ଆମେରିକା ରେ ରହି ବଦଳି ଗଲେ ଅଭିନେତ୍ରୀ ଅର୍ଚ୍ଚିତା(Archita) , ଦେଖିଲେ ଆଶ୍ଚର୍ଯ ହେବେ – ଦେଖନ୍ତୁ ଭିଡିଓ

ବିଶେଷ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ବଳରେ ଦର୍ଶକ ମହଲରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଲିଉଡ ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଓଲିଉଡ଼ ଜଗତର ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ।

ତେବେ ଯେପରିକି ସମସ୍ତେ ଜାଣିଥିବେ ବେଶ୍ କିଛି ଦିନ ହେଇଯିବ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ସହ ଓଡ଼ିଶା ଛାଡ଼ି ଆମେରିକାରେ ରହୁଛନ୍ତି। ସେଠାରେ ରହି ସେ ଖୁବ୍ ମଜା ମସ୍ତି କରୁଥିବା ନଜର ଆସୁଛନ୍ତି। ଯାହାର ଅନେକ ଫଟୋ ଓ ଭିଡିଓ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି। ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା।

ତେବେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିବା ଅର୍ଚ୍ଚିତା ଏବେ ଓଲିଉଡ଼ ର ଜଣେ ସଫଳ ଅଭିନେତ୍ରୀ। ଓଡ଼ିଆ ଦର୍ଶକ ମାନଙ୍କୁ ଅର୍ଚ୍ଚିତା ଅନେକ ସୁପରହିଟ ସିନେମା ଭେଟି ଦେଇଛନ୍ତି।


ତେବେ ଗତ କିଛି ଦିନ ହେବ ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଶା ଛାଡ଼ି ଆମେରିକାରେ ରହୁଛନ୍ତି। ସେଠାରେ ସେ ଖୁବ୍ ଖୁସି ଥିବା ନଜର ଆସୁଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଅର୍ଚ୍ଚିତା ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କିଭଳି ଭାବରେ ସେଠାରେ ସମୟ କାଟୁଛନ୍ତି ତାହା ଦେଖିବାକୁ ମିଳୁଛି।

ତେବେ ସୂଚନା ଥାଉ କି, ଗତ କିଛି ଦିନ ତଳେ ଆମେରିକାର କାଲିଫର୍ଣ୍ଣିଆ ଠାରେ ଅନୁଷ୍ଠିତ ଓଡିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ରେ ଯୋଗ ଦେବାକୁ ଓ ସେଠାରେ ପ୍ରବାସୀ ଓଡ଼ିଆଙ୍କ ମନୋରଞ୍ଜନ କରିବାକୁ ଅର୍ଚ୍ଚିତା ଓ ସବ୍ୟ ଙ୍କ ସମେତ ଏଲିନା , ତମନ୍ନା ଙ୍କ ଭଳି ଓଲିଉଡ ର ଅନ୍ୟ କିଛି ପ୍ରମୁଖ କଳାକାର ଆମେରିକାରେ ପହଞ୍ଚିଥିଲେ। ତେବେ ବର୍ତ୍ତମାନ ସେଠାରେ ରହି ସମସ୍ତେ ମଜା ମସ୍ତି କରୁଥିବାର ନଜର ଆସିଛି।

Leave a Reply

Your email address will not be published.