ଆଉ ଥରେ ସାରଥୀ ବାବା ଭଗବାନ ସାଜିବେ?, ଫୁଣି ସିମେଣ୍ଟ ଗାଈ ରୁ କ୍ଷୀର ବାହାରିବ ? ଫୁଣି ହେବ ପ୍ରବଚନ?

ରାଜ୍ୟ

ସାରଥୀ ବାବା ଙ୍କୁ ଏବେ ବି ଲୋକମାନେ କରୁଛନ୍ତି ପୂଜା ଅର୍ଚ୍ଚନା । ଏତେ ସବୁ ଘଟି ସରିଲା ପରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ସାରଥୀ ବାବା ଙ୍କ ଏବେ ବି ଭଗବାନ ସଜାଇ ପୂଜା କରୁଛନ୍ତି । ଏପରି ଦେଖିବାକୁ ମିଳିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ରେ । ପ୍ରଶାନ୍ତ ବାରିକ ନାଁ ରେ ଜଣେ ବ୍ୟକ୍ତି ସାରଥୀ ବାବା ଙ୍କ ଫୋଟ ରଖି ଅନ୍ୟ ଲୋକ ମାନଙ୍କ ସହ ମିଶି ସାରଥୀ ବାବା ଙ୍କ ଫୋଟ କୁ ପୂଜା ଅର୍ଚ୍ଚନା କରିବା ରେ ଲାଗିଛନ୍ତି ।

କୌଣସି ସୁତ୍ର୍ ଏ ଖବର ପାଇଥିଲା ଟାଉନ ଥାନା ପୋଲିସ । ପ୍ରଶାନ୍ତ ବାରିକ ଙ୍କ ଘରେ ପୋଲିସ ଚଢାଉ କଲା ପରେ ସାମ୍ନା କୁ ଆସିଗଲା ଏହି ଘଟଣା । ଏହି କାରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୁଷ୍ଟ ଦେଖା ଯାଇଛି । ଦୀର୍ଘ ଦିନ ଧରି ଏହି ଥାରେ ସାରଥୀ ବାବା ଙ୍କ ପୂଜା ଅର୍ଚ୍ଚନା ଚାଲି ଥିବା ନେଇ ଲୋକେ ଅଭିଯୋଗ କରିବାରୁ ଘଟଣା ଟି ଜଣା ପଡିଛି ।

ପୋଲିସ ଏ ସବୁ ଘଟଣା ବିଷୟ ରେ ଜାଣିଲ ପରେ ଏବେ ତଦନ୍ତ ଆରମ୍ଭ କରି ଦେଇଛି । ହାଇକୋର୍ଟ ଙ୍କ ସର୍ତ୍ତ ମୂଳକ ଯାମିନୀ ପରେ ପ୍ରାୟ 4 ବର୍ଷା ପରେ ସାରଥୀ ଜେଲ ରୁ ମୁକୁଳି ପାରିଥିଲେ । ଧର୍ମ ପ୍ରଚାର ଓ ପ୍ରବଚନ ଉପରେ ହାଇକୋର୍ଟ ଙ୍କ ର କଟକଣା ରହିଛି । ଆପଣ ମାନେ ସମସ୍ତେ ଜାଣିଥିବେ କି କିପରି ଭାବରେ ସାରଥୀ ନିଜ ର ଭ-ଣ୍ଡ୍ କାରନାମା ପାଇଁ ସେ ଜେଲ କୁ ଯାଇଥିଲେ ।

ଆଉ ସାରଥୀ କିପରି ଭାବରେ ପ୍ରବଚନ୍ ବାହାନା ରେ ସେ ଲୋକ ମାନଙ୍କ ସହ ଯୋଡି ହୋଇ ରହିଥିଲେ କେହି ବି ବୁଝି ପରି ନଥିଲେ କି ସାରଥୀ ଙ୍କ ମନ କଥା । ମଥା ରେ ଚନ୍ଦନ ଟୀକା ଲଗେଇ ହାତ ରୁ ବିଭୁତି ଆଉ ସିମେଣ୍ଟ ଗାଈ ରୁ କ୍ଷୀର ବାହାର କରୁଥିଲେ ତାଙ୍କ ନାଁ ଧରିଲେ ସବୁ କାମ ସଫଳ ହେବାର କହି ଲୋକ ଙ୍କୁ ଭଣ୍ଡାଉ ଥିଲେ ।

ଏ ସବୁ କହି କହି ଲୋକ ମାନକୁ ଠକିବାକୁ ଲଗିଥିଲେ ସାରଥୀ ବାବା । ଆଉ ବାବା ହୋଇ ହୋଟେଲ କାଟୁଥିଲେ ଅୟେସ୍ ଆରାମ ରେ ଆଉ ପରେ ଧରି ପଡି ଯାଇଥିଲେ ଜେଲ କୁ । ତେବେ ଏତେ ସବୁ ହେଲା ପରେ ମଧ୍ୟ ଭାଙ୍ଗୁନି କାହାର ବିସ୍ବାସ । ଏବେ ବି ସାରଥୀ ଙ୍କ ଫୋଟ ରେ ଲାଗିଛି ଫୁଲ ମାଳ ଆଉ ଠାକୁର ଘରେ ତାଙ୍କ ଫୋଟ ରଖି ଚାଲିଛି ପୂଜା ଅର୍ଚ୍ଚନା । କେବଳ ଜଣେ ନୁହଁ ବହୁତ ଲୋକ ଅଛନ୍ତି ଯେଉ ମାନେ ମିଶି ଏବେ ବି କରୁଛନ୍ତି ସାରଥୀ ଙ୍କ ର ପୂଜା ଅର୍ଚ୍ଚନା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.