ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଆମ ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ବାବୁଶାନ୍ ମହାନ୍ତି।ବର୍ତ୍ତମାନ ଓଡ଼ିଆ ସିନେମା ଜଗତର ସେ ଜଣେ ଆଗଧାଡିର ଅଭିନେତା। ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ।
ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ସେ ହଜାର ହଜାର ସିନେ ପ୍ରେମୀ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ୨୦୦୪ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବାବୁଶାନ୍ ଓଡ଼ିଆ ଦର୍ଶକ ମାନଙ୍କୁ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ସବୁ ଫିଲ୍ମ ସୁପରହିଟ ହୋଇଛି।
ଯେପରିକି ସମସ୍ତେ ଜାଣିଥିବେ ବାବୁଶାନ୍ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଯୋଡ଼ି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ। ଅପରାଜିତା ଓ ଉତ୍ତମ ମହାନ୍ତି ତେବେ ବାବୁଶାନ୍ ମଧ୍ୟ ନିଜ ବାପା ମା ଙ୍କ ଭଳି ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି। ନିଜର ନିଆରା ଅଭିନୟ ଶୈଳୀ ପାଇଁ ଆଜି ସେ ଓଡ଼ିଆ ସିନେମା ଜଗତର ଜଣେ ସଫଳ ଅଭିନେତା।
ତେବେ ନିକଟରେ ଏକ ଗୀତ ଗାଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ବାବୁଶାନ୍। ଚର୍ଚ୍ଚାକୁ ଆସିବାର କାରଣ ମଧ୍ୟ ସେହିଭଳି କିଛି ଖାସ୍। କାରଣ ଚଳିତ ବର୍ଷ ତରଙ୍ଗ ଚ୍ୟାନେଲ ତରଫରୁ ଆୟୋଜିତ ହୋଇଥିବା ଆୱାର୍ଡ଼ ଶୋ ବାବୁଶାନ୍ ନିଜ ମା ଅପରାଜିତା ଙ୍କ ଲିଖିତ ଏକ ଗୀତ ଗାଇଥିଲେ। ଯେଉଁ ଗୀତର ସ୍ୱର ସଂଯୋଜନା ମଧ୍ୟ ଅପରାଜିତା ହିଁ କରିଥିଲେ।
ଏହି ଗୀତ ଟିର ନାଁ ଥିଲା “ତୁମେ ଉଚ୍ଛୁଳା ନଦୀର ଜହ୍ନ”। ବାବୁଶାନ୍ ଙ୍କ କଣ୍ଠରୁ ଅପରାଜିତା ଙ୍କ ଲିଖିତ ଗୀତଟି ସେଠାରେ ଉପସ୍ଥିତ ଲୋକ ମାନଙ୍କ ମନକୁ ଖୁବ୍ ଛୁଇଁଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ତେବେ ଆପଣ ମାନେ ମଧ୍ୟ ଜାଣିଥିବେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ବିଷୟ ରେ ଯାହା ଏବେ ଖୁବ ଚର୍ଚ୍ଚା ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ବାବୁଶାନ ଓ ପ୍ରକୃତି ମିଶ୍ର ଙ୍କ ଭିଡିଓ ଭାଇରାଲ ହେଲା ପରେ ଏହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି କାରଣ ଏମାନେ ଦୁହେଁ ସେଲିବ୍ରିଟି ଅଟନ୍ତି ଆଉ ଏମାନଙ୍କ ଉପରେ ଯାହା ବି କିଛି ଭିଡିଓ ଆସେ ତାହା ବହୁତ ଭାଇରାଲ ହେଇ ଥାଏ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।