ଆମେରିକା ରୁ ଫେରିବା ପରେ ନିଜ ସବ୍ୟସାଚୀ ଓ ଅର୍ଚିତା ଙ୍କୁ ଏମିତି ପୂଜା କଲେ ସବ୍ୟସାଚୀ(SabyaSachi) ଙ୍କ ମା …. ଦେଖନ୍ତୁ

ବିଶେଷ ମନୋରଞ୍ଜନ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ନିକଟରେ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ। ଏହି ଭିଡିଓ ରେ ଦେଖିବାକୁ ମିଳୁଛି କି ତାଙ୍କ ଶାଶୁ ତାଙ୍କୁ ଓ ସ୍ବାମୀ ସବ୍ୟସାଚୀ ଙ୍କୁ ବସାଇ ପୂଜା କରୁଛନ୍ତି। ତେବେ କଣ ରହିଛି ପ୍ରକୃତ ଖବର ଆସନ୍ତୁ ଜାଣିବେ।

ତେବେ ଏନେକ ଗୁଡ଼ିଏ ସିନେମା ରେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ଅର୍ଚ୍ଚିତା। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଅନେକ ଥର ବେଷ୍ଟ୍ ଅଭିନେତ୍ରୀ ଆୱାର୍ଡ଼ ମଧ୍ୟ ପାଇଛନ୍ତି। ତେବେ ଅର୍ଚ୍ଚିତା ଗତ ଦୁଇ ବର୍ଷ ତଳେ ଓଲିଉଡ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମହାନ୍ତି ଙ୍କୁ ବିବାହ କରିଥିଲେ।

ସବ୍ୟ ଙ୍କୁ ଜୀବନସାଥୀ ରୂପେ ବାଛିବା ପରଠାରୁ ଦୁହିଁଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା। କାରଣ ପରଦା ଉପରେ ତାଙ୍କ ଯୋଡ଼ି କୁ ଲୋକ ମାନଙ୍କ ଠାରୁ ଖୁବ୍ ଭଲ ପାଇବା ମିଳିଛି। ଆଉ ଯେତେବେଳେ ଦୁହେଁ ରିୟଲ ଲାଇଫ ରେ ସ୍ବାମୀ ସ୍ତ୍ରୀ ହୋଇଗଲେ ସେତେବେଳେ ତାଙ୍କ ଯୋଡ଼ି କୁ ଆହୁରି ପସନ୍ଦ କରୁଛନ୍ତି ଦର୍ଶକ ମାନେ।

ତେବେ ଯେପରିକି ସମସ୍ତେ ଜାଣିଥିବେ ଗତ ଦୁଇ ମାସ ତଳେ ଆମେରିକାର କାଲିଫର୍ଣ୍ଣିଆ ଠାରେ ଅନୁଷ୍ଠିତ ଓଡିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ରେ ଯୋଗ ଦେବାକୁ ଓ ସେଠାରେ ପ୍ରବାସୀ ଓଡ଼ିଆଙ୍କ ମନୋରଞ୍ଜନ କରିବାକୁ ଅର୍ଚ୍ଚିତା ଓ ସବ୍ୟ ଙ୍କ ସମେତ ଅନ୍ୟ କେତେ ଜଣ ଓଲିଉଡ କଳାକାର ଆମେରିକାରେ ପହଞ୍ଚି ଥିଲେ।

ତେବେ ସେଠାରେ ଦୀର୍ଘ ଦୁଇ ମାସ ଧରି ରହିବା ପରେ ସମସ୍ତେ ଓଡିଶା ଫେରିଛନ୍ତି। ତେବେ ଓଡ଼ିଶା ଫେରିବା ପରେ ନିଜ ପୁଅ ଓ ବୋହୂ କୁ ପୂଜା କରିଛନ୍ତି ସବ୍ୟସାଚୀ ଙ୍କ ମା। ଅର୍ଚ୍ଚିତା ଓ ସବ୍ୟ ଦୀର୍ଘ ଦିନ ପରେ ଘରକୁ ଫେରିଥିବାରୁ ଖୁବ୍ ଖୁସି ଅଛନ୍ତି ପରିବାର ଲୋକେ। ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published.