ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ଦକ୍ଷତା ବଳରେ ଓଡ଼ିଶାରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଆମ ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଅର୍ଚ୍ଚିତାଙ୍କୁ କିଏ ବା ନଜାଣେ! ବର୍ତ୍ତମାନ ସମୟରେ ଓଲିଉଡ ର ସେ ଜଣେ ଆଗଧାଡିର ନାୟିକା।
ତେବେ ଗତ କାଲି ସମସ୍ତଙ୍କର ଅତି ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଜନ୍ମଦିନ ଅନୁଷ୍ଠିତ ହୋଇଯାଇଛି। ସେ ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ ନିଜର ଚଳିତ ଥରର ଜନ୍ମଦିନକୁ ନିଆରା ଭାବରେ ପାଳନ କରିଛନ୍ତି ଅର୍ଚ୍ଚିତା। ଚଳିତ ଥର ଅର୍ଚ୍ଚିତା ଙ୍କ ଜନ୍ମଦିନରେ ସବ୍ୟସାଚୀ ତାଙ୍କୁ ଏକ ନିଆରା ସପ୍ରାଇଜ୍ ଦେଇଛନ୍ତି। ଏଥର ମଝି ଆକାଶରେ ଫ୍ଲାଇଟ୍ ରେ ଯିବା ସମୟରେ ଅର୍ଚ୍ଚିତା ନିଜର ଜନ୍ମଦିନ ପାଳନ କରିଛନ୍ତି।
ଏକ ଅନ୍ତର୍ଜାତୀୟ ବିମାନରେ ଯାଉଥିବା ସମୟରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ଏକ ସପ୍ରାଇଜ୍ ଦେବାକୁ ଭାବିଥିଲେ। ତେଣୁ ସେ କ୍ୟାବିନ୍ କ୍ରୁ ମେମ୍ବର ମାନଙ୍କୁ ଏ ବିଷୟରେ କହିଥିଲେ। କ୍ୟାବିନ୍ କ୍ରୁ ମେମ୍ବର ମାନେ ଏକ କେକ ଆଣି ଅର୍ଚ୍ଚିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଅର୍ଚ୍ଚିତା ଙ୍କୁ ସବ୍ୟସାଚୀଙ୍କ ଏହି ନିଆରା ସପ୍ରାଇଜ୍ ବେଶ୍ ପସନ୍ଦ ଆସିଥିଲା।
ଅର୍ଚ୍ଚିତାଙ୍କ ସହିତ ବିମାନରେ ତାଙ୍କ ମା, ସବ୍ୟ , ଓଲିଉଡ ର ଜଣାଶୁଣା ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ତାଙ୍କର ଅନ୍ୟ କିଛି ସାଥି କଳାକାର ଥିଲେ। ଫ୍ଲାଇଟ୍ ରେ ଉପସ୍ଥିତ ଅନ୍ୟ ଯାତ୍ରୀ ମାନେ ମଧ୍ୟ ଅର୍ଚ୍ଚିତା ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ତେବେ କହିରଖୁଛୁ, ଚଳିତ ଥର ଜନ୍ମଦିନରେ ଅର୍ଚ୍ଚିତା ଓଡିଶାରେ ଉପସ୍ଥିତ ନଥିଲେ। ଆଗକୁ ଅର୍ଚ୍ଚିତା ଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯାହାର ସୁଟିଂ ବର୍ତ୍ତମାନ ବିଦେଶରେ ଜାରି ରହିଛି। ଏହି ଫିଲ୍ମ ର ସୁଟିଂ ପାଇଁ ଅର୍ଚ୍ଚିତା ଓ ଫିଲ୍ମ ର ଅନ୍ୟ ସଦସ୍ୟ ମାନେ ଯାଇ ବିଦେଶରେ ପହଞ୍ଚିଛନ୍ତି। ସେଠାରେ କିଛି ଦିନ ଧରି ଫିଲ୍ମ ର ସୁଟିଂ ଜାରି ରହିବ। ଏହି ଫିଲ୍ମ ରେ ଅର୍ଚ୍ଚିତା ଙ୍କ ସହିତ ଏଲିନା ମଧ୍ୟ ନଜର ଆସିବେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ