(ଆଶ୍ଚର୍ଯ) ମାଙ୍କଡ଼ର ମଣିଷ ପଣିଆ !! ପଙ୍କ ଭର୍ତ୍ତି କୂଅ ରୁ ବିଲେଇ ଛୁଆକୁ ଉଦ୍ଧାର କଲା ମାଙ୍କଡ – ଦେଖନ୍ତୁ

ବିଶେଷ

ଆଜିକାଲିର ଦୁନିଆରେ ଯେତେବେଳେ ମଣିଷ ମାନେ ମାନବିକତା ଭୁଲି ପଶୁ ଭଳି ବ୍ଯବହାର କରୁଛନ୍ତି ସେତେବେଳେ କଥା କହି ପାରୁନଥିବା ପଶୁ ଟିଏ ବୁଝୁଛି ଅନ୍ୟ ପଶୁର କଷ୍ଟ। ବିପଦ ରେ ପଡ଼ିଥିବା ଜୀବଟିକୁ ଛାଡ଼ି ଯାଉନାହିଁ ବରଂ ତାକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି। ନିକଟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ। ଯେଉଁଥିରେ ଦେଖିବାକୁ ମିଳିଛି ଏଭଳି କିଛି ନିଆରା ଓ ହୃଦୟସ୍ପର୍ଶି ଦୃଶ୍ୟ।

ଯେପରିକି ସମସ୍ତେ ଜାଣିଥିବେ ଆଜି କାଲିର ସମୟରେ ସୋସିଆଲ ମିଡିଆର ବ୍ୟବହାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ସମାଜରେ କେଉଁଠି ବି କିଛି ଭିନ୍ନ ଧରଣର ଘଟଣା ଘଟିଲେ ତାହା ରେକର୍ଡ କରି ଲୋକ ମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ତେବେ ନିକଟରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ଏବେ ଭାଇରାଲ ହେଉଛି। ଏହି ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ବିଲେଇ ଛୁଆ ଟିଏ ପଙ୍କୁଆ କୂଅରେ ଖସି ପଡ଼ିଛି । ତା ଭିତରୁ ଉଠି ବାହାରିବାକୁ ନାଁ ଅଛି ତା ପାଖରେ ଅଛି ବଳ ନାଁ କିଛି ଉପାୟ। କେବଳ ବୋବାଇବା ଛଡ଼ା ତା ପାଖରେ ଆଉ କୌଣସି ଚାରା ନାହିଁ। ତେବେ ଠିକ୍ ସେତିକି ବେଳେ ବିଲେଇ ଛୁଆ ଟିକୁ ସାହାଯ୍ୟର ହାତ ବଢ଼େଇଛି ମାଙ୍କଡ ଟିଏ।


ସେ ବାରମ୍ବାର ଖାଲ ଭିତରକୁ ଡେଇଁ ବିଲେଇ ଛୁଆ ଟିକୁ ବାହାର କରିବାକୁ ଚେଷ୍ଟା କରୁଛି। ହେଲେ ବୁଝି ପାରୁନି କିଭଳି ସେ ତାକୁ ବାହାର କରିବ। ଚେଷ୍ଟା କରୁଛି ବିଲେଇ ଛୁଆ କୁ କୋଳେଇ ଉପରକୁ ନେବାକୁ ହେଲେ ପାରୁନି। କୂଅ ଉପରକୁ ବାରମ୍ବାର ଡେଇଁ ଡେଇଁ ଉଦ୍ଧାର କରିବାର ଉପାୟ ଖୋଜୁଛି ମାଙ୍କଡ଼ ହେଲେ ତଥାପି ସଫଳ ହେଉନି। ତେବେ ବିଲେଇ ଛୁଆ ଟିକୁ ଉଦ୍ଧାର କରିବାରେ ଅସଫଳ ହେବାପରେ ମାଙ୍କଡ ଟି ଶେଷରେ ନିଜ ମାଲିକାଣୀ ର ସାହାଯ୍ୟ ନେଇଛି।

ମାଲିକାଣୀ କହିବାକୁ ଗଲେ ଛୋଟିଆ ଝିଅ ଟିଏ। ଝିଅଟି ଖାଲ ଭିତରକୁ ଯାଇ ବିଲେଇ ଛୁଆ ଟିକୁ ଉଦ୍ଧାର କରୁଛି। ଆଉ ତା ପରେ ମାଙ୍କଡ ଟି କୁନି ବିଲେଇ ଛୁଆକୁ ମୁହଁରେ ଚାଟି ପକାଉଛି। ଏହି ଦୃଶ୍ୟ ବାସ୍ତବରେ ଆଜିର ଦୁନିଆରେ ସବୁ ଲୋକ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

Leave a Reply

Your email address will not be published.