ଅନ୍ୟ ମନ୍ଦିର ପରି କାହିଁକି ଶ୍ରୀମନ୍ଦିରେ ବାଜେ ନାହିଁ ଘଣ୍ଟା ଓ ଘଣ୍ଟି ? ଦେଖନ୍ତୁ

ଜୀବନଚର୍ଯ୍ୟା

ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ମନ୍ଦିର ରେ ବିରାଜମାନ କରିଛନ୍ତି । ତାଙ୍କ ର ସମସ୍ତ ନୀତି ସ୍ବତନ୍ତ୍ର୍ । ଅନ୍ୟ ମନ୍ଦିର ଭଳି ଏ ମନ୍ଦିର ରେ ନୀତିକ୍ରାନ୍ତି ନାହିଁ । ଅନ୍ୟ ମନ୍ଦିର ରେ ଯେତେବେଳେ ମହାପ୍ରଭୁ ଙ୍କ ପାଖ ରେ ଆଳତୀ ହୁଏ ସେତେବେଳେ ଘଣ୍ଟ ବାଜେ ଘଣ୍ଟା ବାଜେ ଏବଂ ସେ ଆଳତୀ କରିବାର ଵିଧି ସ୍ବତନ୍ତ୍ର । କିନ୍ତୁ ଏଠାରେ ମହାପ୍ରଭୁ ଙ୍କ ର ଆଳତୀ ହୁଏ ।

ପ୍ରତ୍ୟେକ ଧୂପ ଯେତେବେଳେ ସରିବ ସେତେବେଳେ ମହାପ୍ରଭୁ ଙ୍କ ର ଆଳତୀ ହେବ। ମହାପ୍ରଭୁ ଙ୍କ ର ଦ୍ବାରାଫିଟା ସରିବ ଆଉ ପରେ ଯାଇ ବାଜା ବାଜିବ ଆଉ ଗୀତ ବାଜିବ୍ ତା ପରେ ଜୟ ବିଜୟ୍ ଦ୍ବାର ଖୋଲିବ । ତା ପରେ ମଙ୍ଗଳ ଆରତୀ ହେବ । ଏଠାରେ ଭୋଗ ଆଳତୀ ସମୟ ରେ ମଧ୍ୟ ଘଣ୍ଟି ବାଜେ ନାହିଁ କିମ୍ବା ଘଣ୍ଟ ବି ବାଜେ ନାହିଁ ।

ଏହି ଆଳତି ଅତି ମନ୍ତ୍ରମୁଗ୍ଧ୍ ଆଳତୀ ଅଟେ । । ଏହି ଆଳତି ଉପରକୁ ଯାଏ । ମହାପ୍ରଭୁ ଙ୍କ ସ୍ରିମୁଖ୍ ଟି ଅତି ସୁନ୍ଦର ଦିଶେ । ଯେତେବେଳେ ଅଗ୍ନି ତାଙ୍କ ର ସିଖା ବିସ୍ତାର୍ କରନ୍ତି ସେତେବେଳେ ମହାପ୍ରଭୁ ଆହୁରି ସୁନ୍ଦର ଦିଶେ ଆଉ ପରେ ଭକ୍ତ ମାନଙ୍କ ହୃଦୟ ରେ ଭକ୍ତି ଭାବ ସୃଷ୍ଟି ହୁଏ । ହରିବୋଲ ହୁଳହୁଳି ରେ ଶ୍ରୀ ମନ୍ଦିର କମ୍ପକିତ୍ ହୁଏ ।

କିନ୍ତୁ ଅନ୍ୟାନ ମନ୍ଦିର ରେ ଘଣ୍ଟ ବାଜେ ଘଣ୍ଟା ବି ବାଜେ ଆଉ ତାହା ସହିତ ଘଣ୍ଟି ବାଜେ । ଯେଉଁ ପୂଜକ ଠାକୁର ମାନଂକୁ ଆଳତି କରନ୍ତି ସେମାନେ ଗୋଟିଏ ହାତ ରେ ଘଣ୍ଟି ବଜାନ୍ତି ଏବଂ ସେହି ସମୟ ରେ ଶଙ୍ଖ ଧ୍ବନି ମଧ୍ୟ ହୁଏ । ଏ ସବୁ କରିବାର ତପର୍ଜ୍ୟ୍ ହେଉଛି ଠାକୁର ଙ୍କ ମୁଖ ନିକଟ ରେ ଏକ ଭକ୍ତି ମୟ ଭାବ ସୃଷ୍ଟି କରିବା ପାଇଁ ।

ଆଉ ସେତେବେଳେ ସବୁ ଭକ୍ତ ଜାଗ୍ରତ ହୋଇ ଉଠିଲେ ମହାପ୍ରଭୁ ଙ୍କ ର ଆଳତି ହେଲା । ତାହା ମାନେ ସେହି ସମୟ ରେ ସବୁ ଭକ୍ତ ମାନେ ମହାପ୍ରଭୁ ଙ୍କ ଆଗ ରେ ନିଜ ଦୁଃଖ କୁ ବଖାଣିଲେ । ଆଉ ଏହି ସମୟ ରେ ଭକ୍ତ ମାନଙ୍କ ହୃଦୟ ରେ ଅଧିକ ରୁ ଅଧିକ ଭକ୍ତି ଭାବ ସୃଷ୍ଟି ହୁଏ ।।

Leave a Reply

Your email address will not be published.