ଆଗକୁ ଆସିଲେ ଝୁଲରେ ନିତାଇ ଝୁଲ” ଗୀତର ପ୍ରକୃତ ଲେଖକ ! କ୍ଷୋ-ଭ ପ୍ରକାଶ କରି କହିଲେ ଏହାକୁ ମୁଁ ୨୦୦୨ ରେ ଲେଖିଥିଲି କିନ୍ତୁ ମୋତେ କେହି ପଚାରୁ ନାହାନ୍ତି – ଦେଖନ୍ତୁ

ବିଶେଷ

ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ ରେ ଅଛି ଗୋଟିଏ ଗୀତ “ଝୁଲ ରେ ନିତାଇ ଝୁଲ୍”। ଏହି ଗୀତକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା। ଅନେକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏହି ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଗୀତକୁ ଯିଏ ଜଣାଶୁଣା ସିଙ୍ଗର ଗାଇଛନ୍ତି ତାଙ୍କୁ ବାହା ବାହାରେ ପୋତି ପକାଉଛନ୍ତି ଲୋକେ। ହେଲେ ପ୍ରକୃତରେ ଏହି ଗୀତକୁ ଯିଏ ଲେଖିଛନ୍ତି ସିଏ ଏବେ ଅଣଦେଖା।ଲୋକମାନେ ଜାଣନ୍ତି ନାହିଁ କିଏ ଏହି ଲୋକପ୍ରିୟ ଗୀତର ପ୍ରକୃତ ଲେଖକ .

ତେବେ ଆଜିକା ଦିନରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବା ଏହି ଲୋକପ୍ରିୟ ଭଜନର ପ୍ରକୃତ ଲେଖକ ହେଉଛନ୍ତି ବାବା ନରୋତ୍ତମ ଦାସ। ଆଜକୁ ପ୍ରାୟ ୨୦ ବର୍ଷ ପୂର୍ବେ ସେ ଏହି ଗୀତକୁ ନିଜେ ଲେଖିଥିଲେ। ହେଲେ ଦୁଃଖର ବିଷୟ ତାଙ୍କ ଲେଖା ଗୀତ ଆଜି ଏତେ ଲୋକପ୍ରିୟ ହେଉଥିଲେ ମଧ୍ୟ ତାଙ୍କ ବିଷୟରେ କେହି ଜାଣନ୍ତି ନାହିଁ।

ଏମିତିକି ଯେଉଁ ବଡ଼ ବଡ ସିଙ୍ଗର ମାନେ ଏହି ଗୀତକୁ ନେଇ ଲୋକ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ସେମାନେ ମଧ୍ୟ ଜାଣିବାକୁ ପ୍ରୟାସ କରିନାହାନ୍ତି ଏହି ଗୀତର ପ୍ରକୃତ ଲେଖକ କିଏ । ଗୀତର ତଳେ ତାଙ୍କର ନାମ ମଧ୍ୟ ଉଲ୍ଲେଖ କରିନାହାନ୍ତି। ଏହି ବିଷୟକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାବା ନରୋତ୍ତମ ଦାସ।

ତାଙ୍କ କହିବାନୁଯାୟୀ, ଏହି ଗୀତକୁ ମୁଁ ୨୦୦୨ ମସିହାରେ ନିଜେ ଲେଖିଥିଲି। ଗାଆଁ ଗାଆଁ ବୁଲି ଅଷ୍ଟ ପ୍ରହରୀ କରିବା ସମୟରେ ମୁଁ ଏହି ଗୀତକୁ ଗାଏ। ଏହା ପୂର୍ବରୁ ମଧ୍ୟ ମୁଁ ଅନେକ ଗୁଡ଼ିଏ ଗୀତ ଲେଖିଛି। ଯେପରିକି ଚାପ, ଦୋଳ ଆଉ ଝୁଲଣ। ଏହି ଗୀତ ଲୋକ ମାନଙ୍କୁ ଶୁଣିବାକୁ ଭଲ ଲାଗିଲା।

ଯାହା ପରେ ମୁଁ ନଗର ଉପରେ “ଝୁଲ ରେ ନିତାଇ ଝୁଲ୍” ଗୀତକୁ ଲେଖିଥିଲି। ଏବେ ବଡ଼ ବଡ କଳାକାର ମାନେ ମୋ ଗୀତକୁ ଗାଉଛନ୍ତି ସେଥିପାଇଁ ମୋର ଦୁଃଖ ନାହିଁ। ହେଲେ ଯିଏ ଏହି ଗୀତର ପ୍ରକୃତ ଲେଖକ ତାର ନାଁ ଟି ଲୁଚି ଯାଉଛି। ଯେଉଁଥି ପାଇଁ ଦୁଃଖ ଲାଗୁଛି ବୋଲି କହିଛନ୍ତି ବାବା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.