କାନ୍ଥରୁ ଲିଭିନି ବାହା ଚିତା ହେଲେ ମଥାରୁ ଲିଭିଗଲା ସିନ୍ଦୂର। ଆଉ ଦିନ କେଇଟା ପରେ ବିବାହକୁ ପୁରିଥାନ୍ତା ବର୍ଷେ। ହେଲେ ତା ପୂର୍ବରୁ ଲିଭିଗଲା ଜୀବନ ଦୀପ। ସେପଟେ ସ୍ତ୍ରୀ ଗର୍ଭରେ ବଢୁଛି ନୂଆ ଜୀବନ। ହେଲେ ସେ ଦୁନିଆକୁ ଆସିବା ପୂର୍ବରୁ ଚିରନିଦ୍ରା ରେ ଶୋଇଗଲା ବାପା। ଅଧାରେ ରହିଗଲା ସନ୍ତାନକୁ ଦେଖିବାର ସ୍ଵପ୍ନ।
ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ଓଡ଼ିଆ ଯୁବକ।ସେ ହେଉଛନ୍ତି ମାଲକାନଗିରି ର ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର। ମଙ୍ଗଳବାର ଦିନ ଆରବ ସାଗର ରେ ଖସି ପଡିଥିଲା ଓଏନଜିସି ହେଲିକପ୍ଟର ପବନହଂସ। ଏଥିରେ ଯାଉଥିବା ୯ ଲୋକଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫ ଜଣକୁ ଉଦ୍ଧାର କରାଯାଇଥିଲା।
ମୃତ ୪ ଜଣକ ମଧ୍ୟରେ ଥିଲେ ସତ୍ୟମ୍ବଦ। ଯିଏକି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ସେପଟେ ସତ୍ୟମ୍ବଦ ଙ୍କୁ ହରାଇ ବାହୁନି କାନ୍ଦୁଛନ୍ତି ପୁରା ପରିବାର। କେବଳ ପରିବାର ନୁହେଁ, ବନ୍ଧୁ ବାନ୍ଧବ କି ପଡୋଶୀ ଙ୍କ ଆଖିରୁ ବି ଲୁହ ସୁଖୁନି।
କହି ରଖୁଛୁ, ସତ୍ୟମ୍ବଦ ଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗରେ ଚାକିରି କରୁଥିବା ବେଳେ ତାଙ୍କ ମା ସବିତା ସାହୁ ଜଣେ ଶିକ୍ଷୟତ୍ରି। ସତ୍ୟମ୍ବଦ ମାଲକାନଗିରି ଜିଲ୍ଲାରେ ପିଲାଟି ବେଳୁ ପାଠ ପଢିଥିବା ବେଳେ ତାଙ୍କର ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଯୋଗୁ ତାଙ୍କୁ ସର୍ବ ଭାରତୀୟ ସ୍ତରରେ କୃତିତ୍ୱ ହାସଲ କରି ଓଏନଜିସି କମ୍ପାନୀର ମୁମ୍ବାଇ ଶାଖାରେ ଜିଓଲୋଜିଷ୍ଟ ଭାବରେ ଚାକିରି କରିଥିଲେ।
ଗତ ବର୍ଷ ସତ୍ୟମ୍ବଦ ଙ୍କ ବିବାହ ହୋଇଥିଲା। ଆଉ କିଛି ଦିନ ପରେ ସତ୍ୟମ୍ବଦଙ୍କ ବିବାହକୁ ଏକ ବର୍ଷ ପୁରିଥାଆନ୍ତା। ପୁରା ପରିବାର ମିଶି ସେଲିବ୍ରେସନ କରିଥାନ୍ତେ। ହେଲେ ସବୁ ସ୍ବପ୍ନ ଅଧାରେ ରହିଗଲା। ଏବେ ବାହୁନି କାନ୍ଦିବା ହିଁ କେବଳ ସାର। ନିଜର ସର୍ବସ୍ବ ହରାଇ ପତ୍ନୀ ମୁକ ପାଲଟିଯାଇଥିବା ବେଳେ ମା ଆଖିରୁ ଶୁଖୁନି ଲୁହ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ