ଆମ ଓଡ଼ିଆ ସିନେମା ଜଗତରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ଓ ଗ୍ଲାମରିଅସ୍ ଲୁକ୍ ବଳରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୋଫିଆ ଆଲାମ୍।
ସୋଫିଆ ଆଲାମ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏକି ଅନେକ ଗୁଡ଼ିଏ ସିନେମାରେ ଖୁବ୍ ସୁନ୍ଦର ଅଭିନୟ କରି ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି। କେବଳ ସିନେମା ନୁହେଁ ଅନେକ ଧାରାବାହିକ ରେ ମଧ୍ୟ ସେ ନଜର ଆସିଛନ୍ତି। ତେବେ କିଛି ବର୍ଷ ହେବ ସୋଫିଆ ଙ୍କୁ ଆଉ ଟିଭି ପରଦାରେ ଦେଖିବାକୁ ମିଳୁନାହିଁ। ତେବେ କଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା।
ତେବେ ଅଭିନେତ୍ରୀ ସୋଫିଆ ଆଲାମ୍ ଙ୍କୁ ଆପଣମାନେ ଅନେକ ଗୁଡ଼ିଏ ସିନେମାରେ ଜବରଦସ୍ତ ଅଭିନୟ କରିଥିବାର ଦେଖିବାକୁ ପାଇଥିବେ। ତାଙ୍କର ନିଖୁଣ ଅଭିନୟ ପାଇଁ ଆଜି ବି ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି। ତେବେ ସୋଫିଆ ଆଲାମ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ବିଧାତାର ଖେଳ ଜରିଆରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଦୁହିତା, ମହାଯଜ୍ଞ ଭଳି ଲୋକପ୍ରିୟ ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହେଲେ ବିବାହ ପର ଠାରୁ ସୋଫିଆ ସମ୍ପୂର୍ଣ୍ଣ ଭାବରେ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ।
ଏବେ ସେ ନିଜ ସ୍ବାମୀ ଓ ନିଜର ଏକ କୁନି ଝିଅ ସହ ବିଦେଶରେ ରହୁଛନ୍ତି। ସିନେମା କିମ୍ବା ଧାରାବାହିକରେ ନଜର ନ ଆସୁଥିଲେ ମଧ୍ୟ ସୋଫିଆ ନିଜ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି। ଅନେକ ସମୟରେ ସେ ନିଜ ଝିଅ ଓ ସ୍ବାମୀ ଙ୍କ ସହ ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକୁ ତାଙ୍କର ପ୍ରଶଂସକ ମାନେ ମଧ୍ୟ ଖୁବ୍ ଭଲ ପାଇବା ଦେଉଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ