ସଂସାରରେ ଭଗବାନଙ୍କ ଅସ୍ତିତ୍ବକୁ ନେଇ ଅନେକ ସମୟରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ଅଧିକାଂଶ ଲୋକ ଠାକୁରଙ୍କୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଠାକୁରଙ୍କ ଅସ୍ତିତ୍ବ କୁ ବିଶ୍ୱାସ କରନ୍ତି ନାହିଁ। ହେଲେ ଆଜି ଆମେ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଲୋକ ମାନଙ୍କ ମନରେ ଭଗବାନଙ୍କ ପ୍ରତି ଆସ୍ଥା ବଢିଯିବ। ଏହି ଘଟଣା ଜାଣିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଗତ କିଛି ଦିନ ପୂର୍ବରୁ ଜଟଣୀ ନିକଟସ୍ଥ ହରିରାଜପୁର ଗ୍ରାମର ଆରାଧ୍ୟ ଦେବତା ତଥା ଓଡ଼ିଶା ପ୍ରସିଦ୍ଧ ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପରିସରରେ ଥିବା ଦାନବାକ୍ସ ଚୋରି ହୋଇଯାଇଥିଲା। ଆଉ ଏହି ଦାନବାକ୍ସଟି ଚୋରି କରିଥିଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲ୍ଲୀ ଗ୍ରାମର ରଶ୍ମିରଞ୍ଜନ ପ୍ରଧାନ।
ଗ୍ରାମବାସୀ ମାନଙ୍କ କହିବାନୁଯାୟୀ, ରାତି ଅଧରେ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିର ପରିସରରେ ଥିବା ଦାନବାକ୍ସ ଟିକୁ ନେଇ ଫେରାର ହୋଇଯାଇଥିଲା। ସକାଳେ ଏ ବିଷୟରେ ଜାଣିବା ପରେ ଗ୍ରାମବାସୀ ମାନେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି ମଧ୍ୟ କରୁଥିଲା।
ହେଲେ ପୋଲିସ ଅଭିଯୁକ୍ତକୁ ଧରିବା ପୂର୍ବରୁ ଅଭିଯୁକ୍ତ ରଶ୍ମିରଞ୍ଜନ ନିଜେ ଆସି ପୋଲିସ ପାଖରେ ପହଞ୍ଚି ଥିଲା। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ। ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ କହିବାନୁଯାୟୀ, ମନ୍ଦିରରୁ ହୁଣ୍ଡି ଚୋରି କରିବାର ପର ଦିନଠାରୁ ହିଁ ଗୋଟେ ନାଗ ସାପ ରଶ୍ବୀରଞ୍ଜନଙ୍କୁ ଜଗି ରହିଥିଲା। ସେ ଯୁଆଡ଼େ ବି ଯାଉଥିଲେ ସିଆଡେ ସେହି ନାଗକୁ ଦେଖୁଥିଲେ।
ଏମିତିକି ରାତିରେ ଶୋଇଲେ ବି ନାଗସାପ ସ୍ବପ୍ନରେ ଆସୁଥିଲା। ଏ ସବୁ ଦେଖି ଖୁବ୍ ଡରି ଯାଇଥିଲେ ରଶ୍ମିରଞ୍ଜନ। ଆଉ କେମିତି ସେହି ଚୋରି ବାକ୍ସକୁ ପୁନଶ୍ଚ ଆଣି ମନ୍ଦିରରେ ଥୋଇବେ ବାଟ ପାଇଲେ ନାହିଁ। ଏହାପରେ ସେ ଘରକୁ ଫେରି ଏହି ସମସ୍ତ ଘଟଣାବଳୀ ନିଜ ମା ଙ୍କ ଆଗରେ କହିଥିଲେ। ଆଉ ସାପ ଭୟରୁ ନିସ୍ତାର ପାଇଁ ସେ ହରିରାଜପୁର ଫାଣ୍ଡିରେ ଚୋରି ଟଙ୍କା ସବୁ ଜିମା ଦେଇଥିଲେ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ