ଅଭିମାନ କଲେ କି ଠାକୁର, ୩ ଦିନ ହେଲାଣି ଆଗକୁ ବଢ଼ୁନି ବ୍ରହ୍ମ ତାଳଧ୍ୱଜ ରଥ !! କାନ୍ଦୁଛନ୍ତି ଭକ୍ତ…

ବିଶେଷ

ତୁଳସୀ କ୍ଷେତ୍ର କୁହାଯାଉଥିବା କେନ୍ଦ୍ରପଡ଼ାର ପ୍ରସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ରଥାଯାତ୍ରାରେ ଦେଖାଦେଇଛି ବିଭ୍ରାଟ । ଆଜିକୁ ୩ ଦିନ ବିତି ଯାଇଥିଲେ ବି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନାହିଁ ବ୍ରହ୍ମ ତାଳଧ୍ୱଜ ରଥ । ରଥଯାତ୍ରା ଆରମ୍ଭ ପରଠାରୁ ବଳଦେବଜୀଉଙ୍କ ମନ୍ଦିରରୁ ମାତ୍ର ୫୦ ମିଟର ଯିବା ପରେ ଅଟକି ରହିଛି ରଥ। ୩ ଦିନ ହେଲାଣି ରଥ ଆଗକୁ ଗଡୁନାହିଁ।

ରଥ ଟଣା ସମୟରେ ଫୁଟପାଥ ରେ ରଥ ଚକ ଲାଗି ଯିବା ଫଳରେ ରଥ ଆଉ ଆଗକୁ ବଢ଼ି ନଥିଲା। ଲୋକ ମାନେ ଅନେକ ଚେଷ୍ଟା କରିଥିଲେ ରଥକୁ ବାହାର କରିବାକୁ ହେଲେ ତାହା ସମ୍ଭବପର ହୋଇନଥିଲା। ଯାହା ଫଳରେ ଆଜକୁ ପ୍ରାୟ ୩ ହେବ ହେବ ବ୍ରହ୍ମ ତାଳଧ୍ୱଜ ରଥ ପୁରୁଣା ପୋଷ୍ଟ ଅଫିସ ନିକଟରେ ଅଟକି ରହିଛି। ପ୍ରଶାସନ ଓ ସେବାୟତ ମାନେ ଯେତେ ଚେଷ୍ଟା କଲେ ବି ରଥ ଆଗକୁ ଗଡିବା ସମ୍ଭବପର ହେଉନାହିଁ। ତେଣୁ ହାଇଡ୍ରୋଲିକ ମେସିନ ସାହାଯ୍ୟରେ ରଥକୁ ଉଠାଇବାକୁ ଯୋଜନା କରାଯାଉଛି।

ଏହି ଘଟଣାକୁ ନେଇ ଏବେ ଭକ୍ତ ମହଲରେ ଅସନ୍ତୋଷ ଦେଖା ଦେଇଛି। ରଥ କଣ ପାଇଁ ଆଗକୁ ବଢ଼ୁ ନାହିଁ ଏହାକୁ ନେଇ ଏବେ ସମସ୍ତେ ଚିନ୍ତାରେ। ଆଜକୁ ୮୪ ବର୍ଷ ଭିତରେ ଏଭଳି ଘଟଣା କେବେ ବି ଘଟିନାହିଁ ବୋଲି କହିଛନ୍ତି ଜଣେ ଶ୍ରଦ୍ଧାଳୁ। ଏଭଳି କହିବା ବେଳେ ସେ ନିଜ ଲୁହ ରୋକି ପାରିନାହାଁନ୍ତି। ଠାକୁର ଙ୍କ ଆଗରେ ସେ କାନ୍ଦି କାନ୍ଦି ଆଗକୁ ରଥ ବଢ଼ାଇବା ପାଇଁ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ମହାପ୍ରଭୁ ବୋଧହୁଏ ଅଭିମାନ କରିଛନ୍ତି ବୋଲି କହିଛନ୍ତି ଜଣେ ମନ୍ଦିର ସେବାୟତ। ତାଙ୍କ କହିବାନୁଯାୟୀ, ଗତ ଦୁଇ ବର୍ଷ ହେବ କରୋନା ପାଇଁ ପ୍ରଶାସନ ରଥ ଯାତ୍ରା କୁ ଅନୁମତି ଦେଲା ନାହିଁ। ପ୍ରଶାସନ ଚାହିଁଥଲେ ନିଶ୍ଚୟ ଭାବରେ ରଥଯାତ୍ରା ହୋଇପାରିଥାନ୍ତା। ହେଲେ ସେଭଳି ହେଲା ନାହିଁ।

ମହାପ୍ରଭୁ ୨ ବର୍ଷ ଧରି ମନ୍ଦିର ଭିତରେ ଥିଲେ। ଆଉ ଏହି ବର୍ଷ ଯେତେବେଳେ ରଥଯାତ୍ରା ଅନୁଷ୍ଠିତ ହେଲା ସେଥିପାଇଁ ସେ ଅଭିମାନ କରିଛନ୍ତି। ମହାପ୍ରଭୁ ଏବେ ରାଗରେ ବା ଅଭିମାନରେ ଏଭଳି ଲୀଳା କରୁଥିବା କହିଛନ୍ତି ମନ୍ଦିର ସେବାୟତ। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.