୁବଳୀ ବଡିଗାର୍ଡ ଙ୍କୁ ନିଯୁକ୍ତି କରାଯାଇଛି।

ବାବୁଶାନ୍ ଙ୍କୁ ଯେପରି କୌଣସି ବି ଅସୁବିଧା ନ ହୁଏ ସେଥିପାଇଁ ବିଶେଷ ଦୃଷ୍ଟି ଦେଉଛନ୍ତି ବାହୁବଳୀ ବଡିଗାର୍ଡ। ଆଜି ସକାଳ ସମୟରେ ବାବୁଶାନ୍ ବିମାନବନ୍ଦରରୁ ବାହାରି ସିଧା ନିଜ ବାପା ମା ଙ୍କ ପାଖକୁ ଯାଇଥିଲେ। ତେବେ ସେଠାରେ ଘରକୁ ପ୍ରବେଶ କରିବା ମାତ୍ରେ ଗେଟ୍ ବନ୍ଦ କରିଦେଇଥିଲେ ଏହି ବାହୁବଳୀ ବଡିଗାର୍ଡ।


ତେବେ ବାବୁଶାନ୍ ଚେନ୍ନାଇ ରୁ ଫେରିବା ପରେ ସିଧା ନିଜ ବାପା ମା ଙ୍କ ପାଖକୁ ଯାଇଥିଲେ। ମିଡିଆ ଆଗରେ ସେ କହିଥିଲେ, ‘ଆଗ ମୁଁ ମୋ ବାପା ମା ଙ୍କୁ ଦେଖିବି, ତା ପରେ ଯାଇ ଯାହା’। ତେବେ ଏହାରି ଭିତରେ ସବୁଠୁ ବଡ଼ ପ୍ରଶ୍ନ ରହିବ ପୋଲିସ ପଚାରିଥିବା ପ୍ରଶ୍ନ। ସେଦିନ ଯାହା ସବୁ ଘଟଣା ଘଟିଗଲା ସେଦିନର ସତ୍ୟାସତ୍ୟ କଣ ଥିଲା ବାବୁଶାନ୍ ଙ୍କ ଠାରୁ ପଚାରି ବୁଝିବ ପୋଲିସ।

ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାବୁଶାନ୍ ଙ୍କ ଠାରୁ ଅନେକ ପ୍ରଶ୍ନର ଉତ୍ତର ପାଇବା ଆଶାରେ ଅଛନ୍ତି। ହେଲେ ସେ ସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ତାଙ୍କୁ ଏହି ବାହୁବଳୀ ବଡିଗାର୍ଡ ଙ୍କୁ ଭେଦ କରି ବାବୁଶାନ୍ ଙ୍କ ପାଖକୁ ଯିବାକୁ ପଡିବ। ଯାହାକି ବୋଧ ହୁଏ ତାଙ୍କ ପାଇଁ ଏତେ ସହଜ ହେବନାହିଁ।

Leave a Reply

Your email address will not be published.